//BREAKING//
Loading...

ମହାନ ସଂଘ ପକ୍ଷରୁ ଗୁରୁ ବନ୍ଦନା ଉତ୍ସବ ପ୍ରସ୍ତୁତି।

 


ବ୍ରହ୍ମପୁର ୩/୯ ( ସ୍ୱତନ୍ତ୍ର ନ୍ୟୁଜ଼ )

ଅଗ୍ରଣୀ ଅନୁଷ୍ଠାନ ମହାନ ସଂଘ ପକ୍ଷରୁ ପବିତ୍ର ଗୁରୁ ଦିବସ ଅବସରରେ ସ୍ଥାନୀୟ ଟାଉନ ହଲ ଠାରେ ଗୁରୁ ବନ୍ଦନା ଉତ୍ସବ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ହିଲ ପାଟଣା ସ୍ଥିତ କାର୍ଯ୍ୟାଳୟରେ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇ ସନ୍ଧ୍ୟା 5 ଘଟିକା ରେ ଟାଉନ ହଲ ଠାରେ ଅନୁଷ୍ଟିତ କାର୍ଯ୍ୟ କ୍ରମରେ 75 ଜଣ ବିଭିନ୍ନ  ବର୍ଗ ର ଗୁରୁ ବୃନ୍ଦଙ୍କୁ ଗୁରୁ ପୂଜନ କରାଯିବା ସହ ଅଙ୍ଗ ବସ୍ତ୍ର ଓ ମାନପତ୍ର ପ୍ରଦାନ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ। ଉକ୍ତ ଦିନ ସଂଘ ପକ୍ଷ ରୁ ଗୁରୁ ଓ ଛାତ୍ର ଙ୍କ କଲ୍ୟାଣ ଓ ଶିକ୍ଷା ଅନୁଷ୍ଠାନ ର ବିକାଶ ଉପରେ ଆଲୋଚନା ସହ ବହୁ କାର୍ଯ୍ୟ କ୍ରମ ହାତକୁ ନିଆଯିବ ବୋଲି ନିଷ୍ପତି ହୋଇଥିଲା।

ଏହି ଅବସରରେ ଓଡ଼ିଶାର ପୂର୍ବତନ ବାଚସ୍ପତି , ବିଶିଷ୍ଟ ରାଜନେତା ତଥା ମହାନ ସଂଘ ର ଉପଦେଷ୍ଟା ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଙ୍କ ବିୟୋଗରେ ଶୋକସଭା ଅନୁଷ୍ଟିତ କରାଯାଇ ସ୍ୱର୍ଗତ ଆତ୍ମା ର ସଦଗତୀ କାମନା କରାଯାଇ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ସାଧାରଣ ସମ୍ପାଦକ ଶ୍ରୀ ପ୍ରସାନ୍ତ ପାତ୍ର, ସାଂସ୍କୃତିକ ସମ୍ପାଦିକା ଶ୍ରୀମତୀ ରମେଶ୍ୱରୀ ନନ୍ଦ, ପକଳ୍ପ ଅଧ୍ୟକ୍ଷା ଶ୍ରୀମତୀ ମମତା ପାଢ଼ୀ, ସିମ।ଞ୍ଚ୍ଚଲ ପାଣିଗ୍ରାହୀ, ଗୋପାଳ ପଟ୍ଟନାୟକ, ସୁଦ୍ଦିପ ସାହୁ, ହରିକୃଷ୍ଣ ମିଶ୍ର, ପ୍ରଫୁଲ୍ଲ କୁମାର ପାତ୍ର, ଦିଲୀପ କୁମାର ମହାପାତ୍ର, ଡ୍ର ସନ୍ଧ୍ୟାରାଣି ପଟନାୟକ, ଶ୍ରୀମତୀ ରାଜଶ୍ରୀ ଦାଶ , ଡ ଧନ ଲକ୍ଷ୍ମୀ ପଟନାୟକ, ସସ୍ମିତା ସାହୁ, ରତ୍ନମଣି କଟନ, ପ୍ରକାଶ ଵଜନି, ପ୍ରାଚୀ ପରିଚିତ। ଜେନା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe