//BREAKING//
Loading...

ପଂଚାୟତରାଜ ବିଭାଗ ଜାରିକଲା ବିଜ୍ଞ୍ୟପ୍ତି....



ଭୁବନେଶ୍ୱର (ସ୍ୱତନ୍ତ୍ର ନ୍ୟୁଜ଼ )

ନିକଟରେ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ ଅଧିନରେ କାର୍ଯ୍ୟରତ ବହୁ କର୍ମଚାରୀଙ୍କର ପାରିଶ୍ରମିକ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଗତ ୧୨ ତାରିଖରେ ପଞ୍ଚାୟତ ସମିତି ସଦସ୍ୟ ଓ ଉପାଧ୍ୟକ୍ଷଙ୍କ ଭତ୍ତା ଓ ପାରିଶ୍ରମିକ ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ସେମାନଙ୍କର ଦରମା ୨,୩୫୦ରୁ ବୃଦ୍ଧି କରାଯାଇ ୭,୫୦୦ ଟଙ୍କା କରାଯାଇଥିଲା ।

ତେବେ ଗତ ୧୫ ତାରିଖରେ ସମିତି ସଭ୍ୟ ସଂଘ ନବୀନ ନିବାସ ଘେରାଉ କରିବା ସହିତ ଦରମା ବୃଦ୍ଧି ପାଇଁ ଦାବି କରିଥିଲେ । ତେଣୁ ରାଜ୍ୟ ସରକାର ସେମାନଙ୍କର ଦରମା ଆଉ ୨ ହଜାର ବୃଦ୍ଧି କରିଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାଫଳରେ ପଞ୍ଚାୟତ ସମିତି ସଦସ୍ୟ ଓ ଉପାଧ୍ୟକ୍ଷ ଭତ୍ତା ଓ ପାରିଶ୍ରମିକ ଭାବେ ମାସିକ ୯,୫୦୦ ଟଙ୍କା ପାଇବେ । ଆସନ୍ତା ଏପ୍ରିଲ ପହିଲାରୁ ଏହା ଲାଗୁ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି


Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe