ବ୍ରହ୍ମପୁର-. ( ସ୍ୱତନ୍ତ୍ର ନ୍ୟୂଜ଼ )ବିଶ୍ୱ ଫିଜିଓଥେରାପି ଦିବସ ଅବସରରେ ବ୍ରହ୍ମପୁର ପ୍ରେସ କ୍ଲବ ପରିସରରେ କ୍ୟୁରି ଫିଜିଓ ଏଣ୍ଡ ରିହାବ କ୍ଲିନିକର ମିଳିତ ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ା.ସର୍ବଣା ବିବେକ ଏମ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦଘାଟନ କରିବା ସହ ବର୍ତ୍ତମାନର ଯୁଗରେ ସାଧାରଣ ଜନତାଙ୍କ ପାଇଁ ଫିଜିଓଥେରାପିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା , ସ୍ଥାନୀୟ କର୍ପୋରେଟର ପ୍ରଦୀପ ଶତପଥି, ଆଇନଜୀବୀ ସୁବ୍ରତ ସାହୁ, ଡାକ୍ତର ଶଶାଙ୍କ ଶେଖର ପରିଡା ପ୍ରମୁଖ ଯୋଗଦାନ କରି ଏପରି କାର୍ଯ୍ୟକ୍ରମର ଆୟୋଜନ କୁ ନେଇ ପ୍ରଶଂସା କରିବା ସହ ସାଧାରଣ ଜୀବନ ଯାପନ ସମୟରେ ବର୍ତ୍ତମାନ ବିଭିନ୍ନ ଯାନ୍ତ୍ରପାତିର ବ୍ୟବହାର ଯୋଗୁଁ ଲୋକଙ୍କ ଦେହରେ ପୀଡା ସୃଷ୍ଟି କରିବାର ମାଧ୍ୟମ ସାଜିଥିବା ବେଳେ ପ୍ରତେକ ବ୍ୟକ୍ତି ଦୈନିକ ଶାରିରୀକ ବ୍ୟାୟାମ କରିବାର ଆବଶ୍ୟକତା ରହିଥିବା କୁହାଯାଇଛି । ଏପରିକି ବିଭିନ୍ନ ଔଷଧ ବ୍ୟବହାର କରିବା ଯୋଗୁଁ ଏହାର ପାର୍ଶ୍ୱ ପତିକ୍ରିୟା ଦେଖିବାକୁ ମିଳୁଥିବା ବେଳେ ଫିଜିଓଥେରାପି କରିବା ଦ୍ୱାରା କୌଣସି ପାର୍ଶ୍ୱ ପତିକ୍ରିୟା ନଥିବା ଯୋଗୁଁ ଯେଉଁମାନେ ବିଭିନ୍ନ ଆଣ୍ଠୁ, ଗଣ୍ଠି ସମେତ ବିଭିନ୍ନ ପ୍ରକାର ପ୍ରୀଡାର ଶିକାର ହେଉଛନ୍ତି ସେମାନେ ଫିଜିଓଥେରାପି କରିବାର ଆବଶ୍ୟକତା ରହିଥିବା କାର୍ଯ୍ୟକ୍ରମରେ ମତବ୍ୟକ୍ତ କରାଯାଇଥିଲା। ପ୍ରେସ କ୍ଳବର କାର୍ଯ୍ୟକାରୀ ସଭାପତି ବିଶ୍ୱନାଥ ପଟ୍ଟନାୟକ ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ନାରାୟଣ ମହାଙ୍କୁଡ ଅତିଥି ପରିଚୟ ଏବଂ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବରିଷ୍ଠ ସାମ୍ବାଦିକ ସମୀର ଆଚାର୍ଯ୍ୟ।
ଅନ୍ୟପଟେ ଫିଜିଓଥେରାପି କାର୍ଯ୍ୟକ୍ରମକୁ କ୍ୟୁରି ଫିଜିଓ ଏଣ୍ଡ ରିହାବ କ୍ଲିନିକର ମୁଖ୍ୟ ଡାକ୍ତର ଶଶାଙ୍କ ଶେଖର ପରିଡ଼ାଙ୍କ ସମେତ ଡାକ୍ତର ଅଙ୍କିତ ଅତ୍ନେରିୟା, ଡାକ୍ତର ପ୍ରିୟମ୍ବାଦା ପଲାଇ, ଡାକ୍ତର ପଦ୍ମଶ୍ରୀନାଥ ଭୌମିକ, ଡାକ୍ତର ପ୍ରତିକ୍ଷା ଘଡାଇ, ଡାକ୍ତର ମଧୁସ୍ମିତା ସମସ୍ତ ସାମ୍ବାଦିକ ଏବଂ ଶିବିରକୁ ଆସିଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରିବା ସହିତ ପରାମର୍ଶ ପ୍ରଦାନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ କୌଳାସ ବେହେରା, ସତ୍ୟ ଚେତନ ପରିଡା, ସ୍ୱାଧିନ କୁମାର ସାହୁ, ଗୋପାଳ ରେଡ୍ଡୀ, ପି ଶୁବ୍ରମଣ୍ୟମ ସ୍ୱାମୀ, ସ୍ୱାଧିନ ପାତ୍ର, ମନୋଜ ପଣ୍ଡା, ଶିବ ପଣ୍ଡା, ଗୌରୀ ଶଙ୍କର ମିଶ୍ର , ଦିନେଶ ପଟ୍ଟନାୟକ, ସରୋଜ ପଣ୍ଡା, ବିକେ ବିଶାରଦ, ଉମା ଶଙ୍କର ମିଶ୍ର, ରୁପକ ମହାନ୍ତି, ବନିତା ବେହେରା, ମନୋଜ ମହାରଣାଙ୍କ ସମେତ ବହୁ ସାମ୍ବାଦିକ ଯୋଗଦାନ କରିଥିଲେ ।
Post a Comment