//BREAKING//
Loading...

ବିଧାନସଭା ଆସନ ପାଇଁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜୁ ଜନତା ଦଳ ।

 ସ୍ୱତନ୍ତ୍ର ନ୍ୟୁଜ଼ 



ବିଧାନସଭା ଆସନ ପାଇଁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜୁ ଜନତା ଦଳ । ତୃତୀୟ ପର୍ଯ୍ୟାୟରେ ୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡି। ଏହି ତାଲିକାରେ ରେଙ୍ଗାଲିରୁ ସୁଦର୍ଶନ ହରିପାଲ, ରାଉରକେଲାରୁ ସାରଦା ପ୍ରସାଦ ନାୟକ, ବିରମିତ୍ରପୁର ରୋହିତ ଯୋଶେଫ ତିର୍କୀ, କେଉଁଝରରୁ ମୀନା ମାଝୀ, ରାଇରଙ୍ଗପୁର ରାଇସିଂ ମୁର୍ମୁ, ବାଲେଶ୍ୱରରୁ ସ୍ୱରୂପ କୁମାର ଦାସ, ବାରବାଟୀ-କଟକରୁ ପ୍ରକାଶ ଚନ୍ଦ୍ର ବେହେରା, ସାଲେପୁରରୁ ପ୍ରଶାନ୍ତ ବେହେରା ଓ ଜୟଦେବରୁ ନବ କିଶୋର ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି ବିଜେଡି।

ତୃତୀୟ ପର୍ଯ୍ୟାୟ ତାଲିକାରେ ଦଳ ୩ ଜଣଙ୍କୁ ରିପିଟ୍ କରିଥିବା ବେଳେ ୬ ସିଟରେ ନୂଆମୁହଁ ଦେଇଛି। ପୂର୍ବରୁ ଦଳ ୨୦ ଲୋକସଭା ଏବଂ ୯୯ଟି ବିଧାନସଭା ସିଟ୍ ଲାଗି ପ୍ରାର୍ଥୀ ଘୋଷଣା କରିଥିଲା। ଆଜିର ତାଲିକାକୁ ମିଶାଇ ୧୦୮ରେ ପହଁଚିଛି ବିଧାନସଭା ପ୍ରାର୍ଥୀଙ୍କ ତାଲିକା। ଦଳର ଆଉ ୩୯ ଟି ସିଟ୍ ଲାଗି ପ୍ରାର୍ଥୀ ଘୋଷଣା ବାକି ରହିଛି।

ସୂଚନା ଅନୁସାରେ ବିଜେଡି ପ୍ରଥମ ପର୍ଯ୍ୟାୟରେ ୭୨ ବିଧାନସଭା ଓ ୧୫ ଲୋକସଭା ସିଟ୍‌ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୨୭ ବିଧାନସଭା ଓ ୫ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ଏହାପରେ ଆଜି ଆଉ ୯ଟି ବିଧାନସଭା ସିଟ୍‌ ପାଇଁ ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ଆଜି ବାକିଥିବା ବାଲେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନି। ସେହିପରି ଏବେ ବି ୩୯ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନି ବିଜେଡି ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe