ଖୋର୍ଦ୍ଧା ତା ୧୬,୧୧,୨୦୨୩ ( ସ୍ୱତନ୍ତ୍ର ନ୍ୟୁଜ଼ )ରିଖ ଓଡିଶା ସାମ୍ବାଦିକ ୟୁନିଅନ ଖୋର୍ଦ୍ଧା ଜିଲ୍ଲା ପକ୍ଷରୁ ଜାତୀୟ ପ୍ରେସ ଦିବସ ଖୋର୍ଦ୍ଧା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି। ଏଥିରେ ଆଟିଫିସିଆଲ ଇଣ୍ଟେଲିଜେନ୍ସ ଓ ସାମ୍ବାଦିକ ମାନଙ୍କ ଅଧିକାର ଏବଂ ସୁରକ୍ଷା କୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ରୂପେ ଖୋର୍ଦ୍ଧା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ଜୋସ୍ନାମୟୀ ଆଚାର୍ଯ୍ୟ, ସମ୍ମାନିତ ଅତିଥି ରୂପେ ଓ ୟୁ ଜେ ରାଜ୍ୟ ସମ୍ପାଦକ ପ୍ରସନ୍ନ କୁମାର ପାଇକରାୟ ଯୋଗଦେଇଥିବାବେଳେ ଓ ୟୁ ଜେ ଜିଲ୍ଲା ସଭାପତି ତପନ କୁମାର ନାୟକ, ମୁଖ୍ୟ ଉପଦେଷ୍ଟା ସନତ କୁମାର ପଟନାୟକ, ଉପଦେଷ୍ଟା ରବୀନ୍ଦ୍ର କୁମାର ମିଶ୍ର, ଓ ୟୁ ଜେ ଜିଲ୍ଲା ସାଧାରଣ ସମ୍ପାଦକ ଲୋହିତ ନାରାୟଣ ମହାପାତ୍ର ସଭା ମଂଚ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏଥି ସହ ଓ ୟୁ ଜେ ଜିଲ୍ଲା ଉପସଭାପତି ସୟଦ ଅନସର ଅଲ୍ଲୀ, କୋଷାଦକ୍ଷ ଅଜିତ ମିଶ୍ର, ରାଜେଶ ଚନ୍ଦ୍ର ମହାନ୍ତି, ଶୁଭଲଷ୍ମୀ ସାମନ୍ତରା , ନାରାୟଣ ମହାନ୍ତି, ବିଶ୍ୱଜିତ ସାମନ୍ତରାୟ, ଅନୁଅର ଅଲ୍ଲୀ, ଅଏସ ମହାନ୍ତି, ମହମ୍ମଦ କୁତୁବୁଦ୍ଦିନ,ପ୍ରମୁଖ ଉପସ୍ଥିଥ ରହି ସୁଚାରରୁପେ କାର୍ଯ୍ୟରେ ସହଯୋଗ କରିଥିଲେ।
Post a Comment