//BREAKING//
Loading...

ଆଲଫା କ୍ଲୁବର ପ୍ରଥମ ସେମିଫାଇନାଲ ମ୍ୟାଚ ଲିଡସ କ୍ରିକେଟ ଏକାଡେମୀ ବିଜୟୀ

 


ବ୍ରହ୍ମପୁର :- ( ସ୍ୱତନ୍ତ୍ର ନ୍ୟୂଜ଼ )ବ୍ରହ୍ମପୁର ଷ୍ଟାଡିଏମ ଠାରେ ଅlଲଫା କ୍ରିକେଟ କ୍ଲୁବ ଆନୁକୂଲ୍ୟରେ ଜ଼ିଲ୍ଲା ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟର ପ୍ରଥମ ସେମିଫାଇନାଲ ଲିଡସ କ୍ରିକେଟ ଏକାଡେମୀ ବନାମ ଅକ୍ସଫୋର୍ଡ କ୍ରିକେଟ କ୍ଲୁବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଲିଡସ   କ୍ରିକେଟ ଏକାଡେମୀ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗର ନିଷ୍ପତ୍ତି ନେଇଥିଲେ l ନିର୍ଦ୍ଧାରିତ ୩୫ ଓବର ମ୍ୟାଚରେ ୩୩ ଓବର ଖେଳି ସମସ୍ତ ଉଇକେଟ ହରାଇ ୧୪୭ ରନ କରିଥିଲେ l ଦଳ ପକ୍ଷରୁ ଦୁର୍ଗା ପଟ୍ଟନାୟକ ୪୪ ବଳ ଖେଳି ୨୮ ରନ କରିଥିଲେ l ଜବାବରେ ଅକ୍ସଫୋର୍ଡ ଦଳ ୩୨ ଓବର ଖେଳି ସମସ୍ତ ଉଇକେଟ ହରାଇ ୧୩୫ ରନ କରିଥିଲେ l ଦଳ ପକ୍ଷରୁ ଶ୍ରୀକାନ୍ତ ପ୍ରଧାନ ୭୨ ବଳ ଖେଳି ୩୨ ରନ କରିଥିଲେ l ଲିଡସ ଏକାଡେମୀ ପକ୍ଷରୁ ବୋଲିଙ୍ଗରେ ସୁରଜ ପାହାନ ୭ ଓବର ପକାଇ ୩୬ ରନ ଦେଇ ୪ ଗୋଟି ଉଇକେଟ ଅକ୍ତିହାର କରିଥିଲେ l ଏହି ମ୍ୟାଚକୁ ଲିଡସ ଏକାଡେମୀ ୧୨ ରନରେ ବିଜୟୀ ହୋଇଥିଲେ l ଏହି ମ୍ୟାଚରେ ସୁରଜ ପାହାନକୁ ମେନ ଅଫ ଦା ମ୍ୟାଚ ବିବେଚିତ ହୋଇଛନ୍ତି l ଆଜିର ମ୍ୟାଚରେ ଏମ୍ପାୟାର ଭାବେ ସୁଶାନ୍ତ ପଣ୍ଡା ଓ ଅମିତ ଦାସ ଖେଳକୁ ପରିଚାଳନା କରିଥିବା ବେଳେ, ସ୍କୋରର ଭାବେ ଜଗନ୍ନାଥ ଚୈଧୁରୀ ସହଯୋଗ କରିଥିଲେ l

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe