ପାତ୍ରପୁର ,୦୫/୦୧/୨୦୨୫ ( ସ୍ୱତନ୍ତ୍ର ନ୍ୟୁଜ଼ )
ପାତ୍ରପୁର ବ୍ଳକ ସୁରଙ୍ଗୀ ବନଦୁର୍ଗା ମନ୍ଦିର ଠାରେ ଉପାନ୍ତ ସାଂସ୍କୃତିକ ସାହିତ୍ୟ ସେବା ସଂସଦ ପାତ୍ରପୁର ପକ୍ଷରୁ ଇଂରାଜୀ ନବବର୍ଷ ୨୦୨୫ ସ୍ୱାଗତ ସମ୍ପର୍କିତ କବିତା ଆସର ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମରେ ଶଶାଙ୍କ କୁମାର ପ୍ରଧାନ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଚେତନା ମିଡ଼ିଆ ମୂଖ୍ୟ ଅର୍ଜ୍ଜୁନ ପଣ୍ଡା , ମୁଖ୍ୟ ବକ୍ତା ଭାବେ ପ୍ରଧାନ ଶିକ୍ଷକ ଗୌରହରି ଟହଲ ଏଵଂ ସମ୍ମାନୀତ ଅତିଥି ଭାବେ ଦଣ୍ଡାସି ପ୍ରଧାନ ମଞ୍ଚାସିନ ରହି ଅଭିଭାଷଣ ପ୍ରଦାନ କରିଥିଲେ। ସମ୍ପାଦକ ମାଧବ ବାଡତ୍ୟା ବିବରଣୀ ପଠନ ସହ କବିତା ସଂଯୋଜନା କରିଥିଲେ। ଯୁବ କବି ମନୋଜ କୁମାର କୁଣ୍ଡ ଙ୍କୁ ସଂସଦ ପକ୍ଷରୁ ସମ୍ମାନୀତ କରାଯାଇଥିଲା। କବି ବନ ବିହାରୀ ବିଶ୍ବାଳ, ରଞ୍ଜନ କୁମାର ବ୍ରହ୍ମା, ସୂର୍ଯ୍ୟ ନାରାୟଣ ମହାନ୍ତି କବୟିତ୍ରୀ ମଞ୍ଜୁଶ୍ରୀ ମହାରଣା
ଜ୍ୟୋତିର୍ମୟୀ ପ୍ରଧାନ, ଗୀତାଞ୍ଜଳି ପଟ୍ଟନାୟକ, ତେଜେଶ୍ୱରି ଆଚାରି ପ୍ରମୁଖ କବିତା ପାଠ କରିଥିଲେ। ସଂସଦ ର ସାଂଗଠନିକ ଆଲୋଚନା କରାଯାଇ ଆସନ୍ତା ଉତ୍କଳ ଦିବସ ରେ ବାର୍ଷିକ ଉତ୍ସବ ପାଳନ ସହ ଉପାନ୍ତ ଭାନୁ ପୁସ୍ତକ ଉନ୍ମୋଚନ କରିବା ପାଇଁ ସ୍ଥିର କରାଯାଇଥିଲା।
Post a Comment