//BREAKING//
Loading...

କୃତୀ ପ୍ରଶାସନିକ ଅଧିକାରୀ ସମ୍ବନ୍ଧିତ ଦଳପତି ମହାସଭା କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକ

ବ୍ରହ୍ମପୁର : ତା ୨୬:୧୦ ( ସ୍ୱତନ୍ତ୍ର ନ୍ୟୁଜ଼ ) ଆଜି ଦଳପତି ମହାସଭାର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକ ବିଜିପୁର ସନ୍ତୋଷୀ ମାଁ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ପୂର୍ବାହ୍ନ ୧୦ ଘଣ୍ଟା ୩୦ ମିନିଟ୍‌ରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରୀୟ କମିଟି ସଭାପତି ଶ୍ରୀ ପ୍ରମୋଦ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଭୁ ଜଗନ୍ନାଥ ମହାପ୍ରଭୁଙ୍କଠାରେ ପୂଜାର୍ଜନା ଓ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ସଭାକାର୍ଯ୍ୟ ପ୍ରାରମ୍ଭ ସହିତ ଜାତିର ଦିବଂଗତ ସଦସ୍ୟଙ୍କ ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସାଧାରଣ ସମ୍ପାଦକ ଶ୍ରୀ ସୂର୍ଯ୍ୟକାନ୍ତ ପାତ୍ର ଗତ ବୈଠକର ବିବରଣୀ ପାଠ କରିଥିବା ବେଳେ ଶ୍ରୀ ଗୌରୀଶଙ୍କର ପାତ୍ର ଆୟବ୍ୟୟର ବିବରଣୀ ଉପସ୍ଥାପନ କରିଥିଲେ । ଦଳପତି ଜାତିର କୃତୀ ସନ୍ତାନ ପ୍ରଶାସନିକ ଅଧିକାରୀ (ଓ.ଏ.ଏସ୍., ଓ.ଆର୍. ଏସ୍. ଓ ଓ.ସି.ଏସ୍.) ଅଧୁକାରୀ- ବୁଗୁଡ଼ା ତହସିଲଦାର ସର୍ବଶ୍ରୀ ତାପସ ରାଉତ, ପୋଲସରା ତହସିଲବାର ଶ୍ରୀମତୀ ଦିସ୍ତୀମୟୀ ପାତ୍ର, ସମ୍ବଲପୁର ସେଟେଲ୍‌ମେଣ୍ଟ୍ କୋର୍ଟ ଅଫିସର ଶ୍ରୀମତୀ ସୋନାଲୀ ଦଳେଇ, ପ୍ରଶିକ୍ଷଣରେ ଥିବା ଅଧୂଜାରୀ ଶ୍ରୀ ଅନିଲ୍‌ କୁମାର ବିଷୋୟୀ, ଶ୍ରୀମାନ୍ ଜ୍ୟୋତିକୃଷ୍ଣ ପାତ୍ର, ସୁଶ୍ରୀ ରୋଜାଲିନ୍ ଜେନା, ସୁଶ୍ରୀ ପୂଜା ସାମଲ, ଶ୍ରୀମାନ୍ ଚିଦାନନ୍ଦ ସାମଲ ପ୍ରମୁଖଙ୍କୁ ଉତ୍ତରୀୟ ଓ ସମ୍ମାନ ସନନ୍ଦ ପ୍ରଦାନ କରାଯାଇଥିଲା । 

ଏଥ୍ ସହିତ କେନ୍ଦ୍ରୀୟ କମିଟି ଅଧୀନସ୍ଥ ଶାନ୍ତି ଶୃଙ୍ଖଳା କମିଟିର ଅଧ୍ଯକ୍ଷ ରୂପେ ରୂ ଶ୍ରୀ ସାଇରାମ ପାତ୍ର ଓ ପ୍ରେସ୍ ମିଡ଼ିଆ କମିଟିର ଅଧ୍ଯକ୍ଷ ରୂପେ ଆଇନଜୀବୀ ପବିତ୍ର କୁମାର ନାୟୀ ୟକଙ୍କୁ ଦାୟିତ୍ବ ଅର୍ପଣ କରାଯାଇଥିଲା । ଢ଼. ଶଙ୍କର୍ଷଣ ମାଝୀଙ୍କ ନେତୃତ୍ବରେ ଆସନ୍ତା ୨୯ ତାରିଖରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ଓ.ବି.ସି. କମିଶନରଙ୍କ ପାଖରେ ଆବେଦନ ପତ୍ରର ପୁନଃ ଦାଖଲ ଓ ଅପିଲ୍ ନିମନ୍ତେ ଦାୟିତ୍ବ ପ୍ରଦାନ କରାଯିବା ନେଇ ନିଷ୍ପରି ଗ୍ରହଣ କରାଗଲା । 

ଏଥି ସହିତ ଦଳପତି ଆଞ୍ଚଳିକ କମିଟି ଓ ଗ୍ରାମ ମାଞ୍ଚଳ କମିଟି ଗଠନ ନିମନ୍ତେ କାର୍ଯ୍ୟକର୍ତ୍ତାଙ୍କୁ ଦାୟିତ୍ୱ ଅର୍ପଣ, ଦଳପତି ଭବନ ସଭାଗୃହ ନିର୍ମାଣ, ଦଳପତି ମହାସଭା ନବୀକରଣ, ବାର୍ଷିକ ବଣଭୋଳି, ବାର୍ଷିକୋତ୍ସବ, ବାର୍ଷିକ ପଞ୍ଜିକା ପ୍ରସ୍ତୁତି ଓ ଇ.ଡବ୍ଲ୍ୟୁ.ଏସ୍. ସାର୍ଟିଫିକେଟ୍ ଉପରେ ବିଶଦ ଆଲୋଚନା କରାଯାଇଥିଲା । ଏଥିରେ ସର୍ବଶ୍ରୀ କାର୍ଯ୍ୟକାରୀ ସଭାପତି ବ୍ରହ୍ମପୁରର ପୂର୍ବତନ ବିଧାୟକ ଶ୍ରୀ ଶିବଶଙ୍କର ସାହାଣୀ, ଶ୍ରୀ କିଶୋର ଚନ୍ଦ୍ର ପାତ୍ର, ଶ୍ରୀ ଶାନ୍ତନୁ କୁମାର ପାତ୍ର, ଶ୍ରୀ ମଧୁସୂଦନ ଜେନା, ଶ୍ରୀ ରାଜେନ୍ଦ୍ର ପ୍ରସାଦ ପାତ୍ର, ଶ୍ରୀ ଜମଳ କୁମାର ପାତ୍ର, ଶ୍ରୀମତୀ ରୀନାରାଣୀ ଦେବୀ, ଶ୍ରୀ ଚିଦାନନ୍ଦ ସାମଲ, ଶ୍ରୀ ହରିଶଙ୍କର କୋଠିଆ, ଶ୍ରୀ ରବୀନ୍ଦ୍ର କୁମାର ସାହାଣୀ, ସଞ୍ଜୟ କୁମାର ମାଝୀ ଓ ଶ୍ରୀ ଗୁରୁଚରଣ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ସଭା ଶେଷରେ ଶ୍ରୀ ସୁଧାକର ବିଷୋୟୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।



Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe