ବ୍ରହ୍ମପୂର୍ ୪/୧/୨୫ ( ସ୍ୱତନ୍ତ୍ର ନ୍ୟୁଜ଼ )
ନୂତନ ବର୍ଷ ସମସ୍ତଙ୍କ ନିମନ୍ତେ ସୁଖ ସମୃଦ୍ଧି ଓ ଶାନ୍ତି ର ବର୍ଷ ହେଉ, ନିଜର ସଫଳତା ସହ ନିଜ ଅଞ୍ଚଳ, ରାଜ୍ୟ ତଥା ଦେଶ ପ୍ରଗତି ସକାଶେ କାର୍ଯ୍ୟ କରିବା ନିମନ୍ତେ ଆଗେଇ ଆସିବା ସହ ମାଟି, ମା ଓ ମାତୃ ଭାଷା କୁ ଭଲ ପାଇବା ଆବଶ୍ୟକ ବୋଲି, ଆଜି ମା ଧନଲକ୍ଷ୍ମୀ ପ୍ରଡକ୍ସନ କାର୍ଯ୍ୟାଳୟ ରେ ଇଂରାଜୀ ନୂତନ ବର୍ଷ ପାଳନ ଅବସରରେ ବିଶିଷ୍ଟ ସମାଜସେବୀ ଶ୍ରୀ ସୁଶାନ୍ତ କୁମାର ସାବତ ମତବ୍ୟକ୍ତ କରିଛନ୍ତି। ପ୍ରଡକ୍ସନ ର ମୁଖ୍ୟ ଅଭିନେତା ତଥା ପ୍ରୋଜୋଜକ ଶ୍ରୀ ଧିରେନ୍ଦ୍ର ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡ ଶ୍ରୀ ସୁବାସ ଚନ୍ଦ୍ର ସାହୁ ଓ ଶ୍ରୀ ପଦ୍ମ ଚରଣ ଦାଶ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟ ଓ ଆଧ୍ୟାତ୍ମିକ ଉପରେ ଆଲୋକପାତ କରିଥିଲେ। ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତି ସ୍ମିତା ପାଣିଗ୍ରାହୀ ଙ୍କ ସଂଯୋଜନା ରେ ଶ୍ରୀ ଅନିଲ କୁମାର ତ୍ରିପାଠୀ, ରାଜ ସାହୁ, ସୁରେଶ ହୋତା, ଡ ସୁରଜିତ ପାଣିଗ୍ରାହୀ, ପ୍ରବୀଣ ଶତପଥୀ, ପ୍ରତିମା ସତପଥି ପ୍ରମୁଖ ଶୁଭେଚ୍ଛା ପ୍ରଦାନ ସହ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କେକ୍ କଟିଙ୍ଗ ସହ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟ ଆୟୋଜନ କରାଯିବା ସହ ଲକି ଡ୍ର କରା ଯାଇଥିଲା।ମମତା ବେହେରା, ପ୍ରିୟା ସେଠି,ପ୍ରୀୟଙ୍କା ପଟ୍ଟନାୟକ, ଅନିତା ସେଠି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ରାତ୍ରୀରେ ରେଳ ଷ୍ଟେସନ ଠାରେ ରିକସା ଚାଳକ ଓ ଅନ୍ୟ ଅସହାୟ ଅବସ୍ଥାରେ ରାତ୍ରି ଯାପନ କାରୀଙ୍କୁ ଶ୍ରୀ ସୁଶାନ୍ତ କୁମାର ସାବତ, ଅମିୟ ତ୍ରିପାଠୀ, ସଞ୍ଜୟ ମାଝୀ ଓ ଅନିଲ ତ୍ରିପାଠୀ ପ୍ରଡକ୍ସନ ତରଫରୁ ଶୀତବସ୍ତ୍ର ବଣ୍ଟନ କରିଥିଲେ।
Post a Comment