//BREAKING//
Loading...

ନିର୍ବାଚନ ଆୟୋଗ ସର୍ବଶକ୍ତିମାନ । ନିୟମ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ । ଜେଲ୍ ସହିତ ଜରିମାନା । ସାବଧାନ !

 ୧୭/୦୩/୨୪:- ସ୍ୱତନ୍ତ୍ର ନ୍ୟୁଜ଼



ନୁଆଦିଲ୍ଲୀ:ବାଜିଲା ନିର୍ବାଚନୀ ବିଗୁଲ। ଲାଗୁ ହେଲାଆଚରଣ ବିଧି। ସ୍ବଚ୍ଛ ନିର୍ବାଚନ ପାଇଁ ମଡେଲ କୋଡ୍ ଅଫ୍ କଣ୍ଡକ୍ଟ । ନିର୍ବାଚନ ଆୟୋଗ ସର୍ବଶକ୍ତିମାନ । ନିୟମ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ । ଜେଲ୍ ସହିତ ଜରିମାନା । ସାବଧାନ ! ବାହୁବଳୀ ନେତା ।୨୦୨୪ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ସହିତ ସାରା ଦେଶରେ ଲାଗୁ ହୋଇଯାଇଛି ଆଦର୍ଶ ଆଚରଣ ବିଧି ।

ଆଜିଠୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ । ଏହାସହିତ ନିର୍ବାଚନ ଆୟୋଗ ଶାସନର ସମସ୍ତ କ୍ଷମତା ନିଜ ଅଧୀନକୁ ନେଇଛନ୍ତି । ତାଙ୍କ ବିନା ଅନୁମତିରେ ସରକାର କୌଣସି କାର୍ଯ୍ୟ କରିପାରିବେ ନାହିଁ ।

ନିର୍ବାଚନୀ ‘ଆଦର୍ଶ ଆଚରଣ ବିଧି’ କ’ଣ ? କାହିଁକି ଲାଗୁ ହୁଏ ‘କୋଡ୍ ଅଫ୍ କଣ୍ଡକ୍ଟ’ । ଆଚରଣ ବିଧି ଲାଗୁ ହେଲେ କ’ଣ ବନ୍ଦ ହୁଏ ? କେଉଁ କାର୍ଯ୍ୟ ଉପରେ ଲାଗେ ପ୍ରତିବନ୍ଧକ ?ନିର୍ବାଚନକୁ ସ୍ବଚ୍ଛ, ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ କରିବାକୁ ସମ୍ବିଧାନରେ କିଛି ସ୍ବତନ୍ତ୍ର ନିୟମ ରହିଛି । ଏହାକୁ ଆଦର୍ଶ ଆରଚଣ ବିଧି କୁହାଯାଏ । ଏହି ନିୟମର ରକ୍ଷକ ସାଜିଥାନ୍ତି ନିର୍ବାଚନ ଆୟୋଗ । ସମ୍ବିଧାନର ଅନୁଚ୍ଛେଦ ୩୨୪ରେ ଅଧୀନରେ ଆସୁଛି । ଲୋକସଭା ଓ ବିଧାନସଭା ନିର୍ବାଚନ ସମୟରେ ଏହି ନିୟମକୁ ପାଳନ କରିବାକୁ ସରକାର, ରାଜନୈତିକ ପାର୍ଟି ବାଧ୍ୟ ହୋଇଥାନ୍ତି । ନିୟମ ଉଲ୍ଲଙ୍ଘନ କଲେ ତରୁନ୍ତ ତାଙ୍କୁ ଗରିଫ କରି ଜେଲା ପଠାଇଥାଏ ।

ଆଦର୍ଶ ଆଚରଣ ବିଧି ଲାଗୁ ଦେବା ସହିତ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ ନିର୍ବାଚନ ଆୟୋଗଙ୍କ ଅଧୀନକୁ ଆସିଛନ୍ତି । ଅଧିକାରୀ ଓ କର୍ମଚାରୀଙ୍କ ନିଯୁକ୍ତି କିମ୍ବା ବଦଳି ସରକାର କରିପାରବେ ନାହିଁ । ଯଦି ଜରୁରୀ ପଡ଼େ, ତେବେ ନିର୍ବାଚନ କମିଶନରଙ୍କ ସହମତି ଜୁରରୀ । ରାଜ୍ୟ ମୁଖ୍ୟ ନିର୍ବାଚନ କିମିଶନର ଚାହିଁଲେ ଅଧିକାରୀଙ୍କ ବଦଳ ଓ ନିଯୁକ୍ତି କରିପାରିବେ ।

ନିର୍ବାଚନ ପ୍ୟାନେଲର ନିର୍ଦ୍ଦେଶ ଅନୁଯାୟୀ, ଆଚରଣ ବିଧି ଲାଗୁ ବେଳେ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ଅଧିକାରୀ ଅନୁଦାନ ଅର୍ଥରାଶି ଘୋଷଣା କରିପାରିବେ ନାହିଁ । ପ୍ରାଶାସନିକ ଅଧିକାରୀଙ୍କୁ ଛାଡ଼ି ସରକାରଙ୍କ ସହିତ ଯୋଡ଼ି ହୋଇଥିବା କୌଣସି ବ୍ୟକ୍ତି ଲୋକାଭିମୁଖୀ ପ୍ରକଳ୍ପର ଘୋଷଣା ଓ ଶିଳାନ୍ୟାସ କରି ପାରିବେ ନାହିଁ । ଏହି ସମୟରେ ସଡ଼କ ନିର୍ମାଣ, ପାନୀୟଜଳ ଆଦି ଯୋଜନାକୁ ନେଇ ପ୍ରତିଶ୍ରୁତି ଦେଇ ପାରିବେ ନାହିଁ । ଯୋଜନା ପୂର୍ବର ଘୋଷଣା ହୋଇଥିଲା ତାହା ଜାରି ରହିବ ।

ମଡେଲ୍ କୋଡ୍ ଅଫ୍ କଣ୍ଟକ୍ଟ ଲାଗୁ ହୋଇଥିଲେ, ଶାସକ ଦଳ ନିଜର ରାଲି କିମ୍ବା ବିଜ୍ଞାପନ ଖର୍ଚ୍ଚ ପାଇଁ ସରକାରୀ ଅର୍ଥ ବ୍ୟବହାର କରିପାରିବେ ନାହିଁ । ଟିଭି ବିଜ୍ଞାପନ ସରକାରୀ ଅର୍ଥରେ ଚାଲୁ ଥିଲେ ତୁରନ୍ତ ତାକୁ ହଟାଇ ଦିଆଯିବ । ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ମହାମାରୀ ବେଳେ ସରକାର କୌଣସି କାର୍ଯ୍ୟ କରିବାକୁ ଚାହୁଁଥିଲେ ନିର୍ବାଚନ ଆୟୋଗଙ୍କ ଅନୁମତି ନେବାକୁ ପଡ଼ିବ । ସରକାରୀ ବିମାନ, ଯାନବାହନ, ମେସିନାରୀ ଏବଂ କର୍ମଚାରୀଙ୍କୁ ଶାସକ ଦଳ ବ୍ୟବହାର କରିପାରିବ ନାହିଁ ।

କୌଣସି ରାଜନୈତିକ ଦଳ କିମ୍ବା ପ୍ରାର୍ଥୀ ଏଭଳି କିଛି ଗତିବିଧି ସହିତ ସାମିଲ ହେବେ ନାହିଁ, ଯାହା ନିର୍ବାଚନରେ ମତଭେଦ ସୃଷ୍ଟି କରିବ । ଘୃଣା କିମ୍ବା ହିଂସା ସୃଷ୍ଟି କଲା ଭଳି ଭାଷଣ ଦେଇ ପାରିବେ ନାହିଁ । ଜାତି, ସମୁଦାୟ, ଧର୍ମକୁ ନେଇ ଭୋଟ୍ ମାଗି ଉପରେ ବାରଣ । ଜନପ୍ରତିନିଧିମାନେ ଅପରାଧ, କଦାଚାର, ଏବଂ ଭ୍ରଷ୍ଟ ଆଚରଣ, ଲାଞ୍ଚ କରାବାର ଏବଂ ମତଦାତାଙ୍କୁ ଭୋଟ୍ ପାଇଁ ପ୍ରଲୋଭନ ଦେଖାଇ ପାରିବେ ନାହିଁ । ରାଜନେତାମାନେ ଭୋଟରଙ୍କୁ ଧମକାଇଲେ କିମ୍ବା ଭୟଭୀତ କରିବାକୁ ଚେଷ୍ଟା କଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ନିର୍ବାଚନ ଆୟୋଗ ପ୍ରଚାର ବନ୍ଦ କରିବା ସହିତ ପ୍ରାର୍ଥୀଙ୍କ ବିରୋଧରେ FIR ରୁଜୁ କରିପାରିବେ। ଦୋଷ ପ୍ରମାଣିତ ହେଲେ ଜେଲ ଦଣ୍ଡ ସହିତ ପ୍ରାର୍ଥୀଙ୍କ ନିର୍ବାଚନ ଲଢ଼ିବା ଉପରେ ପ୍ରତିବନ୍ଧକ ଲାଗିବ ।

ଆଦର୍ଶ ଆଚରଣ ବିଧି ୧୯୬୦ରୁ ଲାଗୁ ହୋଇଆସୁଛି । ପ୍ରଥମେ କେରଳ ବିଧାନସଭା ନିର୍ବାଚନ ଏହି ନିୟମ ଲାଗୁ ହୋଇଥିଲା । ନିର୍ବାଚନ ଆୟୋଗଙ୍କ ଦ୍ବାରା ଏହାକୁ ପ୍ରଥମେ ନିମ୍ନତମ ଆଚରଣ ବିଧି ଭାବେ ଜରି କରାଯାଇଥିଲା ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe