//BREAKING//
Loading...

ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଓୟୁଜେର ଦାବିପତ୍ର ପ୍ରଦାନ

 



 ଖୋର୍ଦ୍ଧା ତା ୨୦, ୧, ୨୦୨୪  ( ସ୍ୱତନ୍ତ୍ର ନ୍ୟୁଜ଼ )ରିଖ ଓଡ଼ିଶା ସାମ୍ବାଦିକ ୟୁନିଅନ(ଓ ୟୁ ଜେ) ର ରାଜ୍ୟ ସଭାପତି ପ୍ରସନ୍ନ କୁମାର ମହାନ୍ତି ଙ୍କ ଆହ୍ବାନକ୍ରମେ ରାଜ୍ୟ ର ପ୍ରତି ଜିଲ୍ଲା ସଙ୍ଗଠନ ପକ୍ଷରୁ ୩ ଦଫା ଦାବୀ ପୂରଣ ପାଇଁ ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀପତ୍ର ପ୍ରଦାନ କରାଯାଉଛି। ଏହି ପରିପେକ୍ଷୀ ରେ ଆଜି ଓୟୁଜେ ଖୋର୍ଦ୍ଧା ଜିଲ୍ଲା ଶାଖା (କେଡିୟୁଜେ) ପକ୍ଷରୁ ଜିଲ୍ଲା ସଭାପତି ତପନ କୁମାର ନାୟକ ଙ୍କ ତତ୍ତ୍ୱବଧାନରେ ରାଜ୍ୟ ସମ୍ପାଦକ ପ୍ରସନ୍ନ କୁମାର ପାଇକରାୟ, ଜିଲ୍ଲା ସାଧାରଣ ସମ୍ପାଦକ ଲୋହିତ ନାରାୟଣ ମହାପାତ୍ର, ଉପ ସଭାପତି ସୟଦ୍ ଅନସର୍ ଅଲ୍ଲୀ, ଉପଦେଷ୍ଟା ସନତ କୁମାର ପଟ୍ଟନାୟକ, ଜୟନ୍ତ କୁମାର ରାୟ  କୋଷାଧ୍ୟକ୍ଷ ଅଜିତ ମିଶ୍ର ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ କୁମାର ବିଶ୍ବାଳ ପ୍ରମୁଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦାବୀ ପତ୍ର ପ୍ରଦାନ କରିଛନ୍ତି ।



ଏହି କାର୍ଯ୍ୟ କ୍ରମରେ ସଂଗଠନ ର ସକ୍ରିୟ ସଭ୍ୟ ରାଜେଶ ଚନ୍ଦ୍ର ମହାନ୍ତି, ଶୁଭଲକ୍ଷ୍ମି ସାମନ୍ତରା, ଗୋପାଳ କୃଷ୍ଣ ପ୍ରଧାନ, ଚନ୍ଦନ ସୁନ୍ଦରାୟ, ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଅୟସ ମହାନ୍ତି, ସନ୍ଦୀପ କୁମାର ବର୍ମନ, ମହମ୍ମଦ ଖାଁ , ରାକେଶ କୁମାର ଦାସ, ସେକ୍ ଅନୁଅର୍ ଅଲ୍ଲୀ ,ଶିବ ଚରଣ ସିଂ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ନିଜ ଜୀବନକୁ ବାଜି ଲଗାଇ ପ୍ରତିକୂଳ ପରିସ୍ଥିତି ରେ କାର୍ଯ୍ୟ କଲାବେଳେ ସାମ୍ବାଦିକ ମାନେ ଯେଭଳି ମରଣାନ୍ତକ ଆକ୍ରମଣ ର ଶିକାର ହେଉଛନ୍ତି ସେଥିପାଇଁ ଯଥାଶୀଘ୍ର ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ କରିବା,ଜୀବନ ସାରା ସମାଜ ପାଇଁ ଖଟି ଖଟି ପରିଣତ ବୟସରେ ସାମ୍ବାଦିକମାନେ ଯେଭଳି ଆର୍ଥିକ ଅନାଟନ ମଧ୍ୟରେ ପେଶି ହେଉଛନ୍ତି ତାହାକୁ ହୃଦୟଙ୍ଗମ କରି କେତେକ ରାଜ୍ୟ ସରକାର ପେନସନ ବ୍ୟବସ୍ଥା ଲାଗୁକରି ସାରିଥିବାବେଳେ ଓଡ଼ିଶା ସରକାର ଅବିଳମ୍ବେ ପେନସନ ବ୍ୟବସ୍ଥା ଲାଗୁ  କରିବା ଆଦି ୩ ଦଫା ଦାବି ସମ୍ବଳିତ ଦାବୀପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରାଯାଇଛି।




ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଙ୍କ ଅନୁପସ୍ଥିତି ରେ ଡେପୁଟି କଲେକ୍ଟର ଦାବୀପତ୍ର କୁ ଗ୍ରହଣ କରିଥିଲେ ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe