ସ୍ୱତନ୍ତ୍ର ନ୍ୟୁଜ଼
୨୦୨୪ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କରିଛି ନିଜର ଇସ୍ତାହାରପତ୍ର । ଦଳ ନିଜର ଇସ୍ତାହାରପତ୍ରକୁ 'ନ୍ୟାୟପତ୍ର' ନାମ ଦେଇଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖରଗେ, ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ଏହି ଇସ୍ତାହାରପତ୍ର ଜାରି କରିଛନ୍ତି । ଏଥିରେ ୫ ନ୍ୟାୟ ଏବଂ ୨୫ ଗ୍ୟାରେଣ୍ଟି ବିଷୟରେ ଉଲ୍ଲେଖ କରାଯାଇଛି ।
କଂଗ୍ରେସର ୫ ନ୍ୟାୟ
୧. ଶ୍ରମିକ ନ୍ୟାୟ
୨. ଯୁବ ନ୍ୟାୟ
୩. ନାରୀ ନ୍ୟାୟ
୪. କୃଷକ ନ୍ୟାୟ
୫. ଅଂଶୀଦାର ନ୍ୟାୟ
କଂଗ୍ରେସ ନିଜର ଇସ୍ତାହାରପତ୍ରରେ ଜାତି ଜନଗଣନା, ଓପିଏସ୍, ଚାକିରିରେ ୫୦ ପ୍ରତିଶତ ମହିଳା ସଂରକ୍ଷଣ, କୃଷକମାନଙ୍କ ପାଇଁ ସ୍ୱାମୀନାଥନ୍ ସୂତ୍ର ସହିତ ଏମ୍ଏସ୍ପିର ଆଇନଗତ ଗ୍ୟାରେଣ୍ଟି, ଗରିବ ପରିବାରର ଜଣେ ମହିଳାଙ୍କୁ ପ୍ରତିବର୍ଷ ୧ ଲକ୍ଷ ଟଙ୍କା, ମାଗଣା ଚିକିତ୍ସା, ଡାକ୍ତରଖାନା, ଶ୍ରମିକମାନଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ କଭର, ଡାକ୍ତର, ପରୀକ୍ଷା, ଔଷଧ, ଅସ୍ତ୍ରୋପଚାର ଏବଂ ଭୂମିହୀନଙ୍କୁ ଜମି ଦେବାର ପ୍ରତିଶ୍ରୁତି ଦେଇଛି ।
ଇସ୍ତାହାରପତ୍ରରେ ହୋଇଥିବା ବଡ଼ ଘୋଷଣା
- କେନ୍ଦ୍ର ସରକାରଙ୍କ ନୂତନ ଚାକିରିରେ ୫୦ ପ୍ରତିଶତ ମହିଳା ସଂରକ୍ଷଣ ମିଳିବ
- ଗରିବ ପରିବାରର ଜଣେ ମହିଳାଙ୍କୁ ପ୍ରତିବର୍ଷ ୧ ଲକ୍ଷ ଟଙ୍କା ଦିଆଯିବ
- କାର୍ଯ୍ୟରତ ମହିଳାମାନଙ୍କ ପାଇଁ ଡବଲ୍ ହଷ୍ଟେଲ ସୁବିଧା
- ପ୍ରତ୍ୟେକ ପଞ୍ଚାୟତରେ ଜଣେ ଅଧିକାର ସହେଲି ରହିବେ
- ଆଶା, ମଧ୍ୟାହ୍ନ ଭୋଜନ, ଅଙ୍ଗନୱାଡି କର୍ମୀମାନେ ଅଧିକ ବେତନ ପାଇବେ
- ଚାଷ ପାଇଁ ଆବଶ୍ୟକ ସମସ୍ତ ଜିନିଷରୁ ଜିଏସ୍ଟି ହଟାଯିବ
-ଋଣ ଛାଡ ଯୋଜନା କାର୍ଯ୍ୟକାରୀ ପାଇଁ ଏକ କମିଶନ ଗଠନ କରାଯିବ
- କୃଷକମାନଙ୍କ ପରାମର୍ଶ ଆଧାରରେ ନୂଆ ଆମଦାନୀ-ରପ୍ତାନି ନୀତି ହେବ
- ଋଣ ଛାଡ ଯୋଜନା କାର୍ଯ୍ୟକାରୀ ପାଇଁ ଏକ କମିଶନ ଗଠନ କରାଯିବ
- କୃଷକମାନଙ୍କ ପରାମର୍ଶ ଆଧାରରେ ନୂଆ ଆମଦାନୀ-ରପ୍ତାନି ନୀତି ହେବ
- ଫସଲ ନଷ୍ଟ ହେଲେ ୩୦ ଦିନ ମଧ୍ୟରେ ଟଙ୍କା ସ୍ଥାନାନ୍ତର ହେବ
- ଶ୍ରମିକମାନଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ କଭର, ମାଗଣା ଚିକିତ୍ସା, ଡାକ୍ତରଖାନା, ଡାକ୍ତର, ଔଷଧ, ପରୀକ୍ଷା, ଅସ୍ତ୍ରୋପଚାର ଉପଲବ୍ଧ କରାଯିବ
- ମୁଖ୍ୟ ସରକାରୀ କାର୍ଯ୍ୟରେ ଚୁକ୍ତିନାମା ଶ୍ରମ ବନ୍ଦ ହେବ
- ସହରଗୁଡିକ ପାଇଁ ମନରେଗା ଭଳି ନୂଆ ପଲିସି ହେବ
- ଦୈନିକ ମଜୁରୀ ୪୦୦ ଟଙ୍କା, ମନରେଗାରେ ମଧ୍ୟ ଲାଗୁ ହେବ
- ଅସଂଗଠିତ ଶ୍ରମିକମାନଙ୍କ ପାଇଁ ଜୀବନ ଏବଂ ଦୁର୍ଘଟଣା ବୀମା ରହିବ
-
SC / ST / OBC ଙ୍କୁ ସମ୍ପୂର୍ଣ୍ଣ ଅଧିକାର ଦିଆଯିବ
- ଯେତିକି SC / ST ଙ୍କ ଜନସଂଖ୍ୟା, ସେତିକି ବଜେଟ୍ ହେବ
- ସମାନତା ପାଇଁ ପ୍ରତ୍ୟେକ ବ୍ୟକ୍ତି ଏବଂ ପ୍ରତ୍ୟେକ ବର୍ଗର ଗଣନା ହେବ
Post a Comment