//BREAKING//
Loading...

କୁକୁଡାଖଣ୍ଡି ବ୍ଲକରେ ନୂତନ ସମିତିସଭ୍ୟ ସଙ୍ଘ ଗଠିତ

 କୁକୁଡାଖଣ୍ଡି :- ( ସ୍ୱତନ୍ତ୍ର ନ୍ୟୁଜ଼ )କୁକୁଡାଖଣ୍ଡି ବ୍ଲକର ନବ ନିର୍ବାଚିତ ସମିତି ସଭ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବ୍ଲକର ନବନିର୍ବାଚିତ ସମିତିସଭ୍ୟ ମାନଙ୍କୁ ନେଇ ଏକ ନୂତନ ସଂଘ ଗଠନ କରାଯାଇଛି । ନୂତନ ଭାବେ ଗଠନ ହୋଇଥିବା ସଂଘରେ ସଭାପତି ଭାବେ ବାଘଲଟି ସମିତିସଭ୍ୟ ସାରଥୀ ପ୍ରସାଦ ଗୌଡ଼, ଉପସଭାପତି ଭାବେ ଲାଞ୍ଜିଆ ସମିତି




ସଭ୍ୟ କାନ୍ହୁ ଚରଣ ପାତ୍ର,ରୋହିଗାଁ ସମିତି ସଭ୍ୟା ଲକ୍ଷ୍ମୀ ସ୍ୱାଇଁ ମନୋନୀତ ହୋଇଛନ୍ତି । ସମ୍ପାଦକ ଭାବେ ଲୋଚାପଡା ସମିତି ସଭ୍ୟ ଚଣ୍ଡୀ ଚରଣ ସାହୁ, ସହ-ସମ୍ପାଦକ ଭାବେ ଲାଠୀ ସମିତି ସଭ୍ୟ ଜଗନ୍ନାଥ ଭୂୟାଁ,ହୁଗୁଳାପଟା ସମିତି ସଭ୍ୟା ବବିତାରାଣୀ ବରାଡ ମନୋନୀତ ହୋଇଛନ୍ତି ।କୋଷାଧକ୍ଷ ଭାବେ ମହୁଡା ସମିତିସଭ୍ୟ ଯତୀନ୍ଦ୍ର ପାତ୍ର ମନୋନୀତ ହୋଇଥିବ ବେଳେ ଉପଦେଷ୍ଟା ଭାବେ ବି.ରବୀନ୍ଦ୍ର ପାତ୍ରଙ୍କୁ ମନୋନୀତ କରାଯାଇଛି ।

ବ୍ଲକ ପ୍ରଶାସନର ଅବହେଳାକୁ ପ୍ରଥମେ ଗୁରୁତ୍ୱଦେବା ସହ ସମିତିସଭ୍ୟ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଉପେକ୍ଷା କରାଯାଉଛି । ସେ ଦିଗରେ ଗୁରୁତ୍ୱ ସହ ଆଗାମୀ ଦିନରେ ବିଭିନ୍ନ ଦାବି ଗୁଡିକୁ ବିଭିନ୍ନ ସ୍ତରରେ ଉପସ୍ଥାପନ କରାଯିବ ବୋଲି ନିଷ୍ପତି ନିଆଗଲା । ଏହି ଅବସରରେ ବଉଳଝୋଳି ସମିତି ସଭ୍ୟା ଲିଲି ସଂଗ୍ରାମ ସିଂ,ଗୁରୁଣ୍ଠି ସମିତି ସଭ୍ୟା କେ.ରାଜ ଲକ୍ଷ୍ମୀ ଦାସ,ବୋରିଗାଁ ସମିତି ସଭ୍ୟ ସନ୍ତୋଷ କୁମାର ସାହୁ,ତ୍ରିବେଣୀ ନାୟକ,ସୁନିତା ଦାସ,କେ. ସୁଜାତା,ରେବତୀ ବେହେରା,ବିଷ୍ଣୁ ବେହେରାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ l

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe