//BREAKING//
Loading...

ଅଙ୍ଗନୱାଡ଼ି କର୍ମୀ ଙ୍କ ଧାରଣା ୨୬ ଦିନରେ। ମନ୍ତ୍ରୀ ଉଷା ଦେବୀ ଙ୍କୁ ଦାବୀ ପତ୍ର ପ୍ରଦାନ।

 

ପାତ୍ରପୁର,୧୬/୧୨/୨୨ (ସ୍ୱତନ୍ତ୍ର ନ୍ୟୁଜ଼ )


ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱର୍କସ ଆସୋସିଏନ ପାତ୍ରପୁର ବ୍ଳକ ତରଫରୁ  କର୍ମୀ ମାନଙ୍କ ଧାରଣା କୁ ୨୬ ଦିନ ବିତିଯାଇଥିଲେ ମଧ୍ୟ ସରକାରଙ୍କ ତରଫରୁ କୌଣସି ଦାବି ର ସୁଫଳ ମିଳିନାହି ।   ସଂଘ ତରଫରୁ ଶୁକ୍ରବାର ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଙ୍କୁ  ୮ ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି। ରାଲି ର ଉଦେଶ୍ୟ ଓ କର୍ମୀ ଙ୍କ ସମସ୍ୟା ଗୁଡ଼ିକୁ ସଂପାଦିକା ହେମଲତା ମହାନ୍ତି ପୁଙ୍ଖାନୁପୁଙ୍ଖ ମନ୍ତ୍ରୀ ଙ୍କୁ ଅବଗତ କରିଥିଲେ।  ଅଙ୍ଗନୱାଡ଼ି କର୍ମୀ ଙ୍କ ଦାବୀ କୁ ସରକାର ଙ୍କ ନିକଟରେ ପହଞ୍ଚାଇବା ପାଇଁ  ମନ୍ତ୍ରୀ ଉଷା ଦେବୀ ପ୍ରକାଶ କରିଥିଲେ। ଦାବୀ ପତ୍ର ପ୍ରଦାନ ବେଳେ ସଭାପତି ନଳିନୀ ମହାନ୍ତି , ସଂଯୁକ୍ତା ପ୍ରଧାନ, ଗୀତାଞ୍ଜଳି ନାୟକ, ଗୀତାଞ୍ଜଳି ଦେବୀ, ପ୍ରତିଭା ପାତ୍ର, ରମା ଦେବୀ ଙ୍କ ସମେତ ବହୁ ଅଙ୍ଗନୱାଡ଼ି କର୍ମୀ ମାନେ ଉପସ୍ଥିତ ଥିଲେ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe