//BREAKING//
Loading...

,ଭି ଭି ଗିରି ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ରେ ବ୍ଳକ୍ ସ୍ତରୀୟ ବାଲ୍ ବିଜ୍ଞାନ ପ୍ରଦର୍ଶନୀ ବିଜ୍ଞାନମେଳା ଉଦଯାପିତ। ------------------------------------





ବ୍ରହ୍ମପୁର ( ସ୍ୱତନ୍ତ୍ର ନ୍ୟୁଜ଼ )

      ତା ୧୭,୧୧,୨୦୨୩ ରିଖ ସ୍ଥାନୀୟ ଭି ଭି ଗିରି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ରଙ୍ଗେଈଲୁଣ୍ଡା ବ୍ଳକ୍ ସ୍ତରୀୟ ବାଲ୍ ବିଜ୍ଞାନ ପ୍ରଦର୍ଶନୀ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଅମିତା ପଟ୍ଟନାୟକ ଉଦ୍ଘାଟକ ରୂପେ ଯୋଗଦେଇ ଥିଲେ ତାଙ୍କ ସମେତ ରାମ ନାରାୟଣ ସ୍ନାତକ ମହାବିଦ୍ୟାଳୟ ଡୁରା ର ପ୍ରାଣୀବିଜ୍ଞାନ ବିଭାଗ ମୂଖ୍ୟ ଡଃ ଉଷାରାଣୀ ବ୍ରହ୍ମା ତଥା ଗିରି ରୋଡ଼ ଶିକ୍ଷକ ପ୍ରଶିକ୍ଷଣ ତାଲିମ୍ କେନ୍ଦ୍ରର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ଶ୍ରୀମତୀ ସବିତା ରାଣୀ ତ୍ରିପାଠୀ, ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଚାନ୍ଦିନୀ ପଣ୍ଡା ସମେତ ରଙ୍ଗେଈଲୁଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଦେବେନ୍ଦ୍ର ବେହେରା ମହୋଦୟଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଉଦଘାଟନୀ କାର୍ଯ୍ୟ ଶୁଭାରମ୍ଭ କରାଯାଇଥିବା। ଦୁଇ ଜଣଙ୍କ ସହଶିକ୍ଷାଧିକାରୀଙ୍କ ସମେତ ସମସ୍ତ ସିଆରସିସି ମାନଙ୍କ ସହଯୋଗ ଓ କାର୍ଯ୍ୟ କ୍ରମକୁ ତ୍ବରାନ୍ବିତ କରିଥିଲେ ।ଉଭୟ ବ୍ରହ୍ମପୁର ମହାନଗର ନିଗମ ଏବଂ ରଙ୍ଗେଈଲୁଣ୍ଡା ବ୍ଳକ୍ ର ୧୭୬ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ରାମନାରାୟଣ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ର ରିଡର୍, ଡଃ ହରିହର ମୁନିଙ୍କ ସମେତ ଡଃ ଉଷାରାଣୀ ବ୍ରହ୍ମା ବିଚାରକ ରୂପେ ନିରପେକ୍ଷ ଭାବେ ପର୍ଯ୍ୟବେକ୍ଷଣ କରି ବ୍ରହ୍ମପୁର ମହାନଗର ନିଗମ ରୁ ୫ଗୋଟି ଏବଂ ରଙ୍ଗେଈଲୁଣ୍ଡା ବ୍ଳକ୍ ରୁ ୪ଗୋଟି ପ୍ରକଳ୍ପ ଜିଲ୍ଲା ସ୍ତରୀୟ ବିଜ୍ଞାନମେଳା ନିମନ୍ତେ ଚୟନ ହୋଇଥିଲା।

ଏହି ସମ୍ପୂର୍ଣ୍ଣ କାର୍ଯ୍ୟ କ୍ରମଟି ଜିଲ୍ଲା ପ୍ରକଳ୍ପ ସଂଯୋଜକ ଏବଂ ରାଷ୍ଟ୍ରୀୟ ଆବିଷ୍କାର ଅଭିଯିନର ମିଳିତ ପ୍ରୟାସ ରେ ସଫଳତାର ସହ ସଂଗଠିତ ହୋଇଥିଲା।ଓ ଜିଲ୍ଲା ବିଞାନନିରୀକ୍ଷକ ଶ୍ରୀ ରାମଚନ୍ଦ୍ର ମହାରଣାଙ୍କ ସହଯୋଗ ଏବଂ ପୂର୍ବତନ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ତଥା ସରକାରୀ ସି ଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପନ୍ନଙ୍ଗ ଭୂଷଣ ମାଝୀ କାର୍ଯ୍ୟ କ୍ରମକୁ ପରିଚାଳନାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

ଉଦଯାପନୀ ତଥା ପୁରସ୍କାର ସମ୍ବର୍ଦ୍ଧନା ବିତରଣ କାର୍ଯ୍ୟକ୍ରମରେ ରଙ୍ଗେଇଲୁଣ୍ଡା ବ୍ଳକ୍ ଉନ୍ନୟନ ଅଧିକାରୀ ଶ୍ରୀ ଅଂଶୁମାନ ମହାପାତ୍ର



ଓ ବ୍ରହ୍ମପୁର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଭୂପେନ ଚନ୍ଦ୍ର ମହାନ୍ତ ମୂଖ୍ୟ ବକ୍ତା ରୂପେ ଏବଂ ସହଶିକ୍ଷାଧିକାରୀ ଶ୍ରୀ ସୁକାନ୍ତ ଜେନା  ,ଶ୍ରୀଜଗନ୍ନାଥ ଭୂୟାଁ ଏ ବି ଇ ଓ କମ୍ ବି ଆର୍ ସି ସି ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ଚୟନ ପ୍ରକିୟା କୁ ବରିଷ୍ଠ ଶିକ୍ଷକ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ସଂଯୋଜନା କରିଥିଲେ। ଓ ଉପସ୍ଥିତ ପ୍ରକଳ୍ପର ପ୍ରଦର୍ଶନୀ ବିଜ୍ଞାନମେଳା ରେ କୃତି ବିବେଚିତ ଛାତ୍ର ଛାତ୍ରୀ ମାନଙ୍କୁ ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ  ଶିକ୍ଷୟିତ୍ରୀଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଏବଂ ସମସ୍ତ ସିଆରସିସି ମାନଙ୍କ ର ଆକ୍ରାନ୍ତ ପରିଶ୍ରମ ଓ ଆୟୋଜନ କରି କାର୍ଯ୍ୟ କ୍ରମଟିକୁ ସଫଳତା ପୂର୍ବକ। ସମ୍ପାଦିତ ହୋଇଥିଲା ବୋଲି    ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଦେବେନ୍ଦ୍ର ବେହେରା ମହୋଦୟ ସ୍ଵଷ୍ଟୀକରଣ ଦେଇଛନ୍ତି। ପରିଶେଷରେ ସମସ୍ତ ଅତିଥି ତଥା ସହଯୋଗୀ ଶିକ୍ଷକ/ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ଏବଂ  ମିଡିଆ ବନ୍ଧୁ ମାନଙ୍କୁ ଧନ୍ୟବାଦ୍ ଅର୍ପଣ ପୂର୍ବକ ସଭାସାଙ୍ଗ କରାଯାଇଥିଲା।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe