ବ୍ରହ୍ମପୁର, ୨୨.୦୯.୨୩: ( ସ୍ୱତନ୍ତ୍ର ନ୍ୟୂଜ଼ )
ଜାତିୟ ସ୍ୱାସ୍ଥ୍ୟ ମିଶନ ଓ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଥାନୀୟ ଗୋଷାଣୀନୂଆଁଗାଁ ମାଁ କାଳୁଆ କଲ୍ୟାଣ ମଣ୍ଡପ ପରିସରରେ ସହରାଞ୍ଚଳ ସ୍ବାସ୍ଥ୍ୟ ଓ ସୁସ୍ଥତା କେନ୍ଦ୍ର ଆନୁକଲ୍ୟରେ ଅଣ ସଂକ୍ରାମକ ରୋଗ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ୨୭ ନଂ ୱାର୍ଡ କର୍ପୋରେଟ ନୀଳକଣ୍ଠ ସାହୁ ଶୁଭାରମ୍ଭ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ମେୟର ଶ୍ରୀଯୁକ୍ତ ଶିବଶଙ୍କର ଦାସ, ପୂର୍ବତନ କର୍ପୋରେଟର ଭାଗିରଥି ଚୌଧୁରୀ, ଅନ୍ୟତମ ଅତିଥି ଭାବେ ବରିଷ୍ଠ ବୁଦ୍ଧିଜୀବୀ ରାମକୃଷ୍ଣ ଚୌଧୁରୀ ଯୋଗ ଦେଇଥିଲେ । ଏହି ସ୍ବାସ୍ଥ୍ୟ ପରୀକ୍ଷା ଶିବିରରେ ଡ଼ା. ଅଭିପ୍ସା ପଣ୍ଡା ଓ ସହକର୍ମୀ ଯୋଗଦେଇ ସ୍ଥାନୀୟ ବାସିନ୍ଦାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଏହି ଶିବିରରେ ୧୦୦ ରୁ ଉର୍ଦ୍ଧ ସ୍ଥାନୀୟ ବ୍ୟକ୍ତି ବିଶେଷଙ୍କ ମଧୁମେହ, ରକ୍ତଚାପ ଓ କ୍ୟାନସର ଭଳି ରୋଗର ପରୀକ୍ଷା କରାଯିବା ସହ ମାଗଣା ଔଷଧ ବଣ୍ଟନ ମଧ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କିଶନ ପଣ୍ଡା, ନନ୍ଦ କିଶୋର ସାହୁ, ଅନିଲ ସାହୁ, ମହେଶ ସାହୁ, ଆଶୁତୋଷ ପାତ୍ର, ବସନ୍ତ ଚୌଧୁରୀ, ଦିନେଶ ଦାସ, ଦେବାଶିଷ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।
Post a Comment