//BREAKING//
Loading...

ଏନ୍.ସି.ସି ନାଭାଲ୍ ୟୁନିଟର ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦଯାପିତ

 


ବ୍ରହ୍ମପୁର, 06/07 ( ସ୍ୱତନ୍ତ୍ର ନ୍ୟୁଜ ): ବ୍ରହ୍ମପୁରସ୍ଥିତ 1(ଓଡି଼ଶା) ନାଭାଲ୍ ୟୁନିଟ୍ ଏନ୍.ସି.ସି ପକ୍ଷରୁ ଜାରି ରହିଥିବା ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଏସ୍.ଏମ୍.ଆଇ.ଟି ଆଙ୍କୁଶୁପୁର ଠାରେ 10 ଦିନ ଧରି ଚାଲିଥିବା ଏହି ଏଟିସି କ୍ୟାମ୍ପ ଗତ 27 ଜୁନ୍ ଆରମ୍ଭ ହୋଇଥିବାବେଳେ 06 ଜୁଲାଇରେ ଶେଷ ହୋଇଛି । ଏହି ବାର୍ଷିକ ପ୍ରଶିକ୍ଷଣ ଶିବିରଟି କମାଣ୍ଡିଂ ଅଫିସର କମାଣ୍ଡର ଡି.ଜେ. ସିଂଙ୍କ ତତ୍ବାବଧାନରେ ହୋଇଥିବା ବେଳେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ 1(ଓଡି଼ଶା) ସିଟିସି ଏନ୍.ସି.ସି, ବ୍ରହ୍ମପୁରର କମାଣ୍ଡିଂ ଅଫିସର କର୍ଣ୍ଣଲ ଏ.ଏସ୍.ପେଣ୍ଡରକର ଯୋଗଦେଇ କ୍ୟାଡେଟ୍ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରରେ ଏ.ଏନ.ଓ., ପି.ଆଇ. ଷ୍ଟାଫ୍ ଙ୍କ ଦ୍ବାରା ଭାରତୀୟ ନୌସେନା ବିଷୟରେ ବିଭିନ୍ନ ବିଭାଗର ପ୍ରଶିକ୍ଷଣ ଦିଆଯାଇଥିଲା । ଏହି ପ୍ରଶିକ୍ଷଣ ଶିବିରରେ ଡ୍ରିଲ ରାଇଫଲ ଡ୍ରିଲ, ଫାଇରିଂ, ସିପ ମୋଡଲିଂ, ସିମାଫୋର, ବୋଟ୍ ପୁଲିଂ, ବୋଟ ରିଗିଂ, ବେଷ୍ଟ କ୍ୟାଡେଟ୍, ନେଭିଗେସନ୍, ସିମେନ୍ ସିପ୍ ଭଳି ଟ୍ରେନିଂ ଦିଆଯାଇଥିଲା । ଏହାସହ ଏହି ଶିବିରରେ ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିର୍ବାପକ କୗଶଳ, ଏଲ୍.ଆଇ.ସି ବ୍ରହ୍ମପୁର ପକ୍ଷରୁ ଜୀବନ ବୀମାର ଗୁରୁତ୍ବ ଏବଂ ବ୍ରହ୍ମପୁର ସାଇବର ଥାନା ପକ୍ଷରୁ ସାଇବର ସିକ୍ୟୁରିଟି ବିଷୟରେ କ୍ୟାଡେଟମାନଙ୍କୁ ସଚେତନତା କରାଯାଇଥିଲା ।


               ସେହିଭଳି ଏହି କ୍ୟାମ୍ପରେ କ୍ୟାଡେଟମାନଙ୍କ ଦ୍ଵାରା ବିଭିନ୍ନ ଖେଳ ଓ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ସିନିଅର ବିଭାଗରେ ଖଲ୍ଲିକୋଟ୍ ଏକକ ବିଶ୍ବବିଦ୍ୟାଳୟ ଗ୍ରୁପ୍ ଚାମ୍ପିଆନ ହୋଇଥିବା ବେଳେ ଗଞ୍ଜାମ ମହାବିଦ୍ୟାଳୟ ଗ୍ରୁପ୍ ରନର୍ସଅପ୍ ଏବଂ ଜୁନିଅର ବିଭାଗରେ ଟେକନିକାଲ ହାଇସ୍କୁଲ, ଆସ୍କା ଚାମ୍ପିଆନ ହୋଇଥିବା ବେଳେ ଆର୍ତ୍ତତ୍ରାଣ କାର୍ତ୍ତିକେଶ୍ବର ବିଦ୍ୟାପୀଠ ନୂଆଗାଁ ପୁରୀ ରନର୍ସଅପ୍ ହୋଇଛି । ଏହି ବାର୍ଷିକ ପ୍ରଶିକ୍ଷଣ ଶିବିରରୁ ଆଗାମୀ ଜାତୀୟ କ୍ୟାମ୍ପ ପାଇଁ କ୍ୟାଡେଟ୍ ମାନଙ୍କୁ ଚୟନ କରାଯାଇଛି ।






              ଏହି ପ୍ରଶିକ୍ଷଣ ଶିବିରରେ 9ଟି ବିଦ୍ୟାଳୟ ଓ 6ଟି ମହାବିଦ୍ୟାଳୟର ପାଖାପାଖି 500 କ୍ୟାଡେଟ୍ ଯୋଗଦେଇଥିଲେ । ଏହି ବାର୍ଷିକ ପ୍ରଶିକ୍ଷଣ ଶିବିରରେ ଉଭୟ ବାଳକ ଓ ବାଳିକା ବର୍ଗରେ ଟ୍ରେନିଂ ଦିଆଯାଇଥିଲେ । 1(ଓଡି଼ଶା) ନାଭାଲ୍ ୟୁନିଟ୍ ଏନ୍.ସି.ସି ଅଧିନରେ ଥିବା ଖଲ୍ଲିକୋଟ୍ ଏକକ ବିଶ୍ବବିଦ୍ୟାଳୟ, ଛତ୍ରପୁର ଵିଜ୍ଞାନ ମହାବିଦ୍ୟାଳୟ, ଗଞ୍ଜାମ ମହାବିଦ୍ୟାଳୟ, ନିଷ୍ଟ ସୟଂଶାସିତ ମହାବିଦ୍ୟାଳୟ, ଭଞ୍ଜନଗର ମହାବିଦ୍ୟାଳୟ ଓ ନୟାଗଡ ସୟଂଶାସିତ ମହାବିଦ୍ୟାଳୟ ସମେତ 4ଟି ଜିଲ୍ଲାର ଏନ୍.ସି.ସି କ୍ୟାଡେଟମାନେ ଯୋଗଦେଇଥିଲେ । ସେହିପରି ଦ୍ବିତୀୟ ବାର୍ଷିକ ପ୍ରଶିକ୍ଷଣ ଶିବିର (ଏଟିସି-ii) ଆଗାମୀ 10 ଦିନ ଧରି ଏସ୍.ଏମ୍.ଆଇ.ଟି ଆଙ୍କୁଶୁପୁର ଠାରେ ଜାରି ରହିବ। ଏହା 

ଆସନ୍ତା 8 ତାରିଖରୁ ଆରମ୍ଭ ହୋଇ 17 ତାରିଖରେ ଶେଷ ହେବ ।...

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe