//BREAKING//
Loading...

ଭାଗ୍ୟ ବଡ ନା କର୍ମ ବଡ ?’



ଖୋର୍ଦ୍ଧା /ଗତ ତା୧୫.୧୧.୨୦୨୩ ( ସ୍ୱତନ୍ତ୍ର ନ୍ୟୁଜ଼ )ଦିବା ୧୧ଘଟିକା ସମୟରେ ଖୋରଧା ବି.ଡି.ଏ କଲୋନୀସ୍ଥିତ ଗାୟତ୍ରୀ ମନ୍ଦିର ପରିସର ମଧ୍ୟରେ ଗୀତାବକ୍ତା ଓ ସମୀକ୍ଷକ ଶ୍ରୀ ଭଗବାନ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଏକ ଧର୍ମ ସଭାର ଆୟୋଜନ କରାଯାଇଥିଲା । ବିଷୟବସ୍ତୁ ଥିଲା “ଭାଗ୍ୟ ବଡ ନା କର୍ମ ବଡ ?’ ପ୍ରାୟ ଦୁଇଶହ ଶ୍ରୋତା ଗହଣରେ ପୂର୍ବତନ ପୁଲିସ ଅଫିସର ଶ୍ରୀ ପ୍ରମୋଦ କୁମାର ପଟ୍ଟନାୟକ ଭାଗ୍ୟ ସପକ୍ଷରେ ସୁନ୍ଦର ଓ ବଳିଷ୍ଠ ଯୁକ୍ତି ଉପସ୍ଥାପନା କରିଥିଲେ । ପାଲା ଗୁରୁ ଶ୍ରୀ ତ୍ରିନାଥ ମହାପାତ୍ର, ପାଲା ଗାୟକ ଶ୍ରୀ ସାରଙ୍ଗଧର ମହାପାତ୍ର, ସମାଜସେବୀ ଶୁଭଲକ୍ଷ୍ମୀ ସାମନ୍ତରା ଓ ଶେଖ୍ ଅନ୍‌ସାର ଅଲ୍ଲୀ (ଦାମ) ସଂକୀର୍ତନ ଗାୟକ ଶ୍ରୀ ରତ୍ନାକର ମହାପାତ୍ର (ଗଣେଶ), ପୂର୍ବତନ ବୈଷୟିକ ଅଧିକାରୀ ଶ୍ରୀ ନରେନ୍ଦ୍ର କୁମାର ଦାଶ ଓ ଅନ୍ୟାନ୍ୟ ବହୁ ବିଶିଷ୍ଟ ବ୍ୟକ୍ତିବୃନ୍ଦ କର୍ମର ପ୍ରାଧାନ୍ୟତା ଉପରେ ଗୁରୁତ୍ବ ଆରୋପ କରିଥିଲେ । ସମୀକ୍ଷମ ମହୋଦୟ ଉପସଂହାରରେ ଉଭୟ ଭାଗ୍ୟ ଓ କର୍ମର ପ୍ରାଧାନ୍ୟତା ଓ ଆବଶ୍ୟକତା ମଧ୍ୟରେ ଅଭିନ୍ନତା ସ୍ଥାପନ ପୂର୍ବକ କର୍ମ କରିଯିବାକୁ ସାମାଜିକ ବାର୍ତା ପ୍ରଦାନ କରିଥିଲେ । ପରିଶେଷରେ କର୍ମଶାଳାର ଉଦ୍‌ଘାଟନ ପର୍ବ ସହିତ ମହାପ୍ରସାଦ ସେବାର ବ୍ୟବସ୍ଥା କରାଯାଇଥିଲା ।



Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe