ସ୍ଵତନ୍ତ୍ର ନ୍ୟୁଜ:- ଆଜି ତା. 22.08.2025 ରିଖ ଦିନ GUPS Dakhinapur ରେ ନିଶା ସେବନର କୁପ୍ରଭାବ ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ର ଶି ଏ.ପୁଷ୍ପଲତା ସହ ସମସ୍ତ ଶିକ୍ଷୟତ୍ରୀ,SMC ର ବାପିନି କୁମାର ଗୌଡ, CRCC ଦୁଷ୍ମନ୍ତ ପଟ୍ଟନାୟକ ,ଅଭିଭାବକ ଓ ଛାତ୍ରଛାତ୍ରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।
କାର୍ଯ୍ୟକ୍ରମର ଆରମ୍ଭରେ ପ୍ର ଶି ନିଶାଦ୍ରବ୍ୟ ସେବନର ଶାରୀରିକ, ମାନସିକ ଓ ସାମାଜିକ କୁପ୍ରଭାବ ବିଷୟରେ ସ୍ପଷ୍ଟ ବିବରଣୀ ଦେଇଥିଲେ । ତାଙ୍କ କଥାରେ ଉଲ୍ଲେଖ କରାଗଲା ଯେ, ନିଶାଦ୍ରବ୍ୟ ମାନବକୁ ଧୀରେ ଧୀରେ ଧ୍ୱଂସ କରିଥାଏ ଏବଂ ପରିବାର ଓ ସମାଜରେ କୁପ୍ରଭାବ ପକାଏ ।
ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସ୍ଲୋଗାନ ପ୍ରଦର୍ଶନ, ପୋଷ୍ଟର ତିଆରି,ବକୃତା ଓ ଶପଥ ପାଠ କରି ସଚେତନତା ବାର୍ତ୍ତା ପ୍ରସାର କରିଥିଲେ । ସେମାନଙ୍କର ସନ୍ଦେଶ ଥିଲା – “ନିଶାକୁ ‘ନା’ କହ, ସ୍ୱସ୍ଥ ଜୀବନକୁ ‘ହାଁ’ କହ” ।
ଅଭିଭାବକମାନେ ମଧ୍ୟ ଏଥିରେ ସାଥି ହୋଇ, ସମାଜରୁ ନିଶାଦ୍ରବ୍ୟ ଦୂର କରିବା ପାଇଁ ସଚେତନତାର ପ୍ରୟାସ କରିବାକୁ ସଙ୍କଳ୍ପ କରିଥିଲେ ।ଶିକ୍ଷୟତ୍ରୀ ମନିଷା ବଡମୁଣ୍ଡି,ରୁବିତା ଦେବୀ,ଦୀପ୍ତିରାଣୀ ପାଢୀ ଓ ରଶ୍ମିତା ପ୍ରଧାନକଂ
ଉଦ୍ୟମରେ କାର୍ଯ୍ୟକ୍ରମଟି ଗୁରୁତ୍ୱପୂର୍ଣ୍ଣ ଓ ସଫଳ ହୋଇଥିଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ନୂତନ ପିଢ଼ୀକୁ ନିଶାରୁ ଦୂରେ ରଖିବା ଏବଂ ସ୍ୱସ୍ଥ, ସଚେତନ ଓ ସୁସଂସ୍କୃତ ସମାଜ ଗଢ଼ିବା ।
ସ୍କୁଲ ପକ୍ଷରୁ ଜଣାଇଦିଆଗଲା ଯେ, ଏପରି ସଚେତନତାମୂଳକ କାର୍ଯ୍ୟକ୍ରମ ସମୟୋପଯୁକ୍ତ ଭାବରେ ଆୟୋଜନ କରାଯିବ ଯାହା ଛାତ୍ରଛାତ୍ରୀଙ୍କୁ ସୁପଥରେ ଚାଲିବା ପାଇଁ ପ୍ରେରିତ କରିବ ।






Post a Comment