ଚିକିଟୀ ବ୍ଲକ୍ ଝାଟିପଦର କ୍ଲଷ୍ଟର୍ ଅନ୍ତର୍ଗତ ଝାଟିପଦର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଦ୍ୱିତୀୟ ମାସିକକ୍ଲଷ୍ଟର ବୈଠକ ସି.ଆର୍. ସି.ସି. ଶ୍ରୀମତୀ ଏ.ଦମୟନ୍ତୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି I ଶିଶୁବାଟିକା ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଶିକ୍ଷକ ମାର୍ଗଦର୍ଶିକା, ଏଫ.ଏଲ୍.ଏନ୍ ଶ୍ରେଣୀ ପରିଚାଳନା, ଶିକ୍ଷଣ ଫଳାଫଳ ଆଧାରିତ ପାଠ୍ୟକ୍ରମ, ବିଦ୍ୟାଳୟ ସାମଗ୍ରିକ ପ୍ରଗତି ପତ୍ର, ଅଗଷ୍ଟ ମାସର ଶୈକ୍ଷିକ କ୍ୟାଲେଣ୍ଡର,ଶ୍ରେଣୀ ପରିଚାଳନା, ନମୁନା ପାଠ୍ୟ ଯୋଜନା ଓ GKA କିଟ ଉପରେ ଆଲୋଚନା କରାଯାଇଥିଲା I ଏଥିରେ ସମସ୍ତ 8 ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସମେତ ଏଫ୍.ଏଲ୍.ଏନ୍. ଶିକ୍ଷକ ମାନେ ବୈଠକରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ I
ଏହି ଶିବିରକୁ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ପନଗ ଭୂଷଣ ମାଝୀ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଧନଞ୍ଜୟ ପାତ୍ର ଓ ଗଞ୍ଜାମ ଜିଲ୍ଲା ପେଡ଼ାଗୋଜି ସଂଯୋଜକ ଶ୍ରୀ ସନ୍ତୋଷ କୁମାର ପଣ୍ଡା ଅଚାନକ ପରିଦର୍ଶନ କରି ସମସ୍ତ କାର୍ଯ୍ୟର ସମୀକ୍ଷା କରିଥିଲେ । ବିଦ୍ୟାଳୟ ସୁପରିଚାଳନାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ପ୍ରଧାନ ଶିକ୍ଷକଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପାଦନ ପାଇଁ ଉପଯୁକ୍ତ ମାର୍ଗଦର୍ଶନ ପ୍ରଦାନ କରିବା ସହ ସମସ୍ତ ଶିକ୍ଷଣ ବିଷୟକୁ ଶ୍ରେଣୀ ଗୃହରେ ପ୍ରୟୋଗ କରିବାକୁ ପରାମର୍ଶ ଦେଇଥିଲେ I
ପୁନଶ୍ଚ ଝାଟିପଦର କ୍ଳଷ୍ଟର୍ ତରଫରୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ଅବସରପ୍ରାପ୍ତ ଦୁଇଜଣ ବି.ଆର୍.ସି.ସି.ଶ୍ରୀ ନିଗମାନନ୍ଦ ପଣ୍ଡା ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ସିମାଞ୍ଚଳ ପଣ୍ଡାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ ପୂର୍ବକ ସେମାନଙ୍କ କାର୍ଯ୍ୟଧାରା, କର୍ମନିଷ୍ଠା ତଥା ଶିକ୍ଷାକ୍ଷେତ୍ର ପାଇଁ ସେମାନଙ୍କର ଅବଦାନକୁ ସ୍କୃତିଚାରଣ କରିବା ପୂର୍ବକ ଏକ ସଭାର ଆୟୋଜନ କରାଯାଇ ଏକ ମନୋଜ୍ଞ ପରିବେଶରେ ସଭାସାଙ୍ଗ କରାଯାଇଥିଲା।
Post a Comment