ବ୍ରହ୍ମପୁର ୦୫/୦୧/୨୫ ( ସ୍ୱତନ୍ତ୍ର ନ୍ୟୁଜ଼ )
ତ୍ରିଧାରା ସାହିତ୍ୟ ସଂସଦ,
ବ୍ରହ୍ମପୁର ଆୟୋଜିତ ମାସିକ ସାହିତ୍ୟ ଆସର ଉତ୍କଳ ଆଶ୍ରମନ୍ୟାସ ପାଠାଗାର ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଅଛି। ଓଡ଼ିଆ ସାହିତ୍ୟରେ ଜାତିୟତା ସମ୍ପର୍କରେ ଆଲୋଚନା କରାଯାଇଥିଲା।ବେଦଠାରୁ ରାଷ୍ଟ୍ରୀୟ ଚେତନା ଆରମ୍ଭ କରି ପୁରାଣର ପୀଠର ମହିମା, ରୀତି ଯୁଗୀୟ ସାହିତ୍ୟ ରେ ସମର ତରଙ୍ଗ କାବ୍ୟ । ଆଧୁନିକ ଯୁଗର ଭାଷା ସାହିତ୍ୟ ସଂସ୍କୃତିର ଧାରା ଦେଇ ସତ୍ୟବାଦୀଯୁଗର ବନବିଦ୍ୟାଳୟ ସହ ଭାଷା ଆନ୍ଦୋଳନ ପାଠ୍ୟପୁସ୍ତକ ଓ ଉତ୍କଳ ସମ୍ମିଳନୀ ମାଧ୍ୟମରେ ଭାଷା ଭିତ୍ତିରାଜ୍ୟ ଆଦି ଅନେକ କଥା ଜାତିୟତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଉଦଘାଟକ ଉମାଚରଣ ମିଶ୍ର ପ୍ରଦୀପ ପ୍ରଜ୍ଜ୍ୱଳନ କରି ଥିଲେ। ପ୍ରଫୁଲ୍ଲ କୁମାର ମହାପାତ୍ର ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ସମ୍ପାଦକ ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ ଆଲୋଚନା ଚକ୍ର ସମ୍ପର୍କରେ ସାରଗର୍ଭକ ଭାଷଣ ପ୍ରଦାନ କରିବା ସହ ମଞ୍ଚ ସଞ୍ଚାଳନ କରିଥିଲେ। ସଭାପତି ଡକ୍ଟର ଅଶୋକ କୁମାର ପଣ୍ଡା ଆଲୋଚକ ବିଜୁପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଡଗଡ, ଗଞ୍ଜାମର ଓଡ଼ିଆ ଅଧ୍ୟାପକ, ଋଷି ବେହେରା ସହ ସମ୍ପାଦିକା ଗାୟତ୍ରୀ ପାଣିଗ୍ରାହୀ କବିତା ଗୁଡିକୁ ସଂଯୋଜନା କରି ଥିଲେ। ଓଡ଼ିଆ ସାହିତ୍ୟରେ ଓଡ଼ିଆଙ୍କ ସଂସ୍କୃତି ଐତିହାସିକ, ସାହିତ୍ୟ ଆଦି ଉପରେ ଅନେକ ଗବେଷଣା ହେବାର ଆବଶ୍ୟକତା ରହିଛି ବୋଲି ସଭାପତି ମତାମତ ଦେଇଥିଲେ।
ଏଥିରେ ପ୍ରଫୁଲ୍ଲ କୁମାର ମହାପାତ୍ର, ବେଙ୍କଟବିହାରୀ ପ୍ରହରାଜ ଶିବ ସୁନ୍ଦର ରଥ, ଅଜୟ କୁମାର ପଟ୍ଟନାୟକ,ବିଜୟ ଚନ୍ଦ୍ର ମିଶ୍ର,ପ୍ରମୋଦ କୁମାର ପଣ୍ଡା, ବୀଣା ନାୟକ, ଉମାଚରଣ ମିଶ୍ର,ଗାୟତ୍ରୀ ପାଣିଗ୍ରାହୀ , ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ,ଗାୟତ୍ରୀ ରଥ,ଇ, ପ୍ରଫୁଲ୍ଲ କୁମାର ତ୍ରିପାଠୀ, କବିତା ପାଠ କରିଥିଲେ। ମନୋଜ କୁମାର ପାଣିଗ୍ରାହୀ ଗଳ୍ପ ପଠନ କରିଥିଲେ । ଏଥିରେ ବାଳକୃଷ୍ଣ ମଲ୍ଲିକ,ସୁଦର୍ଶନ ବିଷୋୟୀ,ବ୍ରଜେଦ୍ର କୁମାର ଦାଶ ସହଯୋଗ କରିଥିଲେ।ପରିଶେଷରେ ବାଳକୃଷ୍ଣ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।
Post a Comment