ଖୋରଧା : ,୧୨.୦୯.୨୦୨୩ ( ସ୍ୱତନ୍ତ୍ର ନ୍ୟୁଜ଼ ) ରିଖ ସକାଳ ୧୦.୩୦ ମିନିଟ ସମୟରେ ଭ୍ରାମ୍ୟମାଣ ଓଡ଼ିଶା ଷ୍ଟାଟଅପ ଯାତ୍ରା ୨୦୨୩ ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ଅଜନ୍ତା ଶତପଥୀଙ୍କ ଦ୍ଵାରା ଉଦଘାଟିତ ହୋଇଥିଲା । ସଂଯୋଜକ ସନ୍ତୋଷ ଭୋଇଙ୍କ ସଂଯୋଜନାରେ ଏହି ଯାତ୍ରାରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ବହୁଳ ସଂଖ୍ୟାରେ ଯୋଗଦେଇ ନିଜସ୍ଵ ମତବ୍ୟକ୍ତ କରିବା ସହିତ ପ୍ରଦର୍ଶିତ ହୋଇଥିବା ଷ୍ଟାର୍ଟଅପ କୋଡ଼ ଜରିଆରେ ଅନ୍ତଃନୀହିତ ଧୀଶକ୍ତି ଦ୍ବାରା ସମ୍ବାଦ ପ୍ରେରଣ କରିଥିଲେ । ପ୍ରକାଶଥାଉକି ଉଚ୍ଚ ପ୍ରଶଂସିତ ସମ୍ବାଦଟିକୁ ଓଡ଼ିଶା ସରକାର ପୁରସ୍କୃତ କରିବାର ଯୋଜନା ରହିଛି । ଏହି କାର୍ଯ୍ୟକ୍ରମଟି ଓଡ଼ିଶା ସରକାରଙ୍କର msme ବିଭାଗ ଦ୍ବାରା ପ୍ରାୟୋଜିତ ହୋଇଥିଲା । ବିଭାଗ ତରଫରୁ ଅଧିକାରୀ ଶ୍ରୀଯୁକ୍ତ ଶିବାନହିତ ଦାସ ବିଶେଷଜ୍ଞ ଭାବରେ ଯୋଗଦେଇ ଥିବା ବେଳେ ଶ୍ରୀଯୁକ୍ତ ଉଦ୍ଧବ ଅଙ୍କିତ ହାତୀ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଉପାଧ୍ୟକ୍ଷା ଡ଼ଃ ବିନୋଦିନୀ ମିଶ୍ର ,ପ୍ରାଧ୍ୟାପକ ଡ଼ଃ ପ୍ରତାପ କିଶୋର ମହାନ୍ତି , ପ୍ରାଧ୍ୟାପକ ଶୁଭେନ୍ଦୁ ମହାନ୍ତି , ଡ଼ଃ ସନ୍ତୋଷ କୁମାର ମିଶ୍ର , ମାଧବ ଚନ୍ଦ୍ର ମହାନ୍ତି , ଶ୍ରୀମତୀ ଅଲିଭା ବେହୁରା ଓ ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଉପସ୍ଥିତ ଥିଲେ । ଶେଷରେ କାର୍ଯ୍ୟକ୍ରମର ଉପକାରୀତା ବିଷୟରେ ପ୍ରାଧ୍ୟାପକ ଡ଼ଃ ପ୍ରିୟବ୍ରତ ମହାନ୍ତି ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ । ମହାବିଦ୍ୟାଳୟ ତରଫରୁ ଅଧ୍ୟାପକ ଶ୍ରୀଯୁକ୍ତ ସୁକୁମାର ପଟ୍ଟନାୟକ ଉକ୍ତ କାର୍ଯ୍ୟକ୍ରମର ପରିଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ
ରିପୋର୍ଟ..... ଶୁଭଲକ୍ଷ୍ମୀ ସାମନ୍ତରା ଜିଲ୍ଲା ପ୍ରତିନିଧି
Post a Comment