//BREAKING//
Loading...

ବରିଷ୍ଠ ନାଗରିକଙ୍କ ବାର୍ଷିକୋତ୍ସବ ପାଳିତ

 

ବ୍ରହ୍ମପୁର:୦୩/୦୯/୨୦୨୩ ( ସ୍ୱତନ୍ତ୍ର ନ୍ୟୁଜ଼ )

ରବିବାର ବ୍ରହ୍ମାନଗର ଓ ଜ୍ୟୋତି ନଗର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ୪ର୍ଥ ସ୍ଵନକ୍ଷତ୍ର ଦିବସ(ବାର୍ଷିକୋତ୍ସବ)କାର୍ଯ୍ୟ-କାରୀ ସଭାପତି  ଡି.ଡି.ରାଓ ଙ୍କ ଅଧ୍ୟକ୍ଷତାରେ ବହୁ ଆଡମ୍ବର ସହ ବ୍ରହ୍ମାନଗରସ୍ଥ BHN-3/135 କୋଠା ପରିସରରେ ସମ୍ପନ୍ନ ହୋଇଯାଇଛି।

       ଏହି ଅବସରରେ ଲାଞ୍ଜିପଲ୍ଲି ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ଓ ବ୍ରହ୍ମପୁର  ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଉଦ୍ଭିଦବିଦ୍ ପ୍ରାଧ୍ୟାପକ ତଥା ସୁପରିଚିତ ପରିବେଶବିତ୍ ଡଃ  ଭାସ୍କର ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ବିଦ୍ୱାନ ସାହିତ୍ୟ ସାଧକ ତଥା ସୁପରିଚିତ କଥାବାଚକ ଡଃ.ଲମ୍ବୋଦର ପାଣିଗ୍ରାହୀଙ୍କୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ।   

        ଅତିଥି ଙ୍କ ଦ୍ଵାରା ଦୀପ ପ୍ରଜ୍ୟୋଳିତ ପରେ, ମଞ୍ଚ ବରିଷ୍ଠ ସଦସ୍ୟ ଅଜିତ ହୋତା 


ଅତିଥିଙ୍କ  ପରିଚୟ ପ୍ରଦାନ  କରିଥିଲେ ଓ ସେମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ।ସୁଶ୍ରୀ ସ୍ଵIଧିନା ପାତ୍ରଙ୍କ ଆୟୋଜିତ ଓ  ସଙ୍ଗୀତ ଗୁରୁ  ମୁକୁନ୍ଦ ସାହୁଙ୍କ ପ୍ରଶିକ୍ଷିତ ଛାତ୍ର ଛାତ୍ରୀଙ୍କ ଦ୍ଵାରା ସଙ୍ଗୀତ ପରିବେଷଣ ରେ କରିଥିଲେ। 

      ମଞ୍ଚ ପରିଚାଳକ ଉମା ଶଙ୍କର ପାଣିଙ୍କ ସଂଯୋଜନା ରେ ହୋଇଥିବା ଉକ୍ତ ବୈଠକରେ ସଭାପତି.ଡି ଡି ରାଓଙ୍କ ଦ୍ଵାରା ମଞ୍ଚର ଆଭିମୁଖ୍ୟ ପ୍ରଦାନ ଓ ସ୍ଵନକ୍ଷତ୍ର ଉତ୍ସବ ପାଳନ ସମ୍ପର୍କିତ ତଥ୍ୟ ରଖିଥିବାବେଳେ ସମ୍ପାଦକ ସୁରେନ୍ଦ୍ର ପାଢ଼ୀ ବାର୍ଷିକ ବିବରଣୀ ପାଠ କରିସାରି  ଚଳିତ ବର୍ଷ ସ୍ୱର୍ଗାହରଣ କରିଥିବI ତିନିଜଣ ଦିବଂଗତ ସଦସ୍ୟଙ୍କ ପାଇଁ ସ୍ମୃତି ଚାରଣ କରିଥିଲେ। ଆମନ୍ତ୍ରିତ ମୁଖ୍ୟ ଅତିଥି ଡାକ୍ତର ଭାସ୍କର ପାଢ଼ୀ ତଥା ମୁଖ୍ୟ ବକ୍ତା ଡାକ୍ତର ଲମ୍ବୋଦର ପାଣିଗ୍ରାହୀଙ୍କ ସମୟୋଚିତ ସାରଗର୍ଭକ ଅଭିଭାଷଣ ଓ ମାର୍ଗଦର୍ଶନ ସମସ୍ତଙ୍କୁ ବାନ୍ଧି ରଖିଥିଲା ।

    ମଞ୍ଚ ତରଫରୁ  ସ୍ଥାନୀୟ ସ୍କୁଲର ୯୩ ଜଣ ଶିଶୁଙ୍କ ନେଇ ହୋଇଥିବା  ପ୍ରତିଯୋଗିତା ରେ ଵିଭିନ୍ୟ ବିଭାଗରେ ସଫଳତା ଲାଭ କରିଥିବା ୩୬ ଜଣ କୃତି ଛାତ୍ର  ଛାତ୍ରୀ ଙ୍କୁ ୫୩ ଗୋଟି ପୁରସ୍କାର ସହ ପ୍ରମାଣପତ୍ର ଓ ଅନ୍ୟ ମାନଙ୍କୁ ଶାନ୍ତ୍ବନା ମୂଳକ ପୁରସ୍କାର ଅର୍ପଣ କରାଯାଇଥିଲା।ସଭା ଶେଷରେ  ସମ୍ପାଦକ ସୁକାନ୍ତ ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।

  ଅନ୍ୟ ମାନଙ୍କ ମଧ୍ୟରେ ନିରଞ୍ଜନ ମହାନ୍ତି, ସ୍ଵାଧୀନା ପାତ୍ର, ଗୀତା ରାଣୀ ପଟ୍ଟନାୟକ, ସନ୍ତୋଷ କୁମାର ସାହୁ, ଶରତ ଚନ୍ଦ୍ର ମହାପାତ୍ର,ଡଃ ଅଜିତ ହୋତା, ନରୋତମ ଦାସ, ସୁକାନ୍ତ ପଟ୍ଟନାୟକ, ଭାସ୍କର ପାଢ଼ୀ, ରାମନାଥ ଦାସ, ଗଣେଶ୍ୱର ମିଶ୍ର ପ୍ରମୁଖ ସହଯୋଗ କରିଥିଲେ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe