//BREAKING//
Loading...

*ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କଲେ ଶିବ ଶଙ୍କର ଦାସ*

ସ୍ୱତନ୍ତ୍ର ନ୍ୟୁଜ଼ ( ବ୍ରହ୍ମପୁର )

ବ୍ରହ୍ମପୁର: ବ୍ରହ୍ମପୁର ବିଧାନସଭା କ୍ଷେତ୍ର ପାଇଁ ସ୍ୱାଧୀନ ଭାବେ ପ୍ରାର୍ଥୀ ପତ୍ର ଦାଖଲ କଲେ ବ୍ରହ୍ମପୁରର ପୂର୍ବତନ ଓ ପ୍ରଥମ ମେୟର ଶ୍ରୀଯୁକ୍ତ ଶିଵଶଙ୍କର ଦାଶ। ଗୋସାଇଁନୂଆଗାଁର ଅଧିଷ୍ଠାତ୍ରୀ ଦେବୀ ମାଁ କାଳୁଆଙ୍କ ମନ୍ଦିରରେ ପୂଜାର୍ଚ୍ଚନା ସାରିବା ପରେ ହଜାର ହଜାର ସମର୍ଥକ ଓ ସହରବାସୀଙ୍କ ଗହଣରେ ମାଁ କାଳୁଆ ମନ୍ଦିରରୁ ବାହାରି ଗୋଷାଣୀନୂଆଁଗାଆଁ, ବିଜିପୁର, ଖଲ୍ଲିକୋଟ କଲେଜ୍ ଛକ, ସୁବାରାଓ ଛକ, ଟାଟାବେଞ୍ଚ ଛକ, କମାପଲ୍ଲୀ ଛକ ଏବଂ ଖୋଡାସୀଙ୍ଗି ହୋଇ  ସହର ପରିକ୍ରମା କରିବା ପରେ 

ଛତ୍ରପୁର ଠାରେ ନିଜର ପ୍ରାର୍ଥୀପତ୍ର ଦାଖଲ କଲେ । ପ୍ରାର୍ଥୀପତ୍ର ଦାଖଲ ସମୟରେ ଶ୍ରୀଯୁକ୍ତ ଦାଶଙ୍କ ଧର୍ମପତ୍ନୀ ଆଇନଜୀବୀ ଆଶା ଦାଶ, ଗଞ୍ଜାମ ଓକିଲ ସଙ୍ଘର ବରିଷ୍ଠ ଆଇନଜୀବୀ ଶିବନାରାୟଣ ସାହୁ, ଆଇନଜୀବୀ ସୁବ୍ରତ ସାହୁ ଏବଂ ସମସ୍ତ ପ୍ରସ୍ତାବକ ଓ ସମର୍ଥକ ଉପସ୍ଥିତ ଥିଲେ।



Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe