//BREAKING//
Loading...

ରୋଟାରୀ କ୍ଲବ ବ୍ରହ୍ମପୁର ମିଡ଼ଟାଉନ ତରଫରୁ ମାଗଣା ସ୍ୱାସ୍ଥ୍ୟ ସେବା ଏବଂ ଶୀତ ବସ୍ତ୍ର ବଣ୍ଟନ.......

                                                      ୧୨/୦୧/୨୪ (ସ୍ୱତନ୍ତ୍ର ନ୍ୟୁଜ଼ )ବ୍ରହ୍ମପୁର ରୋଟାରୀ କ୍ଲବ ବ୍ରହ୍ମପୁର ମିଡ଼ଟାଉନ, କବଚ ସେବା ସଦନ ଓ ସୃଜନୀ ତରଫରୁ ମାଗଣା ଶୀତ ବସ୍ତ୍ର ବଣ୍ଟନ ଓ ENT କ୍ୟାମ୍ପ ରାମଚନ୍ଦ୍ରପୁର ଗ୍ରାମରେ ଅନୁଷ୍ଠିତ ହୋଇଥିଲା | ପ୍ରଥମେ କ୍ଲବ ର ସଭାପତି ରୋଟାରୀଆନ ବନ୍ଦିତା ତ୍ରିପାଠୀ ସଭା  କୁ ଆରମ୍ଭ କରି ସଭାପତି ଆସନ ଗ୍ରହଣ କରି  ସଭା କାଯ୍ୟ ଆରମ୍ଭ କରିଥିଲେ | ମୁଖ୍ୟ ଅତିଥି ରୂପେ କବଚ ସେବା ସଦନର ମୁଖ୍ୟ ପରିଚ|ଳକ ନାକ, କାନ ଓ ଗଳା ବିଶେଷଜ୍ଞ ଡ଼କ୍ଟର ପ୍ରିୟଜୀତ ପାଣିଗ୍ରାହୀ ଯୋଗଦେଇଥିଲେ | ରୋଟାରୀୟାନ ଓ ସୃଜନୀ ର ଅଧକ୍ଷ ବନ୍ଦିତା ତ୍ରିପାଠୀ ନିଜ ଅଭିଭାଷଣରେ ସମାଜକୁ କିଛି ବାର୍ତା ଦେଇଥିଲେ | ଲୋକମାନେ କିପରି ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବେ ସେ ବିଷୟରେ କହିଥିଲେ | ଏବଂ ନାରୀମାନେ କିପରି ଆତ୍ମ ନିର୍ଭରଶିଳ ହେବେ ସେ ଉପରେ ନିଜର ମନ୍ତ୍ରବ୍ୟ ରଖିଥିଲେ |ପ୍ରାୟ ଗ୍ରାମର ୧୪୦ ଜଣ ଗ୍ରାମବାସୀ ଯୋଗଦେଇଥିଲେ | ଡ଼କ୍ଟର ଶ୍ରୀ ପାଣିଗ୍ରାହୀ ସବୁ ଲୋକଙ୍କୁ ପରକ୍ଷା ନିରୀକ୍ଷ|କରି ରୋଗ ନିରୂପଣ କରି ଔଷଧ ଦେଉଥିଲେ | ଗ୍ରାମର ଆଶା ଏବଂ ଅଙ୍ଗନବାଡି କର୍ମୀ ଉପସ୍ଥିତ ରହି ସହଯୋଗ କରୁଥିଲେ | ଏହି କାଯ୍ୟକ୍ରମ ଦେଖି ଗ୍ରାମର ଲୋକମାନେ ରୋଟାରୀ କ୍ଲବ ର ଗୁଣଗାନ କରିଥିଲେ | ସ୍ୱାସ୍ଥ୍ୟ ଶିବିର ସରିଲାପରେ ୧୪୦ ଜଣ ଲୋକଙ୍କୁ ଶୀତ ବସ୍ତ୍ର ପ୍ରଦାନ କରଯାଇଥିଲା | ଶୀତ ବସ୍ତ୍ର ପାଇ ଲୋକମାନେ ବହୁତ ଖୁସି ଅନୁଭବ କରିଥିଲେ | ପ୍ରୋଜେକ୍ଟ  କୋଡିନେଟର ରୋଟାରି୍ୟାନ ଶ୍ରୀ ସ୍ୱାଧୀନ କୁମାର ପାତ୍ର ଏହାର ଦାୟିତ୍ୱ ସୂଚାରୁ ରୂପେ ସମ୍ପଦାନ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ବି କେ ବିଶାରଦ, ଶ୍ରୀ ପ୍ରଣବ ପଣ୍ଡା ଏବଂ




ବହୁତ ସ୍ବେଛାସେବୀ ମାନେ ଯୋଗଦାନ କରିଥିଲେ |

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe