//BREAKING//
Loading...

ଅପହୃତା ଛାତ୍ରୀଙ୍କୁ ଖଲ୍ଲିକୋଟରୁ ଉଦ୍ଧାର, ରଙ୍ଗିଲା ଟ୍ୟୁସନ ଶିକ୍ଷକ ଗିରଫ

 


ବ୍ରହ୍ମପୁର,୨୩/୯/୨୩: ( ସ୍ୱତନ୍ତ୍ର ନ୍ୟୁଜ଼ )ଜନୈକା କଲେଜ୍ ଛାତ୍ରୀଙ୍କୁ ଅପହରଣ ଓ ଦୁଷ୍କର୍ମ କରିଥିବା ଅଭିଯୋଗରେ ବଡବଜାର ଥାନା ପୁଲିସ୍ ଜଣେ ଟ୍ୟୁସନ ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ପାଣ୍ଡିଆର ଗୁରୁ କୁମାର ଗୌଡ(୨୩) ବୋଲି ପୁଲିସ୍ କହିଛି। ଅପହୃତା ଛାତ୍ରୀଙ୍କୁ ଖଲ୍ଲିକୋଟ ଅଞ୍ଚଳର ଏକ ଲଜରୁ ଉଦ୍ଧାର କରିଛି । ଏହା ସହ ଉଭୟଙ୍କ ଡାକ୍ତରୀମାଇନା କରିଛି ଏବଂ ୧୬୪ ଧାରା ଅନୁସାରେ ପୀଡିତାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି । ସୂଚନାନୁଯାୟୀ, ଗୁରୁ କୁମାର ଗୌଡ଼ ପୁରୁଷୋତ୍ତମପୁର ଅଞ୍ଚଳରେ ଟ୍ୟୁସନ କରୁଛନ୍ତି। ପିଡିତା ଛାତ୍ରୀଜଣକ ମଧ୍ୟ ତାଙ୍କ ପାଖରେ ୯ ଓ ୧୦ ଶ୍ରେଣୀରେ ଟ୍ୟୁସନ ପଢୁଥିଲେ। ସେ ମାଟ୍ରିକ ପାସ୍ କରିବା ପରେ ଉଚ୍ଚ ଶିକ୍ଷା ପାଇଁ ଅଭିଭାବକଙ୍କ ସହ ବ୍ରହ୍ମପୁର ଚାଲିଆସିଥିଲେ। ପିଡିତା ଛାତ୍ରୀ ଗତ ୧୯ତାରିଖ ଦିନ ସେ ପଢୁଥିବା କଲେଜକୁ ଗଣେଶ ପୂଜା ପାଇଁ ଯାଇଥିଲେ। ଏହା ପରେ ସେ ଆଉ ଘରକୁ ଫେରିନଥିଲେ। ବହୁ  ଖୋଜାଖୋଜି ପରେ ମଧ୍ୟ ପରିବାର ଲୋକେ ନିଜ ଝିଅର କୌଣସି ସନ୍ଧାନ ନପାଇବାରୁ ବାଧ୍ୟ ହୋଇ ବଡବଜାର ଖାନାର ଦ୍ବାରସ୍ଥ ହୋଇଥିଲେ। ଛାତ୍ରୀଙ୍କ ବାପାଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ସଂପୃକ୍ତ ଟ୍ୟୁସନ ଶିକ୍ଷକ ଗୁରୁ କୁମାର ଗୌଡ଼ ଉକ୍ତ ଛାତ୍ରୀଙ୍କୁ ନେଇ ଖଲ୍ଲିକୋଟ  ଅଞ୍ଚଳର ଏକ ହୋଟେଲରେ ରଖିଥିବା ସଂପର୍କରେ ଖବର ପାଇବା ପରେ ପୁଲିସ୍ ସେଠାରେ ଚଢଉ କରି ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଟ୍ୟୁସନ ଶିକ୍ଷକଙ୍କୁ ଗିରଫ କରିଥିଲା।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe