ରିପୋର୍ଟ :- (ସ୍ୱତନ୍ତ୍ର ନ୍ୟୁଜ୍ ) ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡରେ ପର୍ବତନ ମେୟର ଓ ବିଧାୟକଙ୍କ ସମେତ ୧୨ଗିରଫ ।
ବ୍ରହ୍ମପୁର:୨୨/୧୦ ହାଇପ୍ରୋଫାଇଲ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁର ପୁଲିସ ୧୨ ଜଣଙ୍କୁ ଗିରଫ କରି ବୁଧୁବାର କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସୁଟର୍ ଚିଣ୍ଟୁ ପ୍ରଧାନ, କର୍ପୋରେଟର ମଳୟ ବିଷୋୟୀ, ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ମେୟର୍ ଶିବ ଶଙ୍କର ଦାଶ ଓରଫ ପିଣ୍ଟୁ ,ମଦନ ଦଳାଇ ,ଛାତ୍ରନେତା ଯୋଗୀ ରାଉତ, ରାଜେନ୍ଦ୍ର ସାହୁ ଓ କାଳିଆ ଭୂୟାଁ ,ବିପିନ ସ୍ୱାଇଁ, ସୀମାଞ୍ଚଳ ସ୍ୱାଇଁ ,ସିସପାସ ୱାନ ଓ କୁନ୍ଦନ ପାସ ୱାନ । ତଦନ୍ତ ଶେଷ ହୋଇଥିବା ନେଇ ମଙ୍ଗଳବାର ସକାଳେ ଦକ୍ଷିଣାଞ୍ଚଳ ପୁଲିସ ଆଇଜି ନିତିଶେଖର ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। କିନ୍ତୁ ହତ୍ୟାକାଣ୍ଡରେ ସଂପୃକ୍ତ କିଛି ନୂତନ ଲିଙ୍କ ମିଳିଛି ତେଣୁ ଅନ୍ତିମ ତଦନ୍ତ ପରେ ମର୍ଡର ମିଷ୍ଟ୍ରି ଖୁଲାସା ହେବ ବୋଲି କହିଥିଲେ।ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ପୁଲିସ୍ ଜବତ କରିଛି।ଏହି ହତ୍ୟା ମାମଲାରେ ପୁଲିସ୍ ସାର୍ପ ସୁଟର ଚିଣ୍ଟୁକୁ ବାଙ୍ଗାଲୋରରୁ ଧରିବାରେ ସଫଳ ହୋଇପାରିଛି।ଏହି ହତ୍ୟାକାଣ୍ଡ ପାଇଁ ପୁଲିସ୍ କୁ ନକେଦମ୍ ହେବାକୁ ପଡ଼ିଛି। ପ୍ରଥମେ ପିତଳ ଓ ଦିଗପହଣ୍ଡି ଅଞ୍ଚଳର ଗୋଟିଏ ଦାମୀ ଗାଡ଼ି ପିଛା କରିଥିବା ସନ୍ଦେହରେ କିଛି ଯୁବକଙ୍କୁ ପୁଲିସ୍ ଉଠାଇନେଇ ଜେରା କରିଥିଲା।ଏହି ହତ୍ୟାକାଣ୍ଡ ତଦନ୍ତ ପାଇଁ ନିୟୋଜିତ ପୁଲିସ୍ ଟିମ୍ ଅଡୁଆ ସୂତାର ଖିଅ ଖୋଜିବା ଦିଗରେ ସମସ୍ତ ଦିଗକୁ ଧ୍ୟାନ ଦେଉଥିବା ଦେଖିବାକୁ ମିଳିଛି। ସେ ବାଲି ମାଫିଆଙ୍କ ଠାରୁ ଆରମ୍ଭ କରି ପ୍ଲଟ ବ୍ୟବସାୟୀ, କୁଖ୍ୟାତ ଅପରାଧି,ଗ୍ୟାଙ୍ଗ ଲିଡର ଓ ରାଜନେତା ପର୍ଯ୍ୟନ୍ତ ପ୍ରାୟ ୫୦ରୁ ଉର୍ଦ୍ଧ ଲୋକଙ୍କୁ ଜେରା କରିଥିଲେ। ତଦନ୍ତ ଅନ୍ତିମରେ ହତ୍ୟାରେ ସଂପୃକ୍ତି ଥିବା ଅଭିଯୋଗରେ ପୁଲିସ୍ ୧୨ଜଣଙ୍କୁ ଗିରଫ କରିଛି। ସୂଚନା ପ୍ରକାରେ ଗତ କୁମାରପୂର୍ଣ୍ଣିମା ରାତିରେ ଆଇନଜୀବୀ ପୀତବାସଙ୍କୁ ତାଙ୍କ ଘର ପାଖ ରାସ୍ତାରେ କେହି ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲା। ଏହି ହତ୍ୟାକାଣ୍ଡକୂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି ରାଜ୍ୟ ଆଇନ ପରିଷଦ ସମସ୍ତେ ଦୃଢ଼ ନିନ୍ଦା କରିଥିଲେ।




Post a Comment