ଖୋର୍ଦ୍ଧା,୧୨/୯: ( ସ୍ୱତନ୍ତ୍ର ନ୍ୟୂଜ଼ )ଖୋର୍ଦ୍ଧା ଜିଲ୍ଳା ମିଳିତ ଶିକ୍ଷକମାନଙ୍କ ଆନେ୍ଦାଳନ ଆଜି ତେଜିଛି । ରାଜ୍ୟ ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ଫେଡ଼େରେସନ୍ର ନିଦେ୍ର୍ଦଶକ୍ରମେ ଆଜି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଯୁଧିଷ୍ଠିର ସାହୁ ଓ ପିଷ୍ଟାର ରାଜ୍ୟ ଉପସଭାପତି ଅଗାଧୁ ସେଠୀଙ୍କ ନେତୃତ୍ୱରେ ୩୫୦ରୁ ଉଦ୍ଧ୍ୱର୍ ଶିକ୍ଷକ ଖୋର୍ଦ୍ଦା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆଗରେ ଗଣଧାରଣାରେ ବସିଥିଲେ । ଆଜି ୩୧୪ ବ୍ଲକରେ ପ୍ରାଥମିକ ଶିକ୍ଷକମାନେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆଗାରେ ଗଣଧାରଣା ଦେଇ ରାଜ୍ୟ ସରକାରଙ୍କର ପ୍ରାଥମିକ ଶିକ୍ଷକ ମାରଣାନୀତିକୁ ସମାଲୋଚନ କରିବାସହିତ ତୀବ୍ର ବିରୋଧ କରିଥିଲେ । ଏବଂ ସରକାରଙ୍କ ବିଚାରଧାରାରେ ପ୍ରାଥମିକ ଶିକ୍ଷକଙ୍କୁ ସାବତ୍ ପୁଅ ଭଳି ଦେଖିବା ସେମାନଙ୍କୁ ବହୁତ ବାଧିଥିଲା । ୨୦୦୭ ମସିହାଠାରୁ ଅଦ୍ୟାବଧି ବହୁବାର ମାନ୍ୟବର ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚ୍ଚିବ ଓ ଶାସନ ସଚ୍ଚିବ ବିଦ୍ୟାଳୟ ଗଣ ଶିକ୍ଷା ବିଭାଗ ସହିତ ଆଲୋଚନା କରିଥିଲେ ମଧ୍ୟ ଅଦ୍ୟାବଧି ଏହାର କୌଣସି ସୁଫଳ ମିଳିନାହିଁ । ସବୁ ବର୍ଗର ନେତୃତ୍ୱମାନେ ୩ଦଫା ଦାବୀ ଉପରେ ଆଲୋଚନା କରିଥିଲେ ଯଥା : ମୁଖ୍ୟମନ୍ତ୍ରୀ ରାଜ୍ୟର ଠିକା ନିଯୁକ୍ତି ଉଚ୍ଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ସହିତ ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ନୋସନାଲ୍ ଇନ୍କି୍ରମେଂଟ ପ୍ରଦାନ କରି ମୂଳ ଚାକିରୀରେ ଗଣନା କରିବା ସହିତ ଏକ୍ସ-କ୍ୟାଡ଼ର ଉଚ୍ଛେଦ, କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକଙ୍କର ମାନ୍ୟତା ପ୍ରଦାନ କରାଯାଉ । ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ (ମୂଳବେତନ ଲେବୁଲ-୯ ଗ୍ରେଡ଼୍ ପେ ୪୨୦୦ ଅନୁଯାୟୀ ) ପ୍ରଦାନ କରାଯାଉ । ଏବଂ ନୂତନ ପେନ୍ସନ୍ ପ୍ରଥା ଉଚ୍ଛେଦ କରି ପୁରୁଣା ପେନ୍ସନ୍ ବ୍ୟବସ୍ଥା ପୁନଃ ପ୍ରଚଳନ କରାଯାଉ । ଧାରଣା ସମୟରେ ସଂଘର ସଭାପତି ଯୁଧିଷ୍ଠିର ସାହୁ ଅଚେତ ହୋଇ ସରକାରୀ ଗୋପବନ୍ଧୁ ଚିକିତ୍ସାଳୟରେ ଭର୍ତି ହୋଇଥିଲେ । ୨ଘଂଟା ଚିକିତ୍ସାପରେ ସୁସ୍ଥ ହୋଇ ଫେରିଲେ ।
ଏହି କାର୍ଯ୍ୟକ୍ରମରେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଅମୀୟ କୁମାର ପରିଡ଼ା, ପିଷ୍ଟାର ସଭାପତି ସ୍ୱପ୍ନେଶ୍ୱର ପ୍ରଧାନ, ପିଷ୍ଟାର ସମ୍ପାଦକ ମୃତୁ୍ୟଞ୍ଜୟ ମହାପାତ୍ର, ଏସ୍. କ୍ୟାଡ଼ର୍ ସଭାପତି ପ୍ରସନ୍ନ କୁମାର ମହାପାତ୍ର, ଓଡ଼ିଶା କଳାକ୍ରୀଡ଼ା ସଂଘର ସଭାପତି ସତ୍ୟଜିତ୍ ମହାନ୍ତି, ଦିବ୍ୟସିଂହ ସୁବୁଦ୍ଧି, ରବିନାରାୟଣ ପଣ୍ଡା, ମନୋଜ ଦାଶ, ପ୍ରକାଶ ମୁଦୁଲି, ବିପିନି ବେହେରା, ବଦି୍ର ରଥ, ସତ୍ୟବ୍ରତ ଚମ୍ପତିରାୟ, ବିଜୟଲକ୍ଷ୍ମୀ ପାଣି, କଳ୍ପନା ରାଉତ, ଶୁଭଲକ୍ଷ୍ମୀ ଦାସ, ସୁଦର୍ଶନ ବିଶ୍ୱାଳ, ସରୋଜ କୁମାର ସାହୁ, ସୁଦୀପ୍ତା ପଟ୍ଟନାୟକ, ଜୟନ୍ତୀ ଦାସ, ଜ୍ୟୋତିମୟୀ ନାୟକ, ପଦ୍ମନାଭ ସାହୁ, ମାନସ ରଞ୍ଜନ ପଣ୍ଡା, ସୁଶାନ୍ତ କୁମାର ସାହୁ, ଜୟନ୍ତ ପଟ୍ଟନାୟକ, ଶ୍ରୀକାନ୍ତ ସାହୁ, ଖୋର୍ଦ୍ଧା ବ୍ଲକର ସମସ୍ତ ଆଂଚଳିକ ସାଧନ କେନ୍ଦ୍ରର ସଂଯୋଜକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ... ଶୁଭଲକ୍ଷ୍ମୀ ସାମନ୍ତରା
Post a Comment