//BREAKING//
Loading...

ଖେଲୋ ଇଣ୍ଡିଆ ପକ୍ଷରୁ ଟାଏକୋଣ୍ଡା ମହିଳାମାନଙ୍କ ଚୟନ

 



ବ୍ରହ୍ମପୁର :- ( ସ୍ୱତନ୍ତ୍ର ନ୍ୟୁଜ଼) ଖେଲୋ ଇଣ୍ଡିଆ ପକ୍ଷରୁ କଟକ ସ୍ଥିତ ଜବାହରଲାଲ ନେହୁରୁ ଇନ୍ଦୋର ଷ୍ଟାଡିୟମ ଠାରେ ଗତ ୧୬ ତାରିଖ ଦିନ ଖେଲୋ ଇଣ୍ଡିଆରେ ଭାଗ ନେବା ପାଇଁ ବ୍ରହ୍ମପୁର ହିଲ୍ଲପାଟଣା ସ୍ଥିତ ଟାଏକୋଣ୍ଡା ଆସୋସିଏସନ ଅଫ ବ୍ରହ୍ମପୁର (ଟିଏବି ) ପକ୍ଷରୁ ବ୍ରହ୍ମପୁର ୯ ଜଣ ମହିଳା ଓ ଭଞ୍ଜନଗରର ଜଣେ ମହିଳା ମୋଟ ୧0 ଜଣ ଖେଲୋ ଇଣ୍ଡିଆ ମହିଳା ଚୟନରେ ଅଂଶ ଗ୍ରହଣ କରିଥିଲେ l ସେଥିମଧ୍ୟରୁ ଶୁଦ୍ଧିକ୍ଷl ରାଣୀ ସାହୁ (ସିନିୟର ଅଣ୍ଡର ୫୭ କେ.ଜି ), ଆଦ୍ୟlସା କିରନ (କ୍ୟାଡେଟ ଅଣ୍ଡର ୫୧ କେ.ଜି ),ପ୍ରତ୍ୟୁଷା ରଥ (କ୍ୟାଡ଼େଟ ଅଣ୍ଡର ୪୯ କେ.ଜି )କୁମାରୀ କାମିନୀ ନାୟକ (ଜୁନିୟର ଅଣ୍ଡର ୪୯ କେ.ଜି ), ଶୁଭ ଲଗ୍ନl ସ୍ୱାଇଁ (ସିନିୟର ଅଣ୍ଡର ୪୪ କେ.ଜି ) ମୋଟ ୬ ଜଣ ଝିଅ ଚୟନ ହୋଇଛନ୍ତି l ଆଗାମୀ ଡ଼ିସେମ୍ବର ମାସରେ ଆସାମର ଗୋହାଟି ଠାରେ ହେବାକୁ ଥିବା ପୂର୍ବାଞ୍ଚଳ ଜୋନ ଲେବେଲରେ ଭାଗ ନେବା ପାଇଁ ଗ୍ରସ୍ତ କରିବେ ବୋଲି ଟାଏକୋଣ୍ଡା ଆସୋସିଏସନର ମୁଖ୍ୟ କୋଚ ସତ୍ୟ ନାରାୟଣ ତ୍ରିପାଠୀ କହିଛନ୍ତି l କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏହିପରି ମହିଳାମାନଙ୍କୁ ଖେଳ କୁଦରେ ଆଗକୁ ଆଣିଥିବା ଯୋଗୁଁ ଖେଳାଳିମାନଙ୍କ ମନରେ ଉତ୍ସାହ ଦେଖାଦେଇଛି l



Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe