//BREAKING//
Loading...

ସ୍ବାମୀ ବିବେକାନନ୍ଦ ଜନ୍ମ ଜୟନ୍ତୀ ଜାତୀୟ ଯୁବ ଦିବସରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

 

ବ୍ରହ୍ମପୁର, ୧୨।୧ (ସ୍ୱତନ୍ତ୍ର ନ୍ୟୁଜ଼ ): ସ୍ଥାନୀୟ ଦ୍ବାରିକା ନଗର ସ୍ଥିତ ବିବେକାନନ୍ଦ ମାର୍ଗ ପଡିଆ ଠାରେ ବିବେକାନନ୍ଦ ବିଦ୍ୟା ମନ୍ଦିର ପରିସରରେ ସ୍ବାମୀ ବିବେକାନନ୍ଦ ଜନ୍ମ ଜୟନ୍ତୀ..

 



ବ୍ରହ୍ମପୁର, ୧୨।୧ (ସ୍ୱତନ୍ତ୍ର ନ୍ୟୁଜ଼ ): ସ୍ଥାନୀୟ ଦ୍ବା






ରିକା ନଗର ସ୍ଥିତ ବିବେକାନନ୍ଦ ମାର୍ଗ ପଡିଆ ଠାରେ ବିବେକାନନ୍ଦ ବିଦ୍ୟା ମନ୍ଦିର ପରିସରରେ ସ୍ବାମୀ ବିବେକାନନ୍ଦ ଜନ୍ମ ଜୟନ୍ତୀରେ ଜାତୀୟ ଯୁବ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରାତଃ ୫ ଘଣ୍ଟା ସମୟରେ ସ୍ଥାନୀୟ ପାଣିଗ୍ରାହୀ ପେଣ୍ଠ ସାହି ସ୍ଥିତ ମାଁ ଦଣ୍ଡକାଳୀ ମନ୍ଦିର ଠାରେ ମସାଲ୍ ପୂଜା ଓ ଆଳତୀ ହୋଇ ସେଠାରୁ ମସାଲ୍ ପଦଯାତ୍ରା ବାହାରି ପୁରୁଣା ବ୍ରହ୍ମପୁର ହାଇସ୍କୁଲ, ପ୍ରଭୂ ବାଲୁଙ୍କେଶ୍ୱର ମନ୍ଦିର, ଜଗବନ୍ଧୁ ସ୍କୁଲ, ହରିଡ଼ାଖଣ୍ଡି ଗାଁ ବନ୍ଧ, ଲକ୍ଷ୍ମୀ ନୃସିଂହ ସାହି, ଦ୍ବାରିକା ନଗର ସ୍ଥିତ ବିବେକାନନ୍ଦ ମାର୍ଗ ପଡିଆ, ଲକ୍ଷ୍ମୀ ନୃସିଂହ ସାହି ୧୪ ନମ୍ବର ଗଳି ହୋଇ ବିବେକାନନ୍ଦ ବିଦ୍ୟା ମନ୍ଦିର ଠାରେ ପହଞ୍ଚି ଥିଲେ। ପରେ ଉପସ୍ଥିତ ବରିଷ୍ଠ ବିଶିଷ୍ଟ କବିଙ୍କ କବିତା ପାଠ ତଥା ନରେନ୍ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏହାପରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସ୍କୁଲରୁ ଆଗ୍ରହୀ ଆଗତ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ପରିବେଷିତ ଆକର୍ଷଣୀୟ ଅନ୍ତର୍ନିହିତ ଗୁଣାବଳୀର ପ୍ରଦର୍ଶନ ତଳ ଦତ୍ତ ପ୍ରସଙ୍ଗ ଆଧାରିତ ସହଶିକ୍ଷଣ ଦକ୍ଷତା ଭିତ୍ତିରେ ବିବେକାନନ୍ଦ ସଂସ୍କୃତି ମେଳା ଅନୁଷ୍ଠିତ ହୋଇଥିଲା।


ପରେ ଅପରାହ୍ନ ସମୟରେ ଏକ ସାଧାରଣ ସଭା ତଥା ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରହିଥିଲା, ଏଥିରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ରୂପେ ମହାନଗର ନିଗମ ମେୟର ସଂଘମିତ୍ରା ଦଳାଇ, ବରିଷ୍ଠ ନାରୀନେତ୍ରୀ ମମତା ବିଷୋୟୀ ଏବଂ ବହୁ କର୍ପୋରେଟର ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଅତିଥି ମାନଙ୍କ ଦ୍ଵାରା ପ୍ରାୟ ୨୫୦ ଜଣ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଅନୁଷ୍ଠାନର ଚେୟାରମେନ ମିହିର ରଞ୍ଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ନିର୍ଦ୍ଦେଶକ ବିକାଶ କିଶୋର ଦାସ, ଅଧ୍ୟକ୍ଷ ଏ ପ୍ରଶାନ୍ତ ସେନାପତି, ସମ୍ପାଦକ ଭବାନୀ ରାଣୀ ଦାସ ପରିଚାଳନା କରିଥିବା ବେଳେ, ତାପସ ତ୍ରିପାଠୀ, ସୁଧୀର ସାଠୁଆ, ରଞ୍ଜିତା, ନିର୍ମଳା, ଋତୁ ପୂର୍ଣ୍ନା ଓ ସ୍ମୃତିଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପରିଚାଳନରେ ସହଯୋଗ କରିଥିଲେ। ସଭାକାର୍ଯ୍ୟ ଶେଷରେ ଉପସ୍ଥିତ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଶେଷ ରୂପେ ସ୍ବାମୀ ବିବେକାନନ୍ଦଙ୍କ ବାଲୁକା ସ୍ତୁପ ନିର୍ମାଣ କରିଥିବା ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କୁ ସ୍ଵତନ୍ତ୍ର ରୂପେ ସମ୍ମାନିତ କରାଯାଇଛି।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe