ବ୍ରହ୍ମପୁର :୧୭/୧୧/୨3 ( ସ୍ୱତନ୍ତ୍ର ନ୍ୟୁଜ଼ )ଜାତୀୟ ପ୍ରେସ ଦିବସ ଅବସରରେ ସ୍ଥାନୀୟ ହୋଟେଲ ମୋତି ପ୍ରାଙ୍ଗଣରେ ପ୍ରଥମ ଅଧିବେଶନରେ ମୁଁ ବି ସାମ୍ବାଦିକ ହେବି ଷଷ୍ଠ ରୁ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଜ୍ଞାନର ବିକାଶ ନିମନ୍ତେ ତୃତୀୟ ଥର ପାଇଁ ଗଞ୍ଜାମ ଜିଲ୍ଲା ଓଜା ସଭାପତି ବାସୁଦେବ ମହାପାତ୍ର
ଙ୍କ ନେତୃତ୍ୱରେ ଅନୁଷ୍ଟିତ ହୋଇଥିଲା । ଏହି କର୍ଯ୍ୟକ୍ରମରେ ଅନେକ ସ୍କୁଲର ୬୦ଜଣ ଛାତ୍ର ଛାତ୍ରୀ ମୁଁ ବି ସାମ୍ବାଦିକ ହେବି ଅଡିସନ୍ ରେ ଭାଗନେଇ ଥିଲେ। ବିଚାରକ ଭାବେ ଶ୍ରୀମତୀ ମାନସୀ ସତପଥି,ଚିକିଟି ମହାବିଦ୍ୟାଳୟର ଅଧ୍ୟାପକ ବିଶ୍ଵନାଥ ପାଣିଗ୍ରାହୀ,ଶଶି ଭୂଷଣ ରଥ ସରକାରୀ ମହିଳା ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଫେସର କାହୁଁ ଚାରଣ ପାଢ଼ୀ ଯୋଗଦେଇ ଥିଲେ।ୟୁ ଆଦିତୀ ପାତ୍ର ପ୍ରଥମ ସ୍ଥାନ ପ୍ରଗତି ସାମନ୍ତରାୟ ଦ୍ୱିତୀୟ ଓ ରାନୀ ଜେନା ତୃତୀୟ ସ୍ଥାନ ଅଧିକାର କରି ଗ୍ରାଣ୍ଟ ଫିନାଲେ କୁ ଉତିର୍ଣ୍ଣ ହୋଇଥିଲେ।ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ସାଟିଫିକେଟ ପ୍ରଦାନ କରାଯାଇଥିଲା।ଦ୍ୱିତୀୟ ଅଧିବେଶନରେ ଡକ୍ଟର ଶ୍ରବଛ ଦକାଇଙ୍କ ଅଧ୍ୟକ୍ଷତାରେ ମିଡ଼ିଆ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ରେ ଉଦ୍ଘାଟକ ଭାବେ ଶ୍ରୀଯୁକ୍ତ ରତିକାନ୍ତ ମହାପାତ୍ର
ପ୍ରାକ୍ତନ ବିଚାରପତି ରତିକାନ୍ତ ମହାପାତ୍ର ଯୋଗଦେଇ ସୁସ୍ଥ ସମାଜ ଗଠନ ଦିଗରେ ମିଡିଆ ମୁକ୍ଷ୍ୟ ଭୂମିକା ଗ୍ରହଣ କରିଥାଏ।ପ୍ରତିଟି ଖବର କାଗଜ ନିରପେକ୍ଷ ଭାବେ ଖବର ପ୍ରସାରଣ କରିବା ଉଚିତ ବୋଲି ସଭାରେ କହିଥିଲେ ।
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧୁକାରୀ,ରବିନାରାୟଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜ ର ସୁରକ୍ଷା ପାଇଁ ଗଣମାଧ୍ୟମ ନିରନ୍ତର ଭାବେ କାମ କରୁଛି ବୋଲି ବକ୍ତବ୍ୟରେ କହିଥିଲେ।
ଓଡ଼ିଶା ବାର୍ତ୍ତା ର ସମ୍ପାଦକ ମନୋଜକାନ୍ତ ଦାଶ ଯୋଗଦେଇ ଓଡ଼ିଶା ସାମ୍ବାଦିକ ସଂଗଠନ ର ଅଭିନବ ପ୍ରୟାସ ମିଡିଆ ମେଳା କୁ ବହୁତ୍ ପ୍ରଶଂସା କରିଥିଲେ।
ଭରତ ମସଲାର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ପଣ୍ଡା ବରେଣ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥିଭାବେ ସକାଳ ର ବ୍ରହ୍ମପୁର ସଂସ୍କରଣ ମୁଖ୍ୟ ଶକ୍ତି ରାଜଗୁରୁ, ବରିଷ୍ଠ ସାମ୍ବାଦିକ ଗୋପାଳ ପଟ୍ଟନାୟକ,
ଶ୍ରୀ ପଦମା ଚା କମ୍ପାନୀ ଏମ ଡି ବି ବସଭ ରାଜୁ ,ଡି,ଗନ୍ନାଥ ରାଓ , ସୁଶାନ୍ତ ସାବତ
ସମାଜସେବୀ ତଥା ସଭାପତି, ମହାନ ସଂଘ
ସାମ୍ବାଦିକା ସୁଶ୍ରୀ ଓଁକାର ପ୍ରିୟଦର୍ଶିନୀ ପ୍ରଧାନ
ବିଶିଷ୍ଟ ସମାଜସେବୀ ଡଃ. ଦ୍ଵିପାୟନ ପଟ୍ଟନାୟକ ପ୍ରମୁକ୍ଷ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଅବସର ପ୍ରାପ୍ତ ଜଳବାୟୁ ତଥା ପରିବେଶ ବିଜ୍ଞାନୀ ପ୍ରାଧ୍ୟାପକ ଡକ୍ଟର ଡମ୍ବରୁଧର ସାହୁ ଓ ଏମ ନରେଶ ଙ୍କୁ ସେବା ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ଓଜାର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।ଶେଷରେ ବ୍ରହ୍ମପୁର ଓଜା ଶାଖାର ସମ୍ପାଦକ ଅନନ୍ତ ରାମ ପ୍ରଧାନ ଧନ୍ୟବାଦ୍ ଦେଇଥିଲେ,,
Post a Comment