ସ୍ୱତନ୍ତ୍ର ନ୍ୟୁଜ଼
ସମୁଦ୍ରରେଭାରତୀୟ ନୌସେନାର ପରାକ୍ରମ । ଜଳଦସ୍ୟୁଙ୍କୁ ମାତ୍ ଦେଲା ଆଇଏନଏସ୍ କୋଲକାତା । ଆତ୍ମସମର୍ପଣ କଲେ ୩୫ ସମୁଦ୍ର ଲୁଟେରା । ଶନିବାର ଭାରତୀୟ ନୌସେନାର ଅପରେସନ ସଫଳ ହୋଇଛି । ଲୁଟେରାଙ୍କୁ କବଜାରୁ ୧୭ଜଣ ଚାଳକଙ୍କୁ ଉଦ୍ଧାର କରିଛି ଆଇଏନଏସ୍ କୋଲକାତା ।
ମହାସମୁଦ୍ର ମଧ୍ୟରେ ୪୦ ଘଣ୍ଟା ଧରି ଭାରତୀୟ ନୌସେନା ଓ ସମୁଦ୍ର ଲୁଟେରାଙ୍କ ମଧ୍ୟରେ ଛକାପଞ୍ଝା ଚାଲିଥିଲା ।
ଭାରତ ଉପକୂଳରୁ ପ୍ରାୟ ୨୬୦୦ କି.ମି. ଦୂରରେ କିଛି ଜଳଦସ୍ୟୁ ବାଣିଜ୍ୟିକ ଜହାଜା ରୁଏନକୁ କବଜା କରିଥିଲେ । ଏହର ଖବର ପାଇ ତୁରନ୍ତ ପହଞ୍ଚିଥିଲା ଭାରତୀୟ ନୌସେନାର ଯୁଦ୍ଧପୋତ ଆଇଏନଏସ୍ କୋଲକାତା । ଏହି ଆପରେସନରେ ଆଇଏନଏସ ସୁଭଦ୍ର, HALE RPA ଡ୍ରୋନ୍, ସି-୧୭ ହେଲିକପ୍ଟର, ପି-୮ଆଇ ଜାହାଜ, ମାର୍କୋସ୍ କମାଣ୍ଡୋ ସାମିଲ୍ ହୋଇଥିଲେ ।
ଅଧିକାରୀଙ୍କ କହିବା ଅନୁଯାୟୀ, ଭାରତୀୟ ନୌସେନାକୁ ଦେଖିବା ମାତ୍ରେ ତୁରନ୍ତ ଆତ୍ମସମର୍ପଣ କରିଥିଲେ ସମୁଦ୍ର ଲୁଟେରା । ପ୍ରାୟ ୩୫ଜଣ ଜଳଦସ୍ୟୁ ଆତ୍ମସମର୍ପଣ କରିଥିଲେ । ତେବେ ମାନଙ୍କ ନିକଟରୁ ନୌସେନା ୧୭ଜଣ ଚାଳକଙ୍କୁ ଉଦ୍ଧାର କରିଛି । ଭାରତୀୟ ନୌସେନା ଭାରତ ମହାସାଗର ଓ ଏହାର ଆଖପାଖ କ୍ଷେତ୍ରରେ ବାଣିଜ୍ୟିକ ଜହାଜାକୁ ସୁରକ୍ଷା ଦେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ସେନା ଅଧିକାରୀ କହିଛନ୍ତି ।
Post a Comment