//BREAKING//
Loading...

ଶ୍ରଦ୍ଧା ଓ ଏକତା ତରଫରୁ ଅସହାୟ ପରିବାର ଙ୍କୁ ବସ୍ତ୍ର ବଣ୍ଟନ

  ସ୍ୱତନ୍ତ୍ର ନ୍ୟୁଜ଼ ( ବ୍ରହ୍ମପୁର )


                       ବ୍ରହ୍ମପୁର ୧୭/୪ ପବିତ୍ର ଶ୍ରୀ ରାମ ନବମୀ ଅବସରରେ

ସହରର ଅଗ୍ରଣୀ ସ୍ବେଛାସେବୀ ଓ ସାଂସ୍କୃତିକ ଅନୁଷ୍ଠାନ ଶ୍ରଦ୍ଧା ଫାଉଣ୍ଡେସନ ଆନୁକୂଲ୍ୟରେ ଓ ଏକତା ଟ୍ରଷ୍ଟର ମିଳିତ ସହଯୋଗରେ "ଗିଫ୍ଟ ଟୁ ଲିଭ "କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜଣକର ଅଦରକାରୀ ଅନ୍ୟ ଜଣଙ୍କ ଆବଶ୍ୟକ ଚିନ୍ତାଧାରା କୁ ନେଇ ଏପରି କାର୍ଯ୍ୟକ୍ରମ ମାଧ୍ୟମରେ ନୀଳକଣ୍ଠେଶ୍ଵର ମନ୍ଦିର ଓ ସହରର ବିଭିନ୍ନ ମନ୍ଦିର ପାଖରେ 

ଆବଶ୍ୟକ କରୁଥିବା ବ୍ୟକ୍ତି ମାନଙ୍କୁ ପ୍ରଦାନ କରାଯାଇଥିଲା ।

ନୂଆ ଓ ପୁରୁଣା ବସ୍ତ୍ର, ଚପଲ, ବ୍ୟାଗ, ପାଣି ବୋତଲ, ଟିଫିନ, ବେଡ଼ ସିଟ, କମଳ,

ସ୍ୱାସ୍ଥ୍ୟ ପାଇଁ ଓଆରସ ପ୍ରଭୁତି ଏଠାରେ ବଣ୍ଟନ କରାଯାଇଥିଲା । ଶ୍ରଦ୍ଧା ଅନୁଷ୍ଠାନ ର ସଭାନେତ୍ରୀ ଶ୍ରଦ୍ଧାଞ୍ଜଳୀ ପାଢ଼ୀ, ଏକତାର ସଭାନେତ୍ରୀ ପ୍ରଣିତା ହୋତା, ସମ୍ପାଦିକା ପୁଷ୍ପଲତା ପାଣିଗ୍ରାହି , ପ୍ରଣବ କୁମାର୍ ପଣ୍ଡା, ମନୋଜ ମହାପାତ୍ର, ଲଲିତ ମଙ୍ଗରାଜ , ସୁଦିପ କୁମାର୍ ସାହୁ ,ରଶ୍ମିତା ଦଳାଇ , ସସ୍ମିତାରାଣୀ ରାଉତ  , ଡ଼ା ସୁରଜିତ ପାଣିଗ୍ରାହି , କୁନାଲ ମହାରଣା, ଶୁଭଙ୍କର , ତ୍ରିଶା, ପ୍ରସିଦ୍ଧି ଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।ଆଗକୁ ମଧ୍ୟ ଏମିତି ସେବା କାର୍ଯକ୍ରମ ଜାରି ରହିବ ବୋଲି ଏଠାରେ ଶ୍ରଦ୍ଧା ସୂଚନା ଦେଇଥିଲେ ।



Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe