//BREAKING//
Loading...

ଜଳ ସୁରକ୍ଷା ସମିତିର ଚତୁର୍ଥ ବୈଠକ

 

*ଛେଳିଗଡ ଜଳ ପାଇଁ ଚାଷୀ ଆନ୍ଦୋଳନକୁ ଦୀର୍ଘସ୍ଥାୟୀ ପାଇଁ ଆହ୍ୱାନ*


 ଦିଗପହଣ୍ଡି :- ୨୦/୦୧/୨୪ ( ସ୍ୱତନ୍ତ୍ର ନ୍ୟୁଜ଼ )ବ୍ଳକର ଗୋକର୍ଣ୍ଣପୁର ନିଳକଣ୍ଠେଶ୍ୱର ଶୈବପୀଠରେ ସମିତିର ଦିଗପହଣ୍ଡି-ସାନଖେମୁଣ୍ଡି ଓ କୁକୁଡାଖଣ୍ଡି ବ୍ଳକର ଚାଷୀମାନେ ଏକତ୍ରିତ ହୋଇଥିଲେ। କୃଷକ ନେତା ତଥା ସମିତିର ଆବାହକ ବୃନ୍ଦାବନ ଖଟେଇଙ୍କ ସଭାପତିତ୍ୱରେ ଅନୁଷ୍ଟିତ ବୈଠକରେ ଲାଞ୍ଜିଆ ସମିତି ସଭ୍ୟ ତଥା ଆମ୍ବଗଡ ସମବାୟ ସେବା ସମିତିର ସଭାପତି କାହ୍ନୁଚରଣ ପାତ୍ର, ସାନଖେମୁଣ୍ଡି ବ୍ଳକର ପୁର୍ବତନ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଲୋଚାପଡା ସମିତି ସଭ୍ୟ ଚଣ୍ଡିଚରଣ ସାହୁ, ଗୋବିନ୍ଦ ଗୌଡ ନିଜ ନିଜ ମନ୍ତବ୍ୟ ରଖିଥିଲେ । ମନ୍ତବ୍ୟରେ ଜମିକୁ ଜଳ ଚାଷୀଙ୍କ ଅଧିକାର। ସରକାର ମଧ୍ୟ ଅଗ୍ରାଧିକାର ଭିତିରେ ଏହି କର୍ତବ୍ୟକୁ ପାଳନ କରିବା ଉଚିତ। ବର୍ଷପରେ ବର୍ଷ ବିତି ଯାଉଥିଲେ ମଧ୍ୟ ସରକାର ଏ ଦିଗରେ କାଳ କ୍ଷେପଣ ନିତି ଅବଲମ୍ବନ କରିଆସୁଛନ୍ତି।ଚାଷୀମାନେ ଏ ଦିଗରେ ସଚେତନ ହେବାକୁ ପଡିବ।ନିଜର ସଂଗଠନକୁ ସୁଦୃଢ କରି ନିଜର ହକ ଅଧିକାରକୁ ସରକାରଙ୍କ ଆଗରେ ଉପସ୍ଥାପନ କରି ଛେଳିଗଡ ଜଳ ସମ୍ପ୍ରସାରଣ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଆନ୍ଦୋଳନକୁ ଦୀର୍ଘସ୍ଥାୟୀ କରିବା ପାଇଁ ଦଳମତ ନିର୍ବିଶେଷରେ ଏକାଠୀ ହେବାକୁ ପଡିବ ବୋଲି ଜଳସୁରକ୍ଷା ସମିତିର ଚତୁର୍ଥ ବୈଠକରେ ଚାଷୀ ନେତାମାନେ ବୈଠକରେ ଆହ୍ୱାନ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏସ.ସଦାନନ୍ଦ ଦୋରା, ଡି ନିତ୍ୟାନନ୍ଦ ଦୋରା, ପ୍ରମୋଦ କୁମାର ସ୍ୱାଇଁ, ବି.ନରସିଂହ, ଅର୍ଜୁନ ବିଷୋୟୀ, ଗୁରୁନାଥ ବିଷୋୟୀ, ଭଗବାନ ବିଷୋୟୀ , ଭଗବାନ ସ୍ୱାଇଁ , ଭାସ୍କର ସ୍ୱାଇଁ ଓ ପଦ୍ମ ଚରଣ ଗୌଡଙ୍କ ସମେତ ଶତାଧିକ ଚାଷୀ ଆୟୋଜିତ ବୈଠକରେ ଉପସ୍ଥିତ ହୋଇ ଚାଷୀ ଆନ୍ଦୋଳନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ବୈଠକ ଅବ୍ୟବହିତ ପୁର୍ବରୁ ପୁର୍ଵ ବୈଠକର ବୀବରଣୀ ପଠନ କରାଯାଇଥିଲା। ଛେଳିଗଡ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ଧେଶ୍ୟରେ ଯେଉଁ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଥିଲା ତାହାର ସଫଳତା ଉପରେ ବୈଠକରେ ଆଲୋଚନା କରାଯାଇଥିଲା। ଚାଷୀ ଆନ୍ଦୋଳନକୁ ଦୀର୍ଘ ସ୍ଥାୟୀ କରିବା ପାଇଁ ସମ୍ପୃକ୍ତ ଅଞ୍ଚଳର ସରପଞ୍ଚ,ସମିତିସଭ୍ୟ ଓ ଜିଲ୍କାପରିଷଦ ସଭ୍ୟମାନଙ୍କ ସମ୍ପୃକ୍ତି ପାଇଁ ଆଜିର ବୈଠକରେ ଆଗତ ପ୍ରସ୍ଥାବକୁ ବୈଠକରେ ପୁର୍ଣ୍ଣ ସମର୍ଥନ କରାଯାଇଥିଲା । ଆଜିର ବୈଠକ ସଫଳତା ସହକାର ସମାପନ ହୋଇଥିବା ଯୋଗୁଁ ସଭାପତି ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମିତି କର୍ମକତା ଭଗବାନ ପଟ୍ଟନାୟକ,ନାରାୟଣ ବିଷୋୟୀ,ସଞ୍ଜୟ କୁମାର ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।



Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe