//BREAKING//
Loading...

କୋରାପୁଟରେ ବ୍ରହ୍ମପୁରର ନାଟକ ଉଚ୍ଚ ପ୍ରଶଂସିତ

 

ବ୍ରହ୍ମପୁର - ୧୩/୦୪/୨୫ ( ସ୍ୱତନ୍ତ୍ର ନ୍ୟୁଜ଼ )ଓଡିଶା ନାଟ୍ୟ ସଙ୍ଘ ଆନୁକୂଲ୍ୟରେ ଏବଂ କୋରାପୁଟ ସାଂସ୍କୃତିକ ସଂସଦର ସହଯୋଗରେ ଆୟୋଜିତ ଦକ୍ଷିଣାଞ୍ଚଳ ନାଟ୍ୟ ମହୋତ୍ସବରେ ବ୍ରହ୍ମପୁରର କଳାକାର ପ୍ରତିଷ୍ଠାନ ଦ୍ୱାରା ଗତକାଲି ୧୨ ତାରିଖରେ ମଞ୍ଚସ୍ଥ ହାସ୍ୟବ୍ୟଙ୍ଗ ନାଟକ 'ଉଦଘାଟନ' ଉଚ୍ଚ ପ୍ରଶଂସିତ ହୋଇଛି l ଏହି ନାଟକଟିକୁ ଡ ମିହିର ତ୍ରିପାଠୀ ରଚନା ଓ ନିର୍ଦ୍ଦେଶନା କରିଥିବା ବେଳେ ଗୁରୁ ପ୍ରସାଦ ମହାପାତ୍ର ସଂଗୀତ ନିର୍ଦ୍ଦେଶକଭାବେ ଥିଲେ l ଇ ମନୋଜ ଦଣ୍ଡପାଟ, ଗିରିଜା ଶଙ୍କର ଦାଶ, ବିନାୟକ ହୋତା, ନଳିନୀ କାନ୍ତ ଗୌଡ଼, ସ୍ୱାଧୀନ ପାତ୍ର, ଡ ମିହିର ତ୍ରିପାଠୀ, ସନ୍ଦୀପ ପଟ୍ଟନାୟକ, ରବିନ୍ଦ୍ର କୁମାର ନାୟକ, ସୁବାସ ମହାରଣା ଏବଂ ଗୋଧୂଳି ନାୟକ ପ୍ରମୁଖ ଅଭିନୟ କରିଥିଲେ l ଗୋକୁଳ ପଣ୍ଡା ସହଯୋଗ କରିଥିଲେ l କଳା ଓ କଳାକାର ପ୍ରତିଷ୍ଠାନ ତରଫରୁ ଏହି ନାଟକଟି ମଞ୍ଚସ୍ଥ ହୋଇଥିଲା l ଗୋଟିଏ ପାର୍କ ନିର୍ମାଣ ଏବଂ ତାହାର ଉଦଘାଟନକୁ ନେଇ ସରକାରୀ ଅର୍ଥ ବାଟମାରଣା କରି କିପରି ଶେଷରେ ଜଣେ ନିରୀହ କଳାକାରର ଜୀବନ ଚାଲି ଯାଉଛି ଏହି ନାଟକ ମାଧ୍ୟମରେ ଦେଖା ଯାଇଛି l ଏହି ନାଟକଟି ଆଗରୁ ଦୁଇ ଥର ମଞ୍ଚସ୍ଥ ହୋଇସାରିଛି ଲ




Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe