(ସ୍ୱତନ୍ତ୍ର ନ୍ୟୁଜ଼ )ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭାଟ କୁମୁରଡ଼ା ଗ୍ରାମ ରେ ଚଳିତ ବର୍ଷ ବର୍ତ୍ତମାନ ପୂଜା ପାର୍ବଣର ଋତୁ ଚାଲିଥିବା ବେଳେ ବିଧି ବିଧାନ ମୁତାବକ ଗତ ଆଶ୍ୱିନ ପୂର୍ଣ୍ଣିମା ବା କୁମାର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥବା ଗଜଲକ୍ଷ୍ମୀ ପୂଜା ସାଧାରଣ ଭାବରେ ଜନସାଧାରଣଙ୍କ ଉଧେସ୍ୟରେ ଭାଟକୁମରଡ଼ାସ୍ଥିତ ବଡ଼ସାହିରେ ଚଳିତ ବର୍ଷ ପୂଜ୍ୟପୁଜା କମିଟି ପକ୍ଷରୁ ଆୟୋଜିତ ଗଜଲଷ୍ମୀ ପୂଜାର୍ଚ୍ଚନା ଧୁମ୍ ଧାମ ରେ ଚାଲୁ ରହିଛି।ଏହି ଗଜଲଷ୍ମୀ ପୂଜା କମିଟିର ମୁଖ୍ୟ ଶ୍ରୀ ଅଶ୍ୱିନୀ କୁମାର ପଟନାୟକ,ଉପଦେଷ୍ଟା ଦୈନିକ ସମାଚାର ର ମୁଖ୍ୟ ସମ୍ପାଦକ ପ୍ରଦୀପ କୁମାର ନାହାକ,
ସଭାପତି ପ୍ରଶାନ୍ତ କୁମାର ସ୍ୱାଇଁଙ୍କ ଦ୍ଵାରା ଆରମ୍ଭ ହୋଇ ମହା ଆଡମ୍ବରରେ ଚାଲୁ ରହିଛି। ଏହି ପୂଜା ଚଳିତ ବର୍ଷ ସାହି ବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗରେ ନୁଆଁ ଉଧିପନା କ୍ରମେ ନୂତନତା ସ୍ୱରୂପ ପ୍ରତ୍ୟହ ପଣ୍ଡିତ ମାନଙ୍କ ଦ୍ଵାରା ଶ୍ଳୋକ ପାଠ ସହିତ ଜ୍ଞାନ ଯଜ୍ଞ ଓ ପ୍ରତିଦିନ ଅର୍ଣ୍ଣ ପ୍ରସାଦ ବ୍ୟବସ୍ଥା ନିଆରା ପରିଚୟ ଆଣିଦେବ ବୋଲି ଅନେକ ଆଶାବାଦୀ ଅଛନ୍ତି ଆୟୋଜନକାରୀ ସଭ୍ୟଗଣ ।ଏହି ପୂଜାରେ ସହଯୋଗ କରିଥିବା ବଡ଼ ସାହି ବାସୀଙ୍କ ପ୍ରଚେଷ୍ଟାରେ ସଫଳ ଭାବେ ପ୍ରତ୍ୟହ ପ୍ରସାଦ ବ୍ୟବସ୍ଥା ସହିତ ସାନ୍ଧ୍ୟ ପ୍ରବଚନ ଦ୍ଵାରା ଭାଗବତ କଥାମୃତ ପ୍ରବଚନ,ପ୍ରହଲ୍ଲାଦ ନାଟକ, ଲଷ୍ମୀ ପୁରାଣ ଭଜନ ସମାରୋହ ଆଦି ସମସ୍ତଙ୍କୁ ଆକୃଷ୍ଟ କରିଛି। *ଏହି ଭଳି ମହତ ପୂଜା ଦ୍ଵାରା ବିଭିନ୍ନ ପ୍ରକାରର ବ୍ୟର୍ଣ୍ଣ ବଂର୍ଣ୍ୟ ବ୍ୟକ୍ତି ଗଞ୍ଜାମ ଜିଲ୍ଲାର ଟାଣୁଆ ନେତା ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନା, ଖଲ୍ଲିକୋଟ ବିଧାୟକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସେଠି, ନାଗରିକ ସୁରକ୍ଷା କାନୁନ ସେବା ଟ୍ରଷ୍ଟ ର ରାଜ୍ୟ ଅଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ହୋତା, ଯୁବ ସମାଜ ସେବୀ ଶ୍ରୀ ଭଗବାନ ପାତ୍ର, ଶ୍ରୀ ପବିତ୍ର ମୋହନ ମିଶ୍ର, ବରିଷ୍ଠ ଓକିଲ ରାଜେଶ ମୋହନ ପଟନାୟକ,ବାସ୍ତୁବିତ ଶ୍ରୀ ସନ୍ୟାସୀ ମହାରଣା, ଅମ୍ରିତ ପ୍ରିୟଦର୍ଶୀ ସାହୁ, କୋରା ସ୍ୱାଇଁ, ନିର୍ମଳ ସାହୁ, କଂଗ୍ରେସ ନେତା ଶ୍ରୀ ହରି କୃଷ୍ଣ ରଥ, ଚିତ୍ତ ରଞ୍ଜନ ବେହେରା, ଆଦିଙ୍କୁ ନିମନ୍ତ୍ରଣ କରାଯାଇ ସମ୍ମାନିତ କହିବା ସହ ଉପଦେଉକନ ମାନପତ୍ର ଆଦି ଦେଇ ଉତ୍ସlହିତ କରାଯାଇଥିଲା* l ଭାଟ କୁମୁରଡା ଅଞ୍ଚଳରେ ଏ ଭଳି ପଦକ୍ଷେପ ନିଆରା ପରିଚୟ ସୃଷ୍ଟି କରିଛନ୍ତି। ମା ଗଜଲକ୍ଷ୍ମୀ ପୂଜା ରେ ଭାଟ କୁମୁରଡ଼ା ଗ୍ରାମ ବାସୀ ବହୁତ୍ ଆନନ୍ଦ ଉଲ୍ଲାସ ରେ ଖୁସିମନାଉ ଥିବା ବେଳେ ସାରା ଗ୍ରାମ ଭକ୍ତି ମୟ ପରିବେଶ ସୃଷ୍ଟି ହୋଇଛି ଲ






Post a Comment