//BREAKING//
Loading...

୬ଷ୍ଠ ତମ ଜ଼ିଲ୍ଲା ସ୍ତରୀୟ ବନ୍ଧୁତ୍ୱପୂର୍ଣ୍ଣ ପ୍ରଥମ ମ୍ୟାଚ ବ୍ରହ୍ମପୁର ଲେଜେଣ୍ଟ ଦଳ ବିଜୟୀ

 


 ବ୍ରହ୍ମପୁର :- ୨୦/୦୧/୨୪. ( ସ୍ୱତନ୍ତ୍ର ନ୍ୟୁଜ଼ )ସ୍ଥାନୀୟ ବ୍ରହ୍ମପୁର ଷ୍ଟାଡିୟମ ଠାରେ ରାମେଶ୍ୱର ସ୍ପୋର୍ଟିଙ୍ଗ କ୍ଲବ୍ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ୬ଷ୍ଠ ତମ ରାମେଶ୍ୱର ଟ୍ରଫିର ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ବ୍ରହ୍ମପୁର ଲେଜେଣ୍ଟ କ୍ରିକେଟ ଦଳ ବନାମ ମିଡ଼ିଆ ଇଲେଭେନ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେଇଥିଲା l ବ୍ରହ୍ମପୁର ଲେଜେଣ୍ଟ ଦଳ ଟସ ଜିତି ଅଧିନାୟକ ଏନ ବିଜୟ କୁମାର ପ୍ରଥମେ ବ୍ୟାଟିଙ୍ଗର ନିଷ୍ପତ୍ତି ନେଇଥିଲେ l ନିର୍ଦ୍ଧାରିତ ୧୨ ଓଭର ଖେଳି ୫ ଗୋଟି ଓ୍ବିକେଟ ବିନିମୟରେ ୯୮ ରନ୍ ସଂଗ୍ରହ କରିଥିଲେ l ଦଳ ପକ୍ଷରୁ ରାବଣା ୧୭ ବଲ ଖେଳି ୨୧ ରନ୍ କରିଥିଲେ l

ମିଡ଼ିଆ ଇଲେଭେନ ଦଳ ପକ୍ଷରୁ ବୋଲିଙ୍ଗରେ ଗୋପାଳ ରେଡ୍ଡୀ ୩ ଓଭର ପକାଇ ୨୬ ରନ ଦେଇ ୨ ଗୋଟି ୱକେଟ ଅକ୍ତିଆର କରିଥିଲେ l ଜବାବରେ ମିଡ଼ିଆ ଇଲେଭେନ ୧୨ ଓଭର ଖେଳି ୮ ଗୋଟି ଓ୍ବିକେଟ ହରାଇ ୯୪ ରନ କରିଥିଲେ l ଦଳ ପକ୍ଷରୁ ସର୍ବାଧିକ ମନୋଜ କୁମାର ପଣ୍ଡା ୨୬ ବଲ ଖେଳି ୩୬ ରନ କରିଥିଲେ l ଲେଜେଣ୍ଟ ଦଳ ପକ୍ଷରୁ ବୋଲିଙ୍ଗରେ ଜାନକୀ ୨ ଓଭର ପକାଇ ୧୯ ରନ ଦେଇ ୩ ଗୋଟି ଓ୍ବିକେଟ ଓ ଏମ ଗିରି ୨ ଓଭର ୨୧ ରନ ଦେଇ ୨ ଗୋଟି ୱକେଟ ଅକ୍ତିହାର କରିଥିଲେ l ଏହି ମ୍ୟାଚକୁ ଲେଜେଣ୍ଟ ଦଳ ୪ ରନରେ ମ୍ୟାଚ ଜିତିନେଇଥିଲା l ଆଜିର ମ୍ୟାଚରେ ମିଡ଼ିଆ ଇଲେଭେନ ଦଳର ମନୋଜ କୁମାର ପଣ୍ଡାଙ୍କୁ ମ୍ୟାନ୍ ଅଫ ଦା ମ୍ୟାଚ ଭାବେ ବିବେଚିତ କରାଯାଇଛି l ଆଜିର ମ୍ୟାଚକୁ ଅମ୍ପlୟାର ଭାବେ ଏମ ନିବୀନ କୁମାର ଓ ରୁଦ୍ର ପ୍ରତାପ ପାଠି  ଖେଳକୁ ପରିଚାଳନା କରିଥିବା ବେଳେ ସ୍କୋରର ଭାବେ  ଦୀପଂଶୁ ଦାସ ସହଯୋଗ କରିଥିଲେ l

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe