//BREAKING//
Loading...

ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା : ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ*

 


(ସ୍ୱତନ୍ତ୍ର ନ୍ୟୁଜ )*ଆଷାଢ଼ ଶ୍ରାବଣରେ ବି ପ୍ରବଳ ଗରମ ଓ ଗୁଳୁଗଳି । ଅସ୍ତବ୍ୟସ୍ତ ଉପକୂଳରୁ ଉତ୍ତର, ପଶ୍ଚିମରୁ ଦକ୍ଷିଣ ଓଡ଼ିଶା ଲୋକେ । ତେବେ ଆଜିଠୁ ଏଥିରୁ କିଛିଟା ଆଶ୍ୱସ୍ତି ମିଳିପାରେ । ଉପକୂଳ, ଉତ୍ତର, ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡ଼ିଶାର ୧୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ନୟାଗଡ଼, ଗଞ୍ଜାମ, ଗଜପତିରେ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।*


*ସେହିଭଳି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ଲେଖାଏଁ ସ୍ଥାନରେ ପ୍ରବଳ ବୃଷ୍ଟିପାତ ସମ୍ଭାବନା ରହିଛି । ଆଜି ପାଇଁ ଏସବୁ ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ । ଏପଟେ ୟେଲ୍ଲୋ ୱାର୍ଣିଂ ଜାରି ହୋଇଥିବା ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ସତର୍କ ରହିବାକୁ ଏସଆରସିଙ୍କ ପକ୍ଷରୁ ଆଲର୍ଟ କରାଯାଇଛି ।...*


*ସେପଟେ ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ୱର ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ମଧ୍ୟରାତ୍ରରେ ଦୀର୍ଘ ସମୟ ଧରି ମୁଷଳ ଧାରାରେ ବର୍ଷା ଲାଗି ରହିଥିଲା । ପୂର୍ବରୁ ଏନେଇ ପାଣପାଗ ବିଭଗା ପୂର୍ବାନୁମାନ କରିଥିବା ବେଲେ କାଲି ରାତିର ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଦେଇଛି । ବହୁଦିନ ପରେ ରାଜଧାନୀରେ ଭଲ ଅସରାଏ ବର୍ଷା ହୋଇଥିବାରୁ ଆଜି ପାଗ ଥଣ୍ଡା ରହିଛି ।*

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe