//BREAKING//
Loading...

ରୋଟାରି କ୍ଲୁବ ମିଡ଼ଟାଉନ ଓ ସୃଜନୀ ତରଫରୁ ଶିଶୁଦିବସ ପାଳିତ....



 

ବ୍ରହ୍ମପୁର / ( ସ୍ୱତନ୍ତ୍ର ନ୍ୟୂଜ଼ )ରୋଟାରି କ୍ଲବ ମିଡ଼ଟାଉନ ର ସଭାପତି ତଥା ସୃଜନୀ ର ପ୍ରତିଷ୍ଠାତ୍ରି ଓ ସମାଜସେବିକା ବନ୍ଦିତା ତ୍ରିପାଠୀ ଙ୍କ ନେତୃତ୍ୱ ରେ  ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ ଦିଗପୁର ସରକାରୀ ବିଦ୍ୟାଳୟ ରେ ଶିଶୁଦିବସ ପାଳନ କରାଯାଇଥିଲା | ସୃଜନୀ ର ପ୍ରତିଷ୍ଠାତା ବନ୍ଦିତା ତ୍ରିପାଠୀ ସଭାରେ ସଭାପତି ଆସନ ଅଳଙ୍କୁତ କରି ସଭାକାଯ୍ୟ ଆରମ୍ବ କରି ନିଜର ଅଭିଭାଷଣ ରେ ଆଜିର ଶିଶୁ କାଲି ର ନାଗରିକ ଓ ଛାତ୍ର, ଛାତ୍ରୀ ମାନଙ୍କୁ ସତ ମାର୍ଗ ରେ ଯାଇ ନିଜର ସ୍ବପ୍ନ କୁ ସାକାର କର ବୋଲି ଛାତ୍ର ଛାତ୍ରୀ ମାନଙ୍କୁ କିଛି ଉପଦେଶ ଦେଇଥିଲେ | ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ କିଛି କିଛି ଚାଚ| ନେହୁରୁ ଙ୍କ ଉପରେ କହିଥିଲେ ସେଠି ମଧ୍ୟରୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଚାର କରି ପ୍ରଥମ, ଦ୍ୱତୀୟ ଏବଂ ତୃତୀୟ ରୂପେ ୩ଜଣକୁ ବିବେଚନା କରିଥିଲେ | ସୃଜନୀ ତରଫରୁ ଯିଏ ପ୍ରଥମ ରେ ତାଙ୍କୁ ୧୦୦୦ ଟଙ୍କା ଯିଏ ୨ୟ ସ୍ଥାନ ପାଇଛନ୍ତି ତାଙ୍କୁ ୭୫୦ ଟଙ୍କା ଏବଂ ଯିଏ ୩ୟ ତାଙ୍କୁ ୫୦୦ ଟଙ୍କା ପୁରସ୍କାର ଦେଇ ସମାଜ ସେବିକା ବନ୍ଦିତା ତ୍ରିପାଠୀ ଗୋଟିଏ ଉଦାହରଣ ସାଜିଥିଲେ ଛାତ୍ର ଛାତ୍ରୀ ମାନେ ପୁରସ୍କାର ରାଶି ପାଇ ବହୁତ ଖୁସି ଅନୁଭବ କରିଥିଲେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଦିଗପୁର ଗ୍ରାମର ଗ୍ରାମବାସୀ ମାନେ ସମାଜସେବିକା ବନ୍ଦିତା ତ୍ରିପାଠୀଙ୍କ କାମ ଦେଖି ସମସ୍ତେ ଆତ୍ମବିଭର ହୋଇଯାଇଥିଲେ | ସ୍କୁଲ ର ସମସ୍ତ ପିଲା ମାନଙ୍କୁ ପେନସିଲ ଓ ୱାଟର ବୋତଲ ରୋଟାରି କ୍ଲବ ତରଫରୁ ବଣ୍ଟନ କରାଯାଇଥିଲା | ଅନ୍ୟ ମାନଙ୍କ ମଧ୍ୟରେ ରୋଟାରୀଆନ ସ୍ୱାଧୀନ କୁମାର ପାତ୍ର, ରୋଟାରୀଆନ ଗୋଦାବରୀ ପାତ୍ର ଓ ସମାଜ ସେବକ ପ୍ରବୀଣ ପଣ୍ଡା ଯୋଗଦେଇଥିଲେ |

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe