ବ୍ରହ୍ମପୁର: ୧୪/୦୯/୨୬ ( ସ୍ୱତନ୍ତ୍ର ନ୍ୟୁଜ଼ )କୃଷ୍ଣ ବିକାଶ ଟେକ୍ନୋ ବିଦ୍ୟାଳୟ, ବ୍ରହ୍ମପୁର ପରିସରରେ ହିନ୍ଦୀ ଭାଷାର ମହତ୍ତ୍ୱ, ସମୃଦ୍ଧି ଓ ଗୌରବକୁ ଉଦ୍ଯାପନ କରିବା ଉଦ୍ଦେଶ୍ୟରେ ହିନ୍ଦୀ ଦିବସ ଉତ୍ସାହ ଓ ଆନନ୍ଦର ସହିତ ପାଳିତ ହୋଇଯାଇଛି।
ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ହିନ୍ଦୀ ବିତର୍କ ଓ ହିନ୍ଦୀ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ଉତ୍ସାହର ସହିତ ଅଂଶଗ୍ରହଣ କରି ନିଜର ଚିନ୍ତନଶକ୍ତି, ସୃଜନଶୀଳତା ଓ ଭାଷା ଦକ୍ଷତାର ପରିଚୟ ଦେଇଥିଲେ। ହିନ୍ଦୀ ଭାଷା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ଓ ସମ୍ମାନ ବୃଦ୍ଧି କରିବା ପାଇଁ ବିଭିନ୍ନ ଶିକ୍ଷଣୀୟ କାର୍ଯ୍ୟକଳାପ ମଧ୍ୟ ଆୟୋଜିତ ହୋଇଥିଲା।
ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବିକାଶ କୁମାର ଷଡ଼ଙ୍ଗୀଙ୍କ ଯୋଗ୍ୟ ମାର୍ଗଦର୍ଶନରେ ସମଗ୍ର କାର୍ଯ୍ୟକ୍ରମଟି ସଫଳତାର ସହିତ ସମ୍ପନ୍ନ ହୋଇଥିଲା। ସଂଯୋଜକ ଶ୍ରୀ ଅମିତ କୁମାର ସାମଲ ଏବଂ ଶିକ୍ଷୟିତ୍ରୀ ଶ୍ରୀମତୀ ରାଜଲକ୍ଷ୍ମୀ ଶାସମଲ ବିତର୍କ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତାର ବିଚାରକ ଭାବେ ଦାୟିତ୍ୱ ତୁଲାଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।
ହିନ୍ଦୀ ଶିକ୍ଷୟିତ୍ରୀ ଶ୍ରୀମତୀ ସୁନିତା ନାୟକଙ୍କ ନିଷ୍ଠାପୂର୍ଣ୍ଣ ପ୍ରୟାସ ଓ ସୁଚାରୁ ପରିଚାଳନାରେ ହିନ୍ଦୀ ଦିବସ ପାଳନ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।
ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମନରେ ହିନ୍ଦୀ ଭାଷା ପ୍ରତି ଆଗ୍ରହ, ସମ୍ମାନ ଓ ଭଲପାଇବା ସୃଷ୍ଟି କରିବା ସହିତ ଭାଷାର ଗୌରବମୟ ପରମ୍ପରାକୁ ଆଗକୁ ବଢ଼ାଇବାର ସନ୍ଦେଶ ଦିଆଯାଇଥିଲା








Post a Comment