ବ୍ରହ୍ମପୁର,୩/୧୨/୨୩/:( ସ୍ୱତନ୍ତ୍ର ନ୍ୟୁଜ଼ )ଶେରଗଡ଼ ଫାଣ୍ଡି ଅଧିକାରୀ ତଥା ସବ ଇନ୍ସପେକ୍ଟର ମନୋରଞ୍ଜନ ମିଶ୍ର ହତ୍ୟାକାଣ୍ଡ ଘଟଣାର ଫେରାର ଥିବା ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ସମୀର ପଣ୍ଡାକୁ ବ୍ରହ୍ମପୁର ଗୋଲାପଲ୍ଲୀ ସାହି ସ୍ଥିତ ପୂଜା ଲଜରୁ କାବୁ କରିଛି ବ୍ରହ୍ମପୁର ପୁଲିସ । ସୂଚନାଯୋଗ୍ୟ ଯେ,
୨୦୧୦ମସିହା ନଭେମ୍ବର ୨୬ତାରିଖ ରାତିରେ ପେଟ୍ରୋଲିଂ କରୁଥିବା ବେଳେ ଶେରଗଡ଼ ଫାଣ୍ଡି ଅଧିକାରୀ ମନୋରଞ୍ଜନ ମିଶ୍ରଙ୍କ ସହିତ କିଛି ଯୁବକଙ୍କର ବଚସା ହୋଇଥିଲା। ଏହି ସମୟରେ ହଠାତ୍ ଉତ୍ୟକ୍ତ ହୋଇ ଯୁବକମାନେ ପୁଲିସ ଅଧିକାରୀ ମନୋରଞ୍ଜନ ମିଶ୍ରଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହି ମାମଲାରେ ପୁଲିସ ସୁଶାନ୍ତ ବେହେରା, ସୁନୀଲ ପାଣିଗ୍ରାହୀ ଓରଫ୍ ସୁନୀଲ ବେହେରା ଓ ସମୀର ପଣ୍ଡାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।ସୁନୀଲ ବେହେରା ନିର୍ଦୋଷ ସାବ୍ୟସ୍ତ ହୋଇଥିବା ବେଳେ ସୁଶାନ୍ତ ବେହେରା ଦୋଷୀ ସାବ୍ୟସ୍ତ ହୋଇଛି । ବିଚାରଣା ବେଳେ ସମୀର କୋର୍ଟରେ ହଜାର ନ ହୋଇ ଫେରାର ଥିଲା ।କୌଣସି ସୂତ୍ରରୁ ଖବର ପାଇଁ ଟାଉନ ଥାନାପୁଲିସ ଉକ୍ତ ଲଜରେ ଚଡ଼ଉ କରି ସମୀରକୁ କାବୁ କରିଥିଲା ।
Post a Comment