ଭୁବନେଶ୍ୱର :୧୭/୧୧/୨୩ ( ସ୍ୱତନ୍ତ୍ର ନ୍ୟୂଜ଼ )ବିଜେପି କୃଷକ ମୋର୍ଚ୍ଚା ତରଫରୁ ଆଜି ଓଡିଶାର ଚାଷୀ ମାନଙ୍କ ସମସ୍ୟା କୁ ନେଇ ୬ ଦଫା ଦାବୀପତ୍ର ମାନ୍ୟବର ରାଜ୍ୟପାଳ ରଘୁବର ଦାସଙ୍କୁ ପ୍ରଦାନ କରିବା ସହିତ ଆଲୋଚନା କରିଥିଲେ। ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ କଂ ନେତୃତ୍ଵରେ ୨୫ ଜଣିଆ ପ୍ରତିନିଧି ଦଳ ଏହି ଦାବୀପତ୍ର ପ୍ରଦାନ କାଯ୍ୟକ୍ରମ ରେ ସାମିଲ ହୋଇଥିଲେ। ରାଜ୍ୟ ରେ ଚାଷୀ ଆତ୍ମହତ୍ୟା, ମରୁଡି, ହାତି ପଶୁ ପକ୍ଷୀ ମାନଙ୍କ ଦ୍ଵାରା ଫସଲ କ୍ଷତିଗ୍ରସ୍ତ ଓ ରୋଗ ପୋକ ଦ୍ଵାରା ଫସଲ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ କ୍ଷତିପୂରଣ ପ୍ରଦାନ, ରାଜ୍ୟ ରେ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା, ଧାନ କିଣା କାରବାରରେ ବ୍ୟାପକ ଦୁର୍ନୀତି ର ସିବିଆଇ ତଦନ୍ତ ଓ ଧାନମଣ୍ଡୀ ଶିଘ୍ର ଖୋଲିବା,ରାଜ୍ୟ ରେ ବଂଦ ହୋଇଥିବା କୃଷି ଭିତ୍ତିକ ଶିଲ୍ପ ଗୁଡିକୁ ଶିଘ୍ର ଚାଲୁ କରିବା, କୃଷି ବୀମା ପାଇନଥିବା ଚାଷୀ ମାନଙ୍କୁ ତୁରନ୍ତ ବୀମା ପ୍ରଦାନ କରିବା ପ୍ରଭୃତି ଦାବୀ କୁ ମାନ୍ୟବର ରାଜ୍ୟପାଳଙ୍କୁ ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଆଲୋଚନା କରିଥିଲେ।
ବିଜେପି କୃଷକ ମୋର୍ଚ୍ଚା ତରଫରୁ ରାଜ୍ୟପାଳ ଙ୍କୁ ଦାବିପତ୍ର
By: SWATANTRA NEWS
0
Post a Comment