//BREAKING//
Loading...

*ଛତ୍ରପୁର ରେ ବାବା ସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ପାଳିତ।*

 


ଆଜି ତା-୧୪/୦୪/୨୦୨୫ରିଖ ( ସ୍ୱତନ୍ତ୍ର ନ୍ୟୁଜ଼ )ସୋମବାର ଶୁଭ ସକାଳ ୯ଘଣ୍ଟା ସମୟରେ ଛତ୍ରପୁର ସ୍ଥିତ BJP କାର୍ଯ୍ୟାଳୟ ଠାରେ ଗଞ୍ଜାମ ଜିଲ୍ଲା SC ମୋର୍ଚ୍ଚା ସଭାପତି କିର୍ତ୍ତନ ଦାସଙ୍କ ନେତୃତ୍ୱରେ ଡା.ଭୀମରାଓ ଆମ୍ବେଦକର ଙ୍କ ୧୩୫ତମ ଜୟନ୍ତୀ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ଛତ୍ରପୁର ବିଧାୟକ ଶ୍ରୀଯୁକ୍ତ କୂଷ୍ଣଚନ୍ଦ୍ର ନାୟକ ଯୋଗଦେଇ ଡା.ଆମ୍ବେଦକରଙ୍କର ଫୋଟରେ ଦୀପ ପ୍ରଜ୍ବଳନ କରିବା ସହ ପୁଷ୍ପଗୁଚ୍ଛ ଦେଇ ପ୍ରଣିପାତ କରିଥିଲେ। ଉପସ୍ଥିତ ଥିବା ସମସ୍ତଙ୍କୁ ଓଡିଆ ନବବର୍ଷର ଶୁଭେଚ୍ଛା ଓ ହନୁମାନ ଜୟନ୍ତିର ଶୁଭେଚ୍ଛା ଜଣାଇଥିବା ସହ ଆମ୍ବେଦକରଙ୍କର ଜୀବନୀ କାହାଣୀ ଉପରେ ଉଦବୋଧନ ଦେଇଥିଲେ,ମଞ୍ଚାସିନ ଅତିଥି ଛତ୍ରପୁର N.A.Cର ମଣ୍ଡଳ ସଭାପତି ସଂଜିତ ରାଉଳ, ଗଞ୍ଜାମ ବ୍ଲକ ପୂର୍ବତନ ଅଧ୍ୟକ୍ଷ ରଘୁନାଥ ସାହୁ ଓ କାନକାୟା ରେଡ଼ି, ସାଂସଦ ପ୍ରତିନିଧି ରୁଇନା ପଟ୍ଟନାୟକ,BJP ଜିଲ୍ଲା ସମ୍ପାଦକ ଲକ୍ଷ୍ମୀ ନାରାୟଣ ପଣ୍ଡା, ବିଧାୟକ ପ୍ରତିନିଧି ପିତୁ ରେଡ଼ି ମଞ୍ଚସିନ ଥିଲେ। ଗଞ୍ଜାମ ଜିଲ୍ଲା SC ମୋର୍ଚ୍ଚା ସାଧାରଣ ସମ୍ପାଦକ ତ୍ରିନାଥ ନାୟକ ପରିଚାଳନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ରଘୁନାଥ ରେଡ଼ି,BJP ନେତା କଇରା ପଲାଇ,BJP ନେତା ସୁରେନ୍ଦ୍ରନାଥ ସାହୁ,ରଙ୍କନିଧି ସାହୁ,BJP ଯୁବନେତା ସୁମନ୍ତ ଦାସ,SC ମୋର୍ଚ୍ଚା ଜିଲ୍ଲା ଉପସଭାପତି ବିମ୍ବାଧର ବେହେରା,SC ମୋର୍ଚ୍ଚା ସମ୍ପାଦକ ସୁଶାନ୍ତ ବେହେରା, ଅନାଥ ବେହେରା ବହୁ ବିଜେପି କର୍ମୀ ଓ ପଦାଧିକାରୀ ମାନେ ଯୋଗଦେଇ ଆମ୍ବେଦକରଙ୍କୁ ପୁଷ୍ପ ଦେଇ ଦୀପଦାନ କରିଥିଲେ।





Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe