//BREAKING//
Loading...

ଜାତୀୟ ପ୍ରେସ୍ ଦିବସ ପାଳନ ନେଇ ପ୍ରେସ କ୍ଲବରେ ପ୍ରସ୍ତୁତି ବୈଠକ

 




ବ୍ରହ୍ମପୁର, ୧୩।୧୧: ( ସ୍ୱତନ୍ତ୍ର ନ୍ୟୁଜ଼ )ସ୍ଥାନୀୟ ପ୍ରେସ କ୍ଲବ ବ୍ରହ୍ମପୁର ସମ୍ମିଳନୀ କକ୍ଷରେ ଆସନ୍ତା ୧୬ ତାରିଖ ଦିନ ଜାତୀୟ ପ୍ରେସ୍ ଦିବସ ପାଳନ ନେଇ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ସାମ୍ବାଦିକ ସୁଦୀପ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପ୍ରମୁଖ ରୁପେ ସାମ୍ବାଦିକ ବିଶ୍ଵନାଥ ପଟ୍ଟନାୟକ, ନାରାୟଣ ମହାଙ୍କୁଡ,ଶକ୍ତିଧର ରାଜଗୁରୁ,ଅଶୋକ ବ୍ରହ୍ମା, ମନୋଜ କାନ୍ତ ଦାସ, ସମୀର ଆଚାର୍ଯ୍ୟ, ବିଘ୍ନେଶ୍ୱର ସାହୁ ଉପସ୍ଥିତ ରହି ଜାତୀୟ ପ୍ରେସ ଦିବସ କେଉଁ ଭଳି ଭାବେ ଆୟୋଜିତ ହେବ ସେନେଇ ଉପସ୍ଥିତ ସମସ୍ତ ସାମ୍ବାଦିକ ବନ୍ଧୁଗଣ ମାନଙ୍କ ମତାମତ ଗ୍ରହଣ କରାଯାଇଥିଲା । ଉପସ୍ଥିତ ସାମ୍ବାଦିକ ମାନଙ୍କ ସର୍ବସମ୍ମତି କ୍ରମେ ୧୬ ତାରିଖ ଦିନ ସକାଳ ୮ଘଣ୍ଟା ସମୟରେ ପ୍ରେସ କ୍ଲବ ପରିସରରୁ ଏକ ଶୋଭା ପଦଯାତ୍ରା ଆରମ୍ଭ ହୋଇ, ନିକଟସ୍ଥ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଟାଉନ ହଲ ଠାରେ ସମାପ୍ତ କରାଯିବ । ପରେ ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ନିଷ୍ପତି ନିଆଯାଇଥିଲା। ଏଥିରେ ବହୁ ସାମ୍ବାଦିକ ମାନେ ନିଜ ନିଜର ମତ ପରି ପ୍ରକାଶ କରିଥିଲେ, ଯାହା ଏହି ଜାତୀୟ ପ୍ରେସ ଦିବସ ପାଳନ ଉତ୍ସବକୁ ଆହୁରି ଦ୍ଵିଗୁଣିତ କରିପାରିବ ତାହାରି ଉପରେ ମତ ଦେଇଥିଲେ । ଏହି ପରିପ୍ରେକ୍ଷୀରେ କାର୍ଯ୍ୟକାରୀ ସଭାପତି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ଯେ, ଜାତୀୟ ପ୍ରେସ ଦିବସରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଗୋଲ୍ଡ ମେଡାଲ ପାଇଥିବା ଦୁଇ ଜଣଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ଦେଇଛନ୍ତି। ଏହାସହ ଏହି କାର୍ଯ୍ୟକାରୀ ସମେତ ଆଗାମୀ ଦିନରେ ମଧ୍ୟ ଅନ୍ୟାନ୍ୟ ବହୁ କାର୍ଯ୍ୟକ୍ରମ ଜାରି ରହିବ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏହି ବୈଠକରେ ବ୍ରହ୍ମପୁର ସହରର ବହୁ ସାମ୍ବାଦିକ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦାନ କରିଥିଲେ।


Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe