//BREAKING//
Loading...

ଦାବୀ ପୂରଣ ନ ହେଲେ ଆନେ୍ଦାଳନକୁ ଜୋରଦାର କରିବେ ମିଳିତ ପ୍ରାଥମିକ ଶିକ୍ଷକ ସଂଘ

 


ଖୋର୍ଦ୍ଧା,୨୩ା୯:  ( ସ୍ୱତନ୍ତ୍ର ନ୍ୟୁଜ଼ )ଦିନ  ପରେ ଦିନ ଗଡ଼ି ଆଜକୁ ୧୫ ଦିନ ହେଲା ଶାନ୍ତି ପୂର୍ଣ୍ଣ ଆନେ୍ଦାଳନରେ ଦାବୀ ପୂରଣ ପାଇ ଅଡ଼ି ବସିଛନ୍ତି ଖୋର୍ଦ୍ଧା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ । ସବୁଦିନ ପରି ଆଜି ମଧ୍ୟ ବି.ଇ.ଓ କାର୍ଯ୍ୟାଳୟ ସମ୍ମୁଖରେ ଛୁଟି ଦିବସରେ ରାଜ୍ୟ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ଉପସଭାପତି ଓ ଜିଲ୍ଳା ସଭାପତି ଅଗାଧୁ ସେଠୀ, ବ୍ଲକ ସଭାପତି ସ୍ୱପ୍ନେଶ୍ୱର ପ୍ରଧାନ, ସମ୍ପାଦକ ମୃତୁ୍ୟଞ୍ଜୟ ମହାପାତ୍ର ଓ ମିଳିତ ଶିକ୍ଷକ ସଂଘର କାର୍ଯ୍ୟକାରୀ  ଓ ଏକ୍ସ କ୍ୟାଡ଼ର ସଭାପତି ପ୍ରସନ୍ନ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଆନେ୍ଦାଳନ ଓ ବିକ୍ଷୋଭ ପ୍ରଦର୍ଶନ ଚାଲିଥିଲା । ପୁରୁଣା ପେନ୍ସନ୍ ଶିକ୍ଷକ ସଂଘର ଜିଲ୍ଳା ସଭାପତି ରତ୍ନାକର ରାଉତରାୟ, ବ୍ଲକ ସଭାପତି ଅଭିରାମ ବେହେରା, ଶିକ୍ଷକ ନେତା ସନ୍ତୋଷ ମହାପାତ୍ର, ଓ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ, ଓଡ଼ିଶାର କୋଷାଧ୍ୟକ୍ଷ ସୁରେଶ ଚନ୍ଦ୍ର ବିଶ୍ୱାଳ, ଧାରଣା ସ୍ଥଳକୁ ଆସି ତାଙ୍କ  ବକ୍ତବ୍ୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମନୋବଳକୁ ଦୃଢ଼ କରିବା ପାଇଁ ଏକତାର ମନ୍ତ୍ର ଫୁଙ୍କି ଥିଲେ । ୧୫ ଦିନ ହେଲା ଶିକ୍ଷା ବ୍ୟବସ୍ଥାରେ ଯାହା କ୍ଷତି ହୋଇଛି ସେଥିପାଇଁ ଗଣ ଶିକ୍ଷା ବିଭାଗ ଓ ରାଜ୍ୟ  ସରକାର  ଦାୟୀ ରହିବେ ବୋଲି ନେତୃମଣ୍ଡଳୀ ସତର୍କ କରିଦେଇଛନ୍ତି ।

   ଗ୍ରେଡ଼୍ -ପେ ବୃଦ୍ଧି, ପ୍ରାଥମିକ ବିଦ୍ୟାଳୟରେ ଠିକା ଶିକ୍ଷକ ନିଯୁକ୍ତି ଉଚ୍ଛେଦ, ପୁରୁଣା ପେନ୍ସନ୍ ଲାଗୁ, ଶିକ୍ଷା ସହାୟକ ପିରିୟଡ଼୍ ର ୬ବର୍ଷର ୬ଟି ଇନକି୍ରମେଂଟ ପ୍ରଦାନ, କଳା କ୍ରୀଡ଼ା ଓ ଗଣ ଶିକ୍ଷକଙ୍କୁ ନିୟମିତ କରିବା ଏବଂ ଏକ୍ସ କ୍ୟାଡ଼ର୍ ଉଚ୍ଛେଦ , ଏକ୍ସ କ୍ୟାଡ଼ର ଓ.ଟି.ଇ.ଟି ଓ ନନ୍ ଓ.ଟି.ଇ.ଟି  ଶିକ୍ଷକ ଶିକ୍ଷୟିତ୍ରୀଙ୍କ ୦୧.୦୩.୨୦୨୦ରୁ  ଇନ୍କି୍ରମେଂଟ ପ୍ରଦାନ ଭଳି ଦାବି ନେଇ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଆଜି ମଧ୍ୟ ଆନେ୍ଦାଳନ ଜାରି ରଖିଛନ୍ତି ବ୍ଲକର ସମସ୍ତ ଏନ୍ ପି ଏସ୍ ଶିକ୍ଷକ ଶିକ୍ଷୟିତ୍ରୀମାନେ ଆନେ୍ଦାଳନରେ ସାମିଲ ହୋଇଥିବାରୁ ବିଦ୍ୟାଳୟରେ ପାଠ ପଢ଼ା ଏକପ୍ରକାର ଠପ୍ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦାବୀଗୁଡ଼ିକ ଆଲୋଚନା କରାଯାଇ ତାହା ପୂରଣ କରିବା ନିମନ୍ତେ ସମସ୍ତେ ଆଶା ବାନ୍ଧି ବସିଛନ୍ତି । ଏଥିରେ ଶିକ୍ଷକ ନେତା ବଦି୍ର ନାରାୟଣ ରଥ, ପ୍ରକାଶ ମୁଦୁଲି, ପ୍ରଫୁଲ୍ଳ ବେହେରା, ବିପିନ ବେହେରା, ପୁଷ୍ପା ହରିଚନ୍ଦନ, କଳ୍ପନା ରାଉତ, ରବି ନାରାୟଣ ପଣ୍ଡା, ପୂର୍ଣ୍ଣଲକ୍ଷ୍ମୀ ମହାରଣା, ବିକାଶ ମୁଦୁଲି, ସୁଶାନ୍ତ ସାହୁ, ରବି ନାରାୟଣ ସାହୁ ପ୍ରଭୃତି ଶିକ୍ଷକ ଶିକ୍ଷୟିତ୍ରୀମାନେ ଆନେ୍ଦାଳନକୁ ଆଗକୁ ବଢ଼ାଇଥିଲେ ।



ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ଶୁଭ ଲକ୍ଷ୍ମୀ ସାମନ୍ତରା ଙ୍କ ରିପୋର୍ଟ

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe