//BREAKING//
Loading...

ପ୍ରଥମିକ ଶିକ୍ଷକ ସଂଘ( ଏକ୍ସଚେଡୋର) ତରଫରୁ ଗୋଳନ୍ଥରା ଥାନା ନିକଟସ୍ତ ଶ୍ରୀ ପଞ୍ଚ ମୁଖ ବିଶ୍ୱ କ୍ରମା ମନ୍ଦିର ନିକଟରେ ଏକ ବୈଠକ ଅନୁଷ୍ଠିତ


  ତା 16.7.2023 ରିଖ( ସ୍ୱତନ୍ତ୍ର ନ୍ୟୁଜ )ରବିବାର ଦିନ ଗଂଜାମ ଜିଲ୍ଲା ପ୍ରଥମିକ ଶିକ୍ଷକ ସଂଘ( ଏକ୍ସଚେଡୋର) ତରଫରୁ ଗୋଳନ୍ଥରା ଥାନା ନିକଟସ୍ତ ଶ୍ରୀ ପଞ୍ଚ ମୁଖ ବିଶ୍ୱ କ୍ରମା ମନ୍ଦିର ପ୍ରାଙ୍ଗଣରେ ଏକ ଜରୁରୀ ବୈଠକ ସଭାପତି ଶ୍ରୀ ବିର୍ଷ୍ଣୁ ନାରାୟଣ ପଣ୍ଡା ଙ୍କ ସଭା ପତିତ୍ୱ ରେ ଅନୁଷ୍ଠିତ  ହିଇଥିଲା ।ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ଓ ଦାବି ଉପରେ ସବିଶେଷ ଆଲୋଚନା କରଯାଇଥିଲା।1.ଯେଉଁ ବ୍ଲକ ଏନ ପି ଏସ ନମ୍ବର ଆଣି ନାହାନ୍ତି ଶିଘ୍ର ଆଣିବାକୁ ପ୍ରସ୍ତାବ ଦିଆଯାଇଥିଲା କାରଣ ରାଜ୍ୟ ସରକାରଙ୍କ ତରଫରୁ ଖୁବ ଶୀଘ୍ର ମେଚିଙ୍ଗି ଗ୍ରାଣ୍ଟ ପହଞ୍ଚି ବାର ଯୋଜନା ଅଛି ଏତଦ୍ବ୍ୟତୀତ ନିୟମିତ ହୋଇନଥିବା ଗଣ ଶିକ୍ଷକଙ୍କୁ ନିୟମିତ କରିବା,ଏକ୍ସକେଡର ଉଛେଦ କରିବା ସହ ସମସ୍ତ ଶିକ୍ଷକ ଙ୍କୁ ଇଂକରିମେଂଟ ପ୍ରଦାନ କରିବା, ପାଇଁ ସରକାର ଙ୍କ ନିକଟରେ ଦାବି କରଯାଇଥିଲା। ଉପରକ୍ତ ସମସ୍ୟା ର ସମାଧାନ ନହେଲେ ରାଜ୍ୟ ସଙ୍ଘର ନିର୍ଧେଶ ପ୍ରକାରେ ରାଜଧାନୀ ଭୁବନେଶ୍ବର ଠାରେ ବିଶାଳ ସମାବେଶ ସହ ଧାରଣା ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।ଉକ୍ତ ବୈଠକରେ ସମସ୍ତ ବ୍ଲକ ର କର୍ମକର୍ତ୍ତା ଓ ଜିଲ୍ଲା କ୍ରମକର୍ତା ମହେଶ୍ୱର ମହାରଣା ,ନିଶାମଣିପ୍ରଧାନ,ଲଲାଟ କୁମାର ସାହୁ, ସୁଧାଂଶୁ ପଟନାୟକ ,ଓ  ଆବାଲ୍ୟ ରେଡି ,ଯୋଗ ଦେଇଥିଲେ।ଉକ୍ତ ବୈଠକରେ ପୀତବାସ ପ୍ରଧାନ, ଶିବ ପ୍ରସାଦ ପ୍ରଧାନ, ରାମ କୃଷ୍ଣ ବେଜ, ପ୍ରଫୁଲ ଗୌଡ଼, ରାମ ପ୍ରଧାନ, କୁନା ସେଠୀ, ସୁକାନ୍ତ ପ୍ରଧାନ, ହରି ଚନ୍ଦ୍ର ସାହୁ,କିରଣ ଖଟେଇଏବଂ ଜିଲ୍ଲାର ବହୁ ଶିକ୍ଷକ ବୈଠକରେ ଯୋଗଦାନ କରିଥିଲେ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe