//BREAKING//
Loading...

*ବ୍ରହ୍ମପୁର ପ୍ରେସ କ୍ଲବ୍ ପକ୍ଷରୁ ମହା ସମାରୋହରେ ପାଳିତ ହେଲା ଜାତୀୟ ପ୍ରେସ ଦିବସ*



ବ୍ରହ୍ମପୁର: ୧୭/୧୧/୨୩( ସ୍ୱତନ୍ତ୍ର ନ୍ୟୁଜ଼ )ଜାତୀୟ ଗଣମାଧ୍ୟମ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ବ୍ରହ୍ମପୁର ପ୍ରେସ କ୍ଳବ୍ ପକ୍ଷରୁ ଡ଼ାଇମଣ୍ଡ ଜୁବୁଲି ଟାଉନ ହଲ୍ ପରିସରରେ  କ୍ଳବ୍ ର କାର୍ଯ୍ୟକାରୀ ସଭାପତି ଗୋପାଳ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦିବଂଗତ ଦୁଇ ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ଚିରଞ୍ଜିତ ରାଜଗୁରୁ ଓ ଡ଼. ଜଗନ ମୋହନ ମହାପାତ୍ର ଙ୍କ ଉଦ୍ଦେଶ୍ୱରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ସମାରୋହକୁ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ରବି ନାରାୟଣ ବେହେରା, ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ମୁଖ୍ୟ ପ୍ରଫେସର ଗଣେଶ ସେଠୀ, ବରିଷ୍ଠ ଉଦଘୋଷକ ହୃଷୀକେଶ ପାଣିଗ୍ରାହୀ ଯୋଗଦେଇ "କୃତ୍ରିମ ବୁଦ୍ଧିମତା ଯୁଗରେ ଗଣମାଧ୍ୟମ" ଉପରେ ଆଲୋକପାତ କରିଥିଲେ ।  ଅନ୍ୟମାନଙ୍କ ମଧ୍ୟରେ  ବରିଷ୍ଠ ସାମ୍ବାଦିକ ରବି ରଥ, ଶକ୍ତିଧର ରାଜଗୁରୁ, ମନୋଜକାନ୍ତ ଦାସ, ଦଣ୍ଡପାଣି ପ୍ରଧାନ, ନାରାୟଣ ମହାଙ୍କୁଡ, ବିଘ୍ନେଶ୍ୱର ସାହୁ, ଅଶୋକ ବ୍ରହ୍ମା, ସମୀର ଆଚାର୍ଯ୍ୟ, ପ୍ରହଲ୍ଲାଦ ସାହୁ, ସ୍ୱାଧୀନ ପାତ୍ର,



ନୀଳାଚଳ ସାହୁ, ସତ୍ୟ ଚେତନ ପରିଡ଼ା, ସମାଜସେବୀ ଏ . ସନ୍ତୋଷ ପାତ୍ର ପ୍ରମୁଖ ମଞ୍ଚାଷିନ ଥିଲେ ।  





ଏହି ଅବସରରେ ପ୍ରେସ କ୍ଲବ ବ୍ରହ୍ମପୁର ପକ୍ଷରୁ ଚଳିତ ବର୍ଷ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ର  ସ୍ଵର୍ଣ୍ଣ ପଦକ ହାସଲ କରିଥିବା ଶର୍ମିଷ୍ଠା ପ୍ରିୟଦର୍ଶିନୀ ମିଶ୍ର ଓ  ଅଖିଳ ତରେଇ ସମ୍ମାନିତ କରାଯାଇଥିଲା । ଏହାସହ କୁନି କୁନି ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ କରାଯାଇଥିବା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପରେ ପରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ନୃତ୍ୟ ଓ ଡାକ୍ତର ଚନ୍ଦନ ଗନ୍ତାୟତଙ୍କ ସଙ୍ଗୀତ ପରିବେଷଣ କରି ମନୋରଞ୍ଜନ ଖୋରାକ ସାଜିଥିଲେ । କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ସୁଦିପ ସାହୁ, ରଶ୍ମିତା ଦଳେଇ ସାମଲ ଓ ଶିକ୍ଷାବିତ୍ ମିହିର ତ୍ରିପାଠୀ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ୱାଧୀନ ସାହୁ, ଲିଙ୍କୁ ଡାକୁଆ, ଶଙ୍କର ରଣା ପ୍ରମୁଖ ସହଯୋଗ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ପ୍ରେସ କ୍ଲବର ସକ୍ରିୟ ସଦସ୍ୟ ଓ ବହୁ ସାମ୍ବାଦିକ ଯୋଗଦେଇଥିଲେ ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe