ବ୍ରହ୍ମପୁର, ଗଞ୍ଜାମ: ( ସ୍ୱତନ୍ତ୍ର ନ୍ୟୁଜ଼ )
ଦଳପତି ମହାସଭାର କେନ୍ଦ୍ରୀୟ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ଭୂମିପୂଜା କାର୍ଯ୍ୟକ୍ରମ ଆଜି ଗାନ୍ଧୀ ନଗର, ୧୦ମ ଲାଇନ, ବ୍ରହ୍ମପୁର, ଗଞ୍ଜାମଠାରେ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶରେ ସମ୍ପନ୍ନ ହୋଇଯାଇଛି।
ଦଳପତି ମହାସଭାର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଶିବଶଙ୍କର ସାହାଣୀଙ୍କ ଐକାନ୍ତିକ ପ୍ରଚେଷ୍ଟାରେ ଆୟୋଜିତ ଏହି ଶୁଭ କାର୍ଯ୍ୟକ୍ରମରେ ଦଳପତି ମହାସଭାର କେନ୍ଦ୍ରୀୟ ସଭାପତି ଶ୍ରୀଯୁକ୍ତ ପ୍ରମଦ କୁମାର ଜେନାଙ୍କ କରକମଳରେ ବୈଦିକ ରୀତିନୀତି ଅନୁଯାୟୀ ଭୂମିପୂଜା ସମ୍ପନ୍ନ ହୋଇଥିଲା।
ଏହି ଅବସରରେ ଦଳପତି ମହାସଭାର ବରିଷ୍ଠ କର୍ମକର୍ତ୍ତା, ଉପଦେଷ୍ଟା ଓ କାର୍ଯ୍ୟକାରିଣୀ ସଦସ୍ୟମାନେ ଉପସ୍ଥିତ ରହିଥିଲେ। ସେମାନଙ୍କ ମଧ୍ୟରେ ଉପଦେଷ୍ଟା ଡା. ପ୍ରଫୁଲ୍ଲ କୁମାର ଦଳେଇ, ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସୂର୍ଯ୍ୟକାନ୍ତ ପାତ୍ର, ଉପସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ମହାନ୍ତି ଓ ଶ୍ରୀଯୁକ୍ତ ମୁନା ଜେନା, ସଂଗଠନ ସମ୍ପାଦକ ଶ୍ରୀଯୁକ୍ତ ପର୍ଶୁରାମ ଜେନା, ଶ୍ରୀଯୁକ୍ତ କମଳ କୁମାର ପାତ୍ର, ଶ୍ରୀଯୁକ୍ତ କୁନା କୁମାର ବିଷୋୟୀ, ସମ୍ପାଦକ ଶ୍ରୀଯୁକ୍ତ ଶାନ୍ତନୁ ପାତ୍ର ଓ ଶ୍ରୀଯୁକ୍ତ ରବି କୁମାର ସାହାଣୀ, କାର୍ଯ୍ୟକାରୀ ସଦସ୍ୟ ଶ୍ରୀଯୁକ୍ତ ସୁଧାକର ବିଷୋୟୀ, ଦଳପତି ସୁଧୀର, ଦଳପତି ସୋନାତନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ଏହା ସହିତ ଦଳପତି ମହାସଭାର ବହୁ ସଦସ୍ୟ, ଦଳପତି ପରିବାରର ସଦସ୍ୟବୃନ୍ଦ, ପୂଜକ ଏବଂ ସମାଜର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଏହି ପବିତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ନବନିର୍ମାଣ କାର୍ଯ୍ୟର ସଫଳତା କାମନା କରିଥିଲେ।
ବକ୍ତାମାନେ ନିଜ ଅଭିଭାଷଣରେ କହିଥିଲେ ଯେ, ଦଳପତି ମହାସଭାର କେନ୍ଦ୍ରୀୟ କାର୍ଯ୍ୟାଳୟ ନିର୍ମାଣ ସଂଗଠନକୁ ଆହୁରି ସୁଦୃଢ଼ କରିବା ସହିତ ସମାଜସେବା, ସାମାଜିକ ଏକତା ଏବଂ ସଂଗଠନର ବିକାଶରେ ଏକ ନୂତନ ଦିଗ ସୃଷ୍ଟି କରିବ।
ଶେଷରେ ସମସ୍ତ ଅତିଥି, ସଦସ୍ୟ ଏବଂ ଉପସ୍ଥିତ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇ କାର୍ଯ୍ୟକ୍ରମର ସମାପନ କରାଯାଇଥିଲା।







Post a Comment