//BREAKING//
Loading...

୮ମ ବ୍ରହ୍ମପୁର ମହୋତ୍ସବ ଆସନ୍ତା ଜାନୁଆରୀ ରେ ମହାସମାରୋହରେ ପାଳିତ ହେବ

 



ବ୍ରହ୍ମପୁର ୨୯/୧୧ ( ସ୍ୱତନ୍ତ୍ର ନ୍ୟୁଜ଼ )

ମହାନ୍ ସଂଘ ଓ ବ୍ରହ୍ମପୁର ମହୋତ୍ସବ କମିଟି ଆନୁକୁଲ୍ୟରେ ଅନୁଷ୍ଠିତ ହେଉଥିବା ପ୍ରସିଦ୍ଧ ବ୍ରହ୍ମପୁର ମହୋତ୍ସବ ଜନସାଧାରଣ, କଳାକାର, କୁଟୀର ଶିଳ୍ପ ଓ ବୁଦ୍ଧିଜିବୀ ମାନଙ୍କ ଅନୁରୋଧ କ୍ରମେ ୮ମ ବ୍ରହ୍ମପୁର ମହୋତ୍ସବ ଆସନ୍ତା ଜାନୁଆରୀ ମାସରେ ମହାସମାରୋହରେ ୭ଦିନ ବ୍ୟାପୀ ଆୟୋଜନ କରାଯିବ।ରାଜ୍ୟ ସାଂସ୍କୃତିକ ବିଭାଗ ସାଯୋଜୋଗରେ ରାଜ୍ୟ ତଥା ରାଜ୍ୟ ବାହାର ଲୋକନୃତ୍ୟ, ସ୍ଥାନୀୟ କଳାକାର ଙ୍କ ଦ୍ଵାରା ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ ଓଡ଼ିଶା ସଂସ୍କୃତି, ପରମ୍ପରା, ପର୍ଯ୍ୟଟନ,ଶିଳ୍ପ ର ବିକାଶ ସହ ଏହାର ସ୍ୱାଭିମାନ ଶିଶ୍ରକ ଆଲୋଚନାଚକ୍ର ଅନୁଷ୍ଠିତ ହେବ।ବିଭିନ୍ନ କିସମର ଷ୍ଟଲ୍ ସହ ଶିଶୁ,ମହିଳା,ଯୁବକ ଓ ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ସ୍ବତନ୍ତ୍ର ପ୍ରତିଯୋଗୀତା, ସେମିନାର କ୍ରୀଡା କାର୍ଯ୍ୟକ୍ରମ ଆୟୋଜନ କରାଯିବ।ଜାତୀୟ ଓ ରାଜ୍ୟ ସ୍ତରର ଲୋକପ୍ରତିନିଧି, ସାହିତିକ, ପ୍ରସାଶନିକ ଅଧିକାରୀ ଓ ବୁଦ୍ଧିଜିବୀ ମାନଙ୍କୁ ଅତିଥି ମାନଙ୍କୁ ନିମନ୍ତ୍ରଣ କରାଯିବା ସହ, ଓଡ଼ିଶା ତଥା ସମାଜ ନିମନ୍ତେ ଉତ୍କୃଷ୍ଟ ସେବା କରି ଆସୁଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ମାନଙ୍କୁ ସମ୍ମାନିତ କରାଯିବ। ମହୋତ୍ସବ କୁ ସାକାର କରିବା ନିମନ୍ତେ ବିଶିଷ୍ଟ ବ୍ୟକ୍ତି ଲୋକ ପ୍ରତିନଧି, ବିଭାଗୀୟ ପଦସ୍ତ୍ ଅଧିକାରୀ ମାନଙ୍କୁ ନେଇ ଅଭ୍ୟର୍ଥନା ଓ ବିଭିନ୍ନ କମିଟି ଗଠନ କରାଯିବା ସହ ରେସପନସ ମାର୍କେଟିଙ୍ଗ ଇଭେଣ୍ଟ ସାହୋଜଗ ରେ ମହାସମାରୋହରେ ପାଳନ କରିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମୁଖ୍ୟ ସଂଯୋଜକ ତଥା ବିଶିଷ୍ଟ ସଂଗଠକ ଶ୍ରୀ ସୁଶାନ୍ତ କୁମାର ସାବତ ଙ୍କ ଅଧ୍ୟକ୍ଷତାରେ ରାମଚଂଦ୍ରପୁର ଠାରେ ମହାନ୍ ସଂଘର ଦ୍ୱରା ପରିଚାଳିତ ବିଶ୍ଵ ନିକେତନ ପରିସରରେ ଗତ ରବିବାର ଦିନ ଅନୁଷ୍ଠିତ ହୋଯାଇଅଛି। ଏଥିରେ ସମ୍ପାଦକ ଶ୍ରୀ ପ୍ରସାନ୍ତ ପାତ୍ର, ସଞ୍ଜୟ ମାଝୀ, ହରି କୃଷ୍ଣ ମିଶ୍ର, ପ୍ରକାଶ ବାଜନି, ମନୋଜ ଆଚରି, ମହେନ୍ଦ୍ର ବେହେରା,ଗୋପାଳ ପଟ୍ଟନାୟକ, ଅନତ ପ୍ରଧାନ, ମଧୁସୂଦନ ସାହୁ, ଶ୍ରୀକାନ୍ତ ସାବତ, ଶ୍ରୀମତୀ ବନ୍ଦିତା ତ୍ରିପାଠୀ, ଶ୍ରୀମତୀ ମମତା ପାଢ଼ୀ ଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଅଂଶ ଗ୍ରହଣ କରିଥିଲେ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe