//BREAKING//
Loading...

1100 ପରିବାରକୁ ଶୀତ ବସ୍ତ୍ର ଦେଇ ଥଇଥାନ କଲେ ରୋଟାରୀ କ୍ଲବ ବ୍ରହ୍ମପୁର ମିଡ଼ଟାଉନ

 





ବ୍ରହ୍ମପୁର /30/11/22( ସ୍ୱତନ୍ତ୍ର ନ୍ୟୁଜ଼)ରୋଟାରି କ୍ଲୁବ ବ୍ରହ୍ମପୁର ମିଡ଼ଟାଉନ ତରଫରୁ ଶୀତବସ୍ତ୍ର କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଅନୁଷ୍ଠାନିକ ଭାବେ 3262 ର District govrner DG ଶ୍ରୀ ପ୍ରଭୁଦତ ସୁବୁଦ୍ଧି ଓ Zonal chair ବି. କୁଶ ପାତ୍ର ଉଦଘାଟନ କରିଥିଲେ | ପ୍ରଥମେ ବଳିୟାପୁଟୁ ହରିଜନ ବସ୍ତିରେ DG ପ୍ରଭୁଦତ୍ତ ସୁବୁଦ୍ଧି ଓ କ୍ଲୁବ ସଭାପତି ସମାଜସେବୀକା ବନ୍ଦିତା ତ୍ରିପାଠୀ ଘରକୁ ଘର ବୁଲି ସମସ୍ତଙ୍କୁ କମ୍ବଳ ଚାଦର ବାଣ୍ଟିଥିଲେ | ବ୍ରହ୍ମପୁର ଠାରୁ 60 କିଲୋମିଟର ଦୂର ଖରିଆଗୁଡା, ବାଇଉଳିଆ, ତୁରୁବୁଡି ଓ ନୂଆଗଡ ସମସ୍ତ ଗ୍ରାମରେ ପ୍ରାୟ ସେହି ଗ୍ରାମର ଭଦ୍ର ବ୍ୟକ୍ତି ଓ ଅଙ୍ଗନବାଡି ଦିଦି ଙ୍କ ସୁପାରିଶ କ୍ରମେ ଯେଇଁମାନେ ନିହାତି ପାଇବା ପାଇଁ ଯୋଗ୍ୟ ବିବେଚିତ ସେମାନଙ୍କୁ କମ୍ବଳ, ଚାଦର ଓ ଦରି ପ୍ରାୟ 1100 (ଏଗାର ସହ )ପରିବାରକୁ ବଣ୍ଟଯାଇଥିଲା ରୋଟାରି କ୍ଲୁବ ମିଡିଟାଉନ ର ଏପରି ମହାନ କାଯ୍ୟକ୍ରମ ଦେଖି ସମସ୍ତେ ଭୁରୀ ଭୁରୀ ପ୍ରଶଂସା କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ରୋଟାରୀୟାନ ସୁସ୍ମିତା ଶର୍ମା, ରୋଟାରୀୟାନ ସ୍ୱାଧୀନ ପାତ୍ର, ରୋଟାରୀୟାନ ସୁଶାନ୍ତ ସାବତ, ରୋଟାରୀୟାନ ଗୋଦାବରୀ ପାତ୍ର, ରୋଟାରୀୟାନ କୃଷ୍ଣ ଚନ୍ଦ୍ର ସାହୁ, ରୋଟାରୀୟାନ ମହେନ୍ଦ୍ର ବେହେରା, ରୋଟାରୀୟାନ ମନୋଜ ଆଚରୀ ସମସ୍ତେ ଉପସ୍ଥିତ ରହି ପରିଚାଳନା କରିଥିଲେ....

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe